Advertisment

ଆସିଲା ‘ବାଜିରାଓ ମସ୍ତାନୀ'ର ଫାଷ୍ଟ ସଙ୍ଗ୍ ‘ଦିୱାନୀ ମସ୍ତାନୀ’

ମୁମ୍ବାଇ: ନଜର ଜୋ ତେରୀ ଲାଗି ମେ ଦିୱାନୀ ହୋ ଗେୟୀ…..ଦିୱାନୀ ହାଁ ଦିୱାନୀ..ଦିୱାନୀ ହୋ ଗେୟୀ…..। ସୋମାବାର ଏହି ଗୀତଟି ଛାଇଯାଇଛି ସଭିଙ୍କ ମୁହଁରେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଗୀତଟି ହେଉଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଫାଷ୍ଟ ସଙ୍ଗ୍ ‘ଦିୱାନୀ ମସ୍ତାନୀ’। ଆଇନା ମହଲ୍ ବା ମିରର୍ ମହଲକୁ ରିକ୍ରିଏଟ୍ କରାଯାଇଛି ଏହି ଗୀତରେ। ଗୀତଟିକୁ ଭଂସାଲୀ ଟ୍ରିବ୍ୟୁଟ୍ କରିଛନ୍ତି ମୁଗଲେ-ଏ-ଆଜମ୍ ନିର୍ଦ୍ଦେଶକ କେ.ଆସିଫଙ୍କୁ। ଗୀତରେ […]

ଆସିଲା ‘ବାଜିରାଓ ମସ୍ତାନୀ'ର ଫାଷ୍ଟ ସଙ୍ଗ୍ ‘ଦିୱାନୀ ମସ୍ତାନୀ’

bajirao-mastani

Advertisment

[embed] style="text-align: justify">ମୁମ୍ବାଇ: ନଜର ଜୋ ତେରୀ ଲାଗି ମେ ଦିୱାନୀ ହୋ ଗେୟୀ.....ଦିୱାନୀ ହାଁ ଦିୱାନୀ..ଦିୱାନୀ ହୋ ଗେୟୀ.....। ସୋମାବାର ଏହି ଗୀତଟି ଛାଇଯାଇଛି ସଭିଙ୍କ ମୁହଁରେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଗୀତଟି ହେଉଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ବାଜିରାଓ ମସ୍ତାନୀ'ର ଫାଷ୍ଟ ସଙ୍ଗ୍ ‘ଦିୱାନୀ ମସ୍ତାନୀ’। ଆଇନା ମହଲ୍ ବା ମିରର୍ ମହଲକୁ ରିକ୍ରିଏଟ୍ କରାଯାଇଛି ଏହି ଗୀତରେ। ଗୀତଟିକୁ ଭଂସାଲୀ ଟ୍ରିବ୍ୟୁଟ୍ କରିଛନ୍ତି ମୁଗଲେ-ଏ-ଆଜମ୍ ନିର୍ଦ୍ଦେଶକ କେ.ଆସିଫଙ୍କୁ। ଗୀତରେ ଦୀପିକାଙ୍କୁ  ଦିଆଯାଇଛି ଆରବିୟନ୍ ଲୁକ୍। ଆରବିୟନ ଇନଷ୍ଟ୍ରୁମେଣ୍ଟ ସହ ଗରଜିୟସ୍ କଷ୍ଟୁମ୍ ଗୀତଟିକୁ ଆହୁରି ଗ୍ରେସଫୁଲ୍ କରିଛି। ବାଜି ରାଓଙ୍କ ଦରବାରରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ମସ୍ତାନୀ ଦୀପିକା। ଗୀତରେ ରଣବୀର ସିଂ ଓ ଦୀପିକାଙ୍କ ସହ ପ୍ରିୟଙ୍କ। ବି ଅଛନ୍ତି। ତେବେ ଗୀତର ୟୁଏସ୍ପି ହେଉଛି ଆଖି ଝଲସାଇଲା ଭଳି ମିରର୍ ମହଲ, ପିଚ୍ ଓ ହାଲ୍କା ଗ୍ରୀନ ସେଡ୍ର ସେଟ୍। ଫିଲ୍ମ ମୁଗଲ୍-ଏ-ଆଜମରେ ଏମିତି ମିରର୍ ମହଲରେ ନାଚିଥିଲେ ଅନାରକଲି। ଆଉ ଏବେ ବାଜିରାଓ ମସ୍ତାନିରେ ଏହି ମିରର୍ ମହଲ କରି ଭଂସାଲୀ ଏହି ଗୀତଟିକୁ ମୁଗଲେ-ଆଜମ୍ ଡିରେକଟର କେ.ଆସିଫଙ୍କୁ ଟ୍ରିବ୍ୟୁଟ କରିଛନ୍ତି। ଗୀତଟିକୁ ଶ୍ରେୟା ଘୋଷାଲ, ଫରାନ୍ ଶବ୍ରୀ, ଅଲତାମାସ ଫାରଦୀ ଓ ଗଣେଶ ଚନ୍ଦନଶିଭେ,ମୌତାବା ଅଜିଜ୍ ନଜା ଓ ଶହବାଦ୍ ଫରଦୀ ଗାଇଥିବା ବେଳେ ମ୍ୟୁଜକ ଦେଇଛନ୍ତି ନିଜେ ସଂଜୟ ଲୀଲା ଭଂସାଲି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe