Advertisment

ଶିଳ୍ପାଙ୍କ ରେକର୍ଡ ଭାଙ୍ଗିଲେ 'ବିଗ୍‌ ବସ୍‌ ୧୩’ର ଏହି ପ୍ରତିଯୋଗୀ

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ ବସ୍‌’ର ଚଳିତ ସିଜିନ୍‌ ଲୋକପ୍ରିୟତାରେ ଅନ୍ୟ ସିଜିନ୍‌ ଗୁଡ଼ିକୁ ଟପି ଯାଇଛି। ନିକଟରେ ଶୋ’ର ହୋଷ୍ଟ୍ ସଲ୍‌ମାନ୍‌ ଖାନ୍ ଏହି କଥା କହିଥିଲେ। ସେ ଶୋ’ରେ ହିଁ ଏହି କଥା କହିଥିଲେ। ସେହିପରି ଶୋ’ର ଚଳିତ ସିଜିନ୍‌ରେ ଆଉ ଏକ ରେକର୍ଡ ସ୍ଥାପିତ ହୋଇଛି। ‘ବିଗ୍‌ ବସ୍‌ ୧୧’ର ବିଜେତା ଶିଳ୍ପା ସିନ୍ଦେଙ୍କ ପରେ ‘ବିଗ୍‌ ବସ୍‌ ୧୩’ ଜଣେ ପ୍ରତିଯୋଗୀ ବେଶ୍ ଅଧିକ ଟ୍ରେଣ୍ଡ ହେଉଛନ୍ତି। ଏପରିକି ସେ ଶିଳ୍ପାଙ୍କ […]

ଅଦ୍ୟତନ ହୋଇଛି
ଶିଳ୍ପାଙ୍କ ରେକର୍ଡ ଭାଙ୍ଗିଲେ 'ବିଗ୍‌ ବସ୍‌ ୧୩’ର ଏହି ପ୍ରତିଯୋଗୀ

shilpa

Advertisment

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ ବସ୍‌’ର ଚଳିତ ସିଜିନ୍‌ ଲୋକପ୍ରିୟତାରେ ଅନ୍ୟ ସିଜିନ୍‌ ଗୁଡ଼ିକୁ ଟପି ଯାଇଛି। ନିକଟରେ ଶୋ’ର ହୋଷ୍ଟ୍ ସଲ୍‌ମାନ୍‌ ଖାନ୍ ଏହି କଥା କହିଥିଲେ। ସେ ଶୋ’ରେ ହିଁ ଏହି କଥା କହିଥିଲେ। ସେହିପରି ଶୋ’ର ଚଳିତ ସିଜିନ୍‌ରେ ଆଉ ଏକ ରେକର୍ଡ ସ୍ଥାପିତ ହୋଇଛି। ‘ବିଗ୍‌ ବସ୍‌ ୧୧’ର ବିଜେତା ଶିଳ୍ପା ସିନ୍ଦେଙ୍କ ପରେ ‘ବିଗ୍‌ ବସ୍‌ ୧୩’ ଜଣେ ପ୍ରତିଯୋଗୀ ବେଶ୍ ଅଧିକ ଟ୍ରେଣ୍ଡ ହେଉଛନ୍ତି। ଏପରିକି ସେ ଶିଳ୍ପାଙ୍କ ରେକର୍ଡ଼ ବି ଭାଙ୍ଗି ଦେଇଛନ୍ତି।

Advertisment

https://www.instagram.com/p/B4Ax5mYJgan/?utm_source=ig_web_copy_link

ସୂଚନା ଅନୁଯାୟୀ, ‘ବଗ୍‌ ବସ୍‌ ୧୩’ର ଚାର୍ମିଂ ବୟ ଅସୀମ୍‌ ରିଆଜ୍ ଏହି ରେକର୍ଡ କରିଛନ୍ତି। ଅସୀମଙ୍କ ହ୍ୟାଶ୍‌ଟ୍ୟାଗ୍‌ #UnstoppableAsim ଟ୍ୱିଟର୍‌ରେ ୧ ମିଲିୟନ୍‌ରୁ ଅଧିକ ଥର ଟ୍ୱିଟ୍‌ ହୋଇସାରିଲାଣି। ଏହା ପୂର୍ବରୁ ‘ବିଗ୍‌ ବସ୍‌ ୧୧’ର ଶିଳ୍ପା ସିନ୍ଦେଙ୍କ ହ୍ୟାଶ୍‌ଟ୍ୟାଗ୍‌ #ShilpaShindeକୁ ସୋଶାଲ୍‌ ମିଡିଆରେ ଜବରଦସ୍ତ ରେସ୍‌ପନ୍ସ ମିଳିଥିଲା। ତେବେ BiggBossCritic3 ନାମକ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ଅନୁଯାୟୀ ଶିଳ୍ପାଙ୍କ ପରେ ଅସୀମ୍‌ ହେଉଛନ୍ତି ପ୍ରଥମ ‘ବିଗ୍‌ ବସ୍‌’  ପ୍ରତିଯୋଗୀ ଯାହାଙ୍କୁ ୧ ମିଲିୟନ୍‌ରୁ ଅଧିକ ଟ୍ୱିଟ୍‌ ମିଳିଛି।

https://twitter.com/0011Afsar/status/1201603483897647110

ଏଥିରୁ ଜଣାପଡ଼ୁଛି ଯେ ଅସୀମ୍‌ ‘ବିଗ୍‌ ବସ୍‌ ୧୩’ରେ ବେଶ୍ ଲମ୍ବା ସମୟ ପର୍ଯ୍ୟନ୍ତ ରହିବେ। ତାଙ୍କ ଲୋକପ୍ରିୟତାକୁ ଦେଖି ଲାଗୁଛି ଯେ ସେ ଫାଇନାଲ୍‌ରେ ଚଳିତ ସିଜିନ୍‌ର ଦମଦାର୍‌ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କୁ କଡ଼ା ଟକ୍କର୍ ଦେବେ। ସିଦ୍ଧାର୍ଥ ଓ ଅସୀମ ଶୋ’ର ଆରମ୍ଭରୁ ଭଲ ବନ୍ଧୁ ଥିଲେ। ଶୋ’ରେ ଦୁହେଁ ଦୁଇ ଭଳି ରହୁଥିଲେ। ହେଲେ କିଛ ଦିନ ହେବ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଛି।

Advertisment

https://www.instagram.com/tv/B5fatJBDBL-/?utm_source=ig_web_copy_link

ଅସୀମ୍‌ ଜଣେ ନବାଗତ ହୋଇ ମଧ୍ୟ ସେଲେବ୍ରିଟିଙ୍କ ମୁକାବିଲା କରିବାରେ ସଫଳ ହୋଇଛନ୍ତି। ସେ ଆରମ୍ଭରୁ ହିଁ ଶୋ’ରେ ଭଲ ପ୍ରଦର୍ଶନ କରୁଛନ୍ତି। ତାଙ୍କ ଖେଳିବାର ଷ୍ଟାଇଲ୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ସେଥିପାଇଁ ତାଙ୍କୁ ସୋଶାଲ୍‌ ମିଡିଆରେ ଭାରି ସମର୍ଥନ ମିଳୁଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ନିଜର ଫ୍ୟାନ୍‌ ବେସ୍ ବନେଇ ସାରିଲେଣି। ଏବେ ତାଙ୍କ ନାଁ ଶୋ’ର ସମ୍ଭାବ୍ୟ ବିଜୟୀ ପ୍ରତିଯୋଗୀଙ୍କ ମଧ୍ୟରେ ଗଣା ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe