Advertisment

ଆସନ୍ତା ୩୧ରୁ ଓଟିଭିର ‘ମୁଁ ବି ହେବି ନେତା’

ଭୁବନେଶ୍ୱର: ନେତୃତ୍ୱ ଉପରେ ଠିଆ ହୋଇଛି ଆମ ଦେଶ ଭାରତର ଭାଗ୍ୟ। ଏବେ ଅଧିକାଂଶ କ୍ଷେତ୍ରରେ ଧୀରେ ଧୀରେ ଯୁବ ନେତୃତ୍ୱ କମିବାରେ ଲାଗିଛି। କେବଳ ରାଜନୀତି ନୁହେଁ, ଅନ୍ୟ ସାମାଜିକ କ୍ଷେତ୍ରରେ ବି ଦେଖାଦେଇଛି ନେତୃତ୍ୱର ଅଭାବ। ଯୁଗଯୁଗ ଧରି ସବୁଠି ଯୁବକମାନେ ହିଁ ନେଇ ଆସିଛନ୍ତି ନେତୃତ୍ୱ। ଏହାକୁ ଦୃଷ୍ଟିରେ ରଖି ଓଟିଭି ଆରମ୍ଭ କରିବାକୁ ଯାଉଛି ନିଆରା କାର୍ଯ୍ୟକ୍ରମ ‘ମୁଁ ବି ହେବି ନେତା’। ଯୁବକମାନଙ୍କ ଭିତରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି […]

ଅଦ୍ୟତନ ହୋଇଛି
ଆସନ୍ତା ୩୧ରୁ ଓଟିଭିର ‘ମୁଁ ବି ହେବି ନେତା’

MUN BI HEBI NATA..

Advertisment

ଭୁବନେଶ୍ୱର: ନେତୃତ୍ୱ ଉପରେ ଠିଆ ହୋଇଛି ଆମ ଦେଶ ଭାରତର ଭାଗ୍ୟ। ଏବେ ଅଧିକାଂଶ କ୍ଷେତ୍ରରେ ଧୀରେ ଧୀରେ ଯୁବ ନେତୃତ୍ୱ କମିବାରେ ଲାଗିଛି। କେବଳ ରାଜନୀତି ନୁହେଁ, ଅନ୍ୟ ସାମାଜିକ କ୍ଷେତ୍ରରେ ବି ଦେଖାଦେଇଛି ନେତୃତ୍ୱର ଅଭାବ। ଯୁଗଯୁଗ ଧରି ସବୁଠି ଯୁବକମାନେ ହିଁ ନେଇ ଆସିଛନ୍ତି ନେତୃତ୍ୱ। ଏହାକୁ ଦୃଷ୍ଟିରେ ରଖି ଓଟିଭି ଆରମ୍ଭ କରିବାକୁ ଯାଉଛି ନିଆରା କାର୍ଯ୍ୟକ୍ରମ 'ମୁଁ ବି ହେବି ନେତା'। ଯୁବକମାନଙ୍କ ଭିତରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ପାଇଁ, ପ୍ରଥମଥର ପାଇଁ ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିରେ ଏପରି ଏକ ନୂଆ ପ୍ରକାର ରିଆଲିଟି ସୋର ଆୟୋଜନ କରାଯାଇଛି। ୨୫ ବର୍ଷରୁ କମ୍ ବୟସର ତରୁଣମାନେ ଏଥିରେ ଭାଗ ନେଇ, ସେମାନେ ନେତୃତ୍ୱ ନେବାକୁ କେତେ ଦକ୍ଷ ତା'ର ପ୍ରମାଣ ଦେବେ। ବିଭିନ୍ନ ପର୍ଯ୍ୟାୟରେ ଜୁରିମାନେ କରିବେ ସେମାନଙ୍କ ଦକ୍ଷତାର ପରୀକ୍ଷା। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି 'ମୁଁ ବି ହେବି ନେତା'ର ପ୍ରି-ଅଡିସନ୍ ରାଉଣ୍ଡ। ଯେଉଁଥିରେ ଭାଗ ନେଉଛନ୍ତି ଶହଶହ ସଂଖ୍ୟାରେ ଯୁବ ପ୍ରତିଯୋଗୀ। ମୁଁ ବି ହେବି ନେତାର ବିଜେତାଙ୍କୁ ଓଟିଭି ଯୋଗାଇ ଦେବ ଏକ ନୂଆ ପ୍ଲାଟଫର୍ମ। ବିଜେତାଙ୍କର ଏକ ଡେଭେଲପମେଣ୍ଟାଲ୍ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବାକୁ ଓଟିଭି ଯୋଗାଇ ଦେବ ଆର୍ଥିକ ସହଯୋଗ। ଅକ୍ଟୋବର ୩୧ ତାରିଖରୁ ଏହା ସପ୍ତାହର ପ୍ରତି ଶନିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରସାରଣ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe