Advertisment

ଅସୀମାଙ୍କୁ ପସନ୍ଦ ନୁହେଁ ଏମିତି ମଣିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାୟିକା ଅସୀମା ପଣ୍ଡାଙ୍କର ଅନେକ ପ୍ରଶଂସକ ଆଛନ୍ତି। ଫିଲ୍ମ ଏବଂ ଆଲବମ୍‌ରେ ଗୀତ ଗାଇ ଢେର୍‌ ପ୍ରଶଂସା ସାଉଁଟିଲେଣି ଅସୀମା। ସେ କେବଳ ଗୀତ ଗାଉ ନାହାନ୍ତି ଫିଲ୍ମରେ ଅଭିନୟ ମଧ୍ୟ କରୁଛନ୍ତି। ଅସୀମାଙ୍କର ଏକ ଭଲ ଗୁଣ ହେଉଛି ସେ ବହୁତ ସମୟାନୁବର୍ତ୍ତୀ। ଆଉ ତାଙ୍କୁ ଅପେକ୍ଷା କରିବାକୁ ଆଦୌ ଭଲ ଲାଗେନାହିଁ। ଥରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍ସ ୱିଥ୍‌ ଅନନ୍ୟା’ରେ ଯୋଗଦେଇ ସେ ଏକଥା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅସୀମାଙ୍କୁ ପସନ୍ଦ ନୁହେଁ ଏମିତି ମଣିଷ

asima-panda

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାୟିକା ଅସୀମା ପଣ୍ଡାଙ୍କର ଅନେକ ପ୍ରଶଂସକ ଆଛନ୍ତି। ଫିଲ୍ମ ଏବଂ ଆଲବମ୍‌ରେ ଗୀତ ଗାଇ ଢେର୍‌ ପ୍ରଶଂସା ସାଉଁଟିଲେଣି ଅସୀମା। ସେ କେବଳ ଗୀତ ଗାଉ ନାହାନ୍ତି ଫିଲ୍ମରେ ଅଭିନୟ ମଧ୍ୟ କରୁଛନ୍ତି। ଅସୀମାଙ୍କର ଏକ ଭଲ ଗୁଣ ହେଉଛି ସେ ବହୁତ ସମୟାନୁବର୍ତ୍ତୀ। ଆଉ ତାଙ୍କୁ ଅପେକ୍ଷା କରିବାକୁ ଆଦୌ ଭଲ ଲାଗେନାହିଁ।

Advertisment

ଥରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍ସ ୱିଥ୍‌ ଅନନ୍ୟା’ରେ ଯୋଗଦେଇ ସେ ଏକଥା କହିଥିଲେ।

ଅସୀମାଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ଧୈର୍ଯ୍ୟର ଅଭାବ ରହିଛି। ସେ ଅପେକ୍ଷା କରିପାରନ୍ତି ନାହିଁ। ଏବଂ ତାଙ୍କୁ ଅପେକ୍ଷା କରାଉଥିବା ଲୋକମାନଙ୍କୁ ସେ ଆଦୌ ପସନ୍ଦ କରନ୍ତି ନାହିଁ।

Advertisment

ସୂଚନାଯୋଗ୍ୟ, ସେ ‘ମାୟାରେ ବାୟା’, ‘ରାନୁ ଲୋ ରାନୁ’, ‘ଲବଙ୍ଗ ଲତା’, ‘ମୋ ହଳଦି ଗିନା’, ଆଦି ହିଟ୍‌ ଗୀତ ଗାଇଛନ୍ତି।