Advertisment

ରାଷ୍ଟ୍ରପତିଙ୍କ ଠାରୁ ‘ଦାଦା ସାହେବ ଫାଲକେ’ ପୁରସ୍କାର ଗ୍ରହଣ କଲେ ଆଶା ପାରେଖ

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି। ୨୦୨୦ ବର୍ଷ ପାଇଁ ତାଙ୍କୁ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି। ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ପୂର୍ବରୁ ତାଙ୍କ ଉପରେ ପ୍ରସ୍ତୁତ ଏକ ଛୋଟ ଫିଲ୍ମ ପ୍ରଦର୍ଶିତ କରାଯାଇଥିଲା। ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଶା ପାରେଖ। ୧୯୫୨ରେ […]

ଅଦ୍ୟତନ ହୋଇଛି
ରାଷ୍ଟ୍ରପତିଙ୍କ ଠାରୁ ‘ଦାଦା ସାହେବ ଫାଲକେ’ ପୁରସ୍କାର ଗ୍ରହଣ କଲେ ଆଶା ପାରେଖ

President

Advertisment

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି। ୨୦୨୦ ବର୍ଷ ପାଇଁ ତାଙ୍କୁ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ପୂର୍ବରୁ ତାଙ୍କ ଉପରେ ପ୍ରସ୍ତୁତ ଏକ ଛୋଟ ଫିଲ୍ମ ପ୍ରଦର୍ଶିତ କରାଯାଇଥିଲା। ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଶା ପାରେଖ। ୧୯୫୨ରେ ୧୦ ବର୍ଷ ବୟସରେ ବିମଳ ରୟଙ୍କ ଫିଲ୍ମ ମା’ରେ ସେ ପ୍ରଥମେ ଅଭିନୟ କରିଥିଲେ। ସେ ୫ରୁ ଅଧିକ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୫୯ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦିଲ୍ ଦେକେ ଦେଖୋ’। ସ୍ୱର୍ଗତ ପ୍ରଯୋଜକ ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସିଥିଲେ ଆଶା। ଏହା ଥିଲା ତାଙ୍କ ଡେବ୍ୟୁ ଫିଲ୍ମ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଫିଲ୍ମ କରିଥିଲେ। ଆଉ ତା’ପରେ ସେ ପଛକୁ ଚାହିଁ ଦେଖି ନଥିଲେ।

ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିବା ପରେ ଆଶା ପାରେଖ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ମୋର ୮୦ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ମୋତେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଁ କୃତଜ୍ଞ। ଭାରତ ସରକାରଙ୍କ ତରଫରୁ ଏହା ମୋ ପାଇଁ ଶ୍ରେଷ୍ଠ ସମ୍ମାନ। ଏଥିପାଇଁ ମୁଁ ଚୟନକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ୬୦ ବର୍ଷ ହେଲା ରହିଛି। ଏବେ ବି ମୁଁ ମୋ ଢଙ୍ଗରେ ଏହି ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ରହିଛି।

Advertisment

[caption id="attachment_770445" align="aligncenter" width="650"]Ajaya and surya ଅଜୟ ଦେବଗନ ଓ ସୁରିୟା ପୁରସ୍କାର ଗ୍ରହଣ କରୁଛନ୍ତି[/caption]

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଥିଲେ। ଅଜୟ ଦେବଗନ ଓ ସୁରିୟା ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ। ଅଜୟ ଦେବଗନ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର’ ପାଇଁ ଏହି ପୁରସ୍କାର ପାଇଥିବା ବେଳେ ସୁରିୟାଙ୍କୁ ‘ସୂରାରାଇ ପୋଟ୍ଟରୁ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ‘ସୂରାରାଇ ପୋଟ୍ଟରୁ’ ପାଇଁ ଅପର୍ଣ୍ଣା ବାଲାମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe