Advertisment

ସଲ୍‌ମାନ୍‌ଙ୍କ ସାନ ଭାଇ ଅସୀମ୍ !

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ଅସୀମ୍ ରିୟାଜଙ୍କ ଭାଗ୍ୟ ବଦଳିବାରେ ଲାଗିଛି। ଏହି ଶୋ’ରେ ସିନା ହାରିଗଲେ, କିନ୍ତୁ ତା’ପରେ ସୁଯୋଗ ଆସି ତାଙ୍କ ଦ୍ୱାର ଖଟ୍ ଖଟ୍ କରିଛି। ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ସେ ଦୁଇ ପାଦ ଆଗରେ ରହିଛନ୍ତି।  ସେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସେ ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। https://www.instagram.com/p/B9gRdtRDnob/?utm_source=ig_web_copy_link ସୂଚନା ଅନୁଯାୟୀ, ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ […]

ସଲ୍‌ମାନ୍‌ଙ୍କ ସାନ ଭାଇ ଅସୀମ୍ !

assim

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ଅସୀମ୍ ରିୟାଜଙ୍କ ଭାଗ୍ୟ ବଦଳିବାରେ ଲାଗିଛି। ଏହି ଶୋ’ରେ ସିନା ହାରିଗଲେ, କିନ୍ତୁ ତା’ପରେ ସୁଯୋଗ ଆସି ତାଙ୍କ ଦ୍ୱାର ଖଟ୍ ଖଟ୍ କରିଛି। ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ସେ ଦୁଇ ପାଦ ଆଗରେ ରହିଛନ୍ତି।  ସେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସେ ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/B9gRdtRDnob/?utm_source=ig_web_copy_link

ସୂଚନା ଅନୁଯାୟୀ, ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ଅସୀମ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଫର୍‌ହାଦ୍‌ ସାମ୍‌ଜୀଙ୍କ ନିର୍ଦ୍ଦଶନାରେ ତିଆରି ହେଉଥିବା ଏହି ଫିଲ୍ମରେ ସେ ସଲ୍‌ମାନ୍‌ଙ୍କ ସାନ ଭାଇ ଭୂମିକାରେ ଅଭିନୟ କରିପାରନ୍ତି।  ଫିଲ୍ମ ସମୀକ୍ଷକ ସୋହେଲ ଖାନ୍‌ ବି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ହଁ ଏହା ସତ, ଅସୀମ୍‌ଙ୍କୁ ସଲ୍‌ମାନଙ୍କ ଫିଲ୍ମରେ ସାନ ଭାଇର ରୋଲ୍‌ ଦିଆଯାଇଛି।” ଏଥିରୁ ସ୍ପଷ୍ଟ ହେଉଛି ଯେ ସଲ୍‌ମାନ୍‌ଙ୍କ ସହିତ ଅସୀମ୍ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି।

https://www.instagram.com/p/B9JIe2MjjPG/?utm_source=ig_web_copy_link

ଏହି ଖବରଟି ସୋଶାଲ୍‌ ମିଡିଆରେ ଆସିବା ପରଠୁ ଅସୀମ୍‌ଙ୍କ ଫ୍ୟାନ୍‌ମାନେ ବେଶ୍‌ ଖୁସି ଅଛନ୍ତି। ସେମାନେ ଅସୀମ୍‌ଙ୍କୁ ବଡ଼ ପରଦାରେ ଦେଖିବା ଲାଗି ବେଶ୍ ଉତ୍ସାହିତ ଅଛନ୍ତି। ସୋଶାଲ୍‌ ମିଡିଆ ଜରିଆରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ କିଛି ଫ୍ୟାନ୍‌ କହୁଛନ୍ତି ଯେ ଅସୀମ୍‌ କୌଣସି ଫିଲ୍ମରେ ସାଇଡ୍‌ ରୋଲ୍‌ କରିବା କଥା ନୁହେଁ। ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ଉଚିତ୍‌। ଏଥିପାଇଁ ତାଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ପଡ଼ିବ। ତେବେ କିଛି ଫ୍ୟାନ୍‌ କହୁଛନ୍ତି ଯେ ସୁପରଷ୍ଟାର୍‌ ସଲ୍‌ମାନଙ୍କ ସହ ଫିଲ୍ମରେ କାମ କରିବା ଅସୀମ୍‌ଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ। ଏହା ତାଙ୍କ ପାଇଁ ବରଦାନ ସଦୃଶ ହେବ।

Advertisment

https://www.instagram.com/p/B9Q1blaD6KQ/?utm_source=ig_web_copy_link

ସୂଚନାଯୋଗ୍ୟ, ‘ବିଗ୍‌ ବସ୍‌ ୧୩’ରେ ଅସୀମ୍ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସେଠୁ ବାହାରିବା ପରେ ସେ ବେଶ୍‌ କିଛି ପ୍ରୋଜେକ୍ଟ ସାଇନ୍‌ କରିସାରିଲେଣି।  କିଛିଦିନ ତଳେ ସେ ବଲିଉଡ୍‌ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିଥିଲେ। ଏଥିରେ ତାଙ୍କର ନୂଆ ଅନ୍ଦାଜ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ବ୍ୟତୀତ ସେ ଖୁବ୍‌ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ହିମାଂଶୀ ଖୁରାନାଙ୍କ ସହ ଏକ ମ୍ୟୁଜିକ୍‌ ଭିଜିଓରେ ମଧ୍ୟ ନଜର ଆସିବେ।

https://www.instagram.com/p/B9nwpncplcI/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe