Advertisment

ଆସନ୍ତାବର୍ଷ ରଣବୀର-କଟ୍ରିନାଙ୍କ ବାହାଘର

ମୁମ୍ବାଇ: ରଣବୀର କପୁର ଓ କଟ୍ରିନା କୈଫଙ୍କ ପ୍ରେମ କାହାକୁ ଅଛପା ନାହିଁ। ଏ ଦୁହଁଙ୍କ ପ୍ରେମକୁ ନେଇ ଗଣମାଧ୍ୟମଗୁଡ଼ିକରେ ସବୁ ବେଳେ ଚର୍ଚ୍ଚା ଚାଲିଛି। ଏ ଦୁଇ ଲଭ୍-ବାର୍ଡଙ୍କୁ ଅନେକ ଥର ଏକତ୍ର ଦେଖାଯାଇଛି। କିନ୍ତୁ ରଣବୀର କପୁର କେବେ ବି କଟ୍ରିନାଙ୍କ ସହିତ ତାଙ୍କ ସଂପର୍କ ବିଷୟରେ ମୁହଁ ଖୋଲି କିଛି କହି ନଥିଲେ। ଏ ମାମଲାରେ ସେ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରହୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଏମାନେ ଖୋଲାଖୋଲି ପ୍ରକାଶ […]

ଅଦ୍ୟତନ ହୋଇଛି
ଆସନ୍ତାବର୍ଷ ରଣବୀର-କଟ୍ରିନାଙ୍କ ବାହାଘର

RanbirKaif

Advertisment

ମୁମ୍ବାଇ: ରଣବୀର କପୁର ଓ କଟ୍ରିନା କୈଫଙ୍କ ପ୍ରେମ କାହାକୁ ଅଛପା ନାହିଁ। ଏ ଦୁହଁଙ୍କ ପ୍ରେମକୁ ନେଇ ଗଣମାଧ୍ୟମଗୁଡ଼ିକରେ ସବୁ ବେଳେ ଚର୍ଚ୍ଚା ଚାଲିଛି। ଏ ଦୁଇ ଲଭ୍-ବାର୍ଡଙ୍କୁ ଅନେକ ଥର ଏକତ୍ର ଦେଖାଯାଇଛି। କିନ୍ତୁ ରଣବୀର କପୁର କେବେ ବି କଟ୍ରିନାଙ୍କ ସହିତ ତାଙ୍କ ସଂପର୍କ ବିଷୟରେ ମୁହଁ ଖୋଲି କିଛି କହି ନଥିଲେ। ଏ ମାମଲାରେ ସେ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରହୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଏମାନେ ଖୋଲାଖୋଲି ପ୍ରକାଶ କରୁନଥିଲେ।  ତେବେ ଶେଷରେ କଟ୍ରିନାଙ୍କ ସହିତ ତାଙ୍କର ସଂପର୍କକୁ ନେଇ ସେ ମୁହଁ ଖୋଲିଛନ୍ତି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ କଟ୍ରିନାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଅଛି। ଆଉ ଆସନ୍ତା ବର୍ଷ ସେ କଟ୍ରିନାଙ୍କୁ ବିବାହ କରିବେ। ରଣବୀର କହିଛନ୍ତି, ଏ ବର୍ଷ କଟ୍ରିନା ଓ ସେ ଖୁବ୍ ବ୍ୟସ୍ତ ଅଛନ୍ତି। ତେଣୁ ଏ ବର୍ଷ ବିବାହ ପାଇଁ ସମୟ ନାହିଁ। ଆସନ୍ତା ବର୍ଷକୁ ବିବାହ କରିବାକୁ ଆମେ ଦୁହେଁ ଯୋଜନା କରିଛୁ। କଟ୍ରିନା ବି ଏଥିରେ ରାଜି ଅଛନ୍ତି।

Advertisment

ରଣବୀର ଆହୁରି ବି କହିଛନ୍ତି ଯେ ସେ ଓ କଟ୍ରିନା ସେମାନଙ୍କ ସଂପର୍କକୁ ନେଇ ଖୁବ୍ ନିଶ୍ଚିତ ଅଛନ୍ତି। ଯଦି ଏବେ ଏହି ସଂପର୍କ ବିଷୟରେ କାହାକୁ ନକହିବୁ, ତା’ହେଲେ ଏହା ସେମାନଙ୍କର ପ୍ରେମ ପ୍ରତି ହତାଦାର ହେବ।

’ଅଜବ ପ୍ରେମ କୀ ଗଜବ କାହାନୀ’ ଫିଲ୍ମ ବେଳେ ରଣବୀର ଓ କଟ୍ରିନା ନିକଟତର ହୋଇଥିଲେ। ୨୦୦୯ରେ ହିଟ୍ ହୋଇଥିଲା ଏହି ଫିଲ୍ମ ଥିଲା ଓ ଏଥିରେ ଦୁହେଁ ପ୍ରଥମ ଥର ପାଇଁ ଏକତ୍ର ଅଭିନୟ କରିଥିଲେ। ତା’ପରେ ୨୦୧୦ରେ ପ୍ରକାଶ ଝା’ଙ୍କ ’ରାଜନୀତି’ରେ ଏ ଦୁହେଁ ଏକତ୍ର ଆସିଥିଲେ। ଆସନ୍ତା ବର୍ଷ ରିଲିଜ୍ ହେବାକୁ ଥିବା ’ଜଗା ଜାସୁସ୍’ରେ ପୁଣି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ।

Advertisment

ଏବେ ରଣବୀର ’ବମ୍ବେ ଭେଲଭେଟ୍’ର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ କଟ୍ରିନା କାନ୍ସ ଫେଷ୍ଟିଭାଲରେ ଯୋଗ ଦେବାକୁ ବ୍ୟସ୍ତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe