Advertisment

‘କରାଚୀ ଟୁ ନୋଏଡ଼ା’ ଫିଲ୍ମ ଶୁଟିଂରେ ବ୍ୟସ୍ତ ସୀମା ହୈଦର, ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ଡାକିଲେ ଭାରତୀୟ ପ୍ରଯୋଜକ

ଫିଲ୍ମ ଶୁଟିଂରେ ବ୍ୟସ୍ତ ସୀମା ହୈଦର ଓ ସଚିନ୍ ମୀନା। ପୂର୍ବତନ ସ୍ୱାମୀକୁ କଲ୍ କଲେ ସିନେମା ପ୍ରଯୋଜକ।

ଅଦ୍ୟତନ ହୋଇଛି
Ghulam Haider, Seema Haider And Sachin Meena

Ghulam Haider, Seema Haider And Sachin Meena

Advertisment

ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହୈଦରଙ୍କ ଭାଗ୍ୟ ବଦଳିଛି। ତାଙ୍କୁ ବଲିଉଡ୍ ଡେବ୍ୟୁ କରିବାର ସୁଯୋଗ ମିଳିଛି। ସୀମା ଏବେ ସଚିନଙ୍କ ସହ 'କରାଚି ଟୁ ନୋଏଡା' ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବାବେଳେ ତାଙ୍କ ପ୍ରଥମ ସ୍ୱାମୀଙ୍କ ପାଖକୁ ଭାରତରୁ ଯାଇଛି କଲ୍। ସିନେମା ପ୍ରଯୋଜକ ସୀମାଙ୍କ ପ୍ରଥମ ସ୍ୱାମୀଙ୍କୁ କଲ୍ କରି ଭାରତ ଡାକିଛନ୍ତି। ପ୍ରଯୋଜକ ଅମିତ ଜାନି, ସୀମାଙ୍କ ପୂର୍ବତନ ସ୍ୱାମୀ ଗୁଲାମ ହୈଦରଙ୍କୁ କଲ୍ କରିଥିବା କହିଛନ୍ତି। 

Advertisment

ଏହି ଚଳଚ୍ଚିତ୍ର ଜାନି ଫାୟାରଫକ୍ସ ଫିଲ୍ମ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି। ଏହାପୂର୍ବରୁ ସୀମା ଏହି ଚଳଚ୍ଚିତ୍ର ପାଇଁ ଅଡିସନ ଦେଇଥିଲେ। ଅମିତ ଜାନି କହିଛନ୍ତି, "ସେ ସୀମାର ପ୍ରଥମ ସ୍ୱାମୀ ଗୁଲାମ ହୈଦରଙ୍କୁ ଭେଟିବାକୁ ଚାହୁଁଛନ୍ତି ଏବଂ ତାଙ୍କ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କୁ ଦିଲ୍ଲୀ କିମ୍ବା ମୁମ୍ବାଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଗୁଲାମ ଏବେ ସାଉଦି ଆରବରେ ରହୁଛନ୍ତି। PUBG ଖେଳରୁ କିପରି ପ୍ରେମ ହେଲା, ଉଭୟ କିପରି ପରିଚିତ ହେଲେ, ସାକ୍ଷାତ କଲେ ଏବଂ ସେ ଗୁପ୍ତଚର କି ନୁହେଁ ଏ ବାବଦରେ ପୂରା ବିଶ୍ୱକୁ ଜଣାଇବାକୁ ଚାହୁଁଛୁ।" ସେଥିପାଇଁ ପ୍ରତ୍ୟେକ ଚରିତ୍ରଙ୍କୁ ଏକାଠି କରିବାର ଚେଷ୍ଟା କରୁଛୁ ବୋଲି ପ୍ରଯୋଜକ ଜାନି କହିଛନ୍ତି। ଚଳଚ୍ଚିତ୍ରକୁ ନେଇ ଅମିତ ଜାନି କହିଛନ୍ତି ଯେ, ଯେଉଁମାନେ ସୀମା ଏବଂ ସଚିନ୍ ଭୂମିକାରେ ଅଭିନୟ କରିବେ ସେମାନଙ୍କ ଅନ୍ତିମ ଚୟନ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ଥିର ହେବ। ଦୁବାଇରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯିବ।

ପାକିସ୍ତାନର ସିନ୍ଧ ପ୍ରଦେଶର ସୀମା ଉତ୍ତର ପ୍ରଦେଶର ସଚିନ୍ ମୀନାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ଅନଲାଇନ୍ ଗେମ୍ ଆପ୍ ମାଧ୍ୟମରେ ପରିଚିତ ହୋଇଥିଲେ ଏବଂ ପରେ ନେପାଳରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ସୀମା ଭିସା ନ ପାଇବାରୁ ନେପାଳ ପଥରେ ୪ ପିଲାଙ୍କୁ ନେଇ ଭାରତ ଚାଲି ଆସିଥିଲେ। ସେ ଦିଲ୍ଲୀର ଗ୍ରେଟର୍ ନୋଏଡାର ଏକ ଅଞ୍ଚଳରେ ରହୁଥିଲେ। ଏ ବାବଦରେ ପୁଲିସ ଜାଣିବା ପାରେ ଉଭୟଙ୍କୁ ଗିରଫ କରିଥିଲା। ପରେ ସୀମାଙ୍କୁ ପୁଲିସ୍ ଛାଡି ଦେଇଥିଲେ ମଧ୍ୟ ସେ ଏବେବି ସନ୍ଦେହ ଘେରରେ ଅଛନ୍ତି। 

Advertisment
Seema Haider Seema-Sachin Love Story Karachi To Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe