Advertisment

ସ୍ୱର୍ଣ୍ଣ ମନ୍ଦିରରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ହାତ ଯୋଡି ଥିଲେ। ମୁହଁରେ ଥିଲା ସାଧାରଣ ମହିଳାଙ୍କ ପରି ମେକ୍‌ଅପ୍‌। ପିନ୍ଧି ଥିଲେ ପାଞ୍ଜାବୀ ସାଲୱାର ଓ କମୀଜ୍। ପହଞ୍ଚି ଯାଇଥିଲେ ପଞ୍ଜାବର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରରେ। ଆମେ କାହା କଥା କହୁଛୁ ଆପଣ ବୋଧେ ବୁଝି ସାରିବେଣି। ଆଜ୍ଞା ଆମେ କହୁଛୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କଥା। ସେ ନିକଟରେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚି ଗୁରୁଙ୍କ କୃପା ଲାଭ କରିଛନ୍ତି। ଫିଲ୍ମର ସଫଳତା ନେଇ ମନ୍ନତ୍‌ ମାଗିଛନ୍ତି। ଓମୁଙ୍ଗ କୁମାର ନିର୍ଦ୍ଦେଶିକ […]

ଅଦ୍ୟତନ ହୋଇଛି
ସ୍ୱର୍ଣ୍ଣ ମନ୍ଦିରରେ ଐଶ୍ୱର୍ଯ୍ୟା

ash

Advertisment

ମୁମ୍ବାଇ: ହାତ ଯୋଡି ଥିଲେ। ମୁହଁରେ ଥିଲା ସାଧାରଣ ମହିଳାଙ୍କ ପରି ମେକ୍‌ଅପ୍‌। ପିନ୍ଧି ଥିଲେ ପାଞ୍ଜାବୀ ସାଲୱାର ଓ କମୀଜ୍। ପହଞ୍ଚି ଯାଇଥିଲେ ପଞ୍ଜାବର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରରେ। ଆମେ କାହା କଥା କହୁଛୁ ଆପଣ ବୋଧେ ବୁଝି ସାରିବେଣି। ଆଜ୍ଞା ଆମେ କହୁଛୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କଥା। ସେ ନିକଟରେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚି ଗୁରୁଙ୍କ କୃପା ଲାଭ କରିଛନ୍ତି। ଫିଲ୍ମର ସଫଳତା ନେଇ ମନ୍ନତ୍‌ ମାଗିଛନ୍ତି।

Advertisment

ଓମୁଙ୍ଗ କୁମାର ନିର୍ଦ୍ଦେଶିକ ବାଓପିକ୍ ଫିଲ୍ମ ‘ସରବଜିତ୍’ର ସୁଟିଂ କାର୍ଯ୍ୟ ଜୋରସୋରରେ ଚାଲିଛି ପଞ୍ଜାବର ଅମୃତସର ଓ ଏହାର ଆଖପାଖ ଅଞ୍ଚଳରେ। ଏଥିରେ ଐଶ୍‌ ପାକିସ୍ତାନୀ ଜେଲରେ ପ୍ରାଣ ହରାଇଥିବା ଭାରତୀୟ ‘ସରବଜିତ ସିଂହ’ଙ୍କ ଭଉଣୀ ଦଲବୀର କୌର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଅବସରରେ ସେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ବୁଲି ଦେଖିବା ସହ ପୂଜାର୍ଚ୍ଚନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe