Advertisment

ଜ୍ୟାକ୍‌ଲିନ୍‌ଙ୍କ ସହ ଆସିବେ ‌ଅସୀମ୍

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ ଶେଷ ହୋଇଯାଇଛି। ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳା ଏବେ କଲର୍ସର ଆଉ ଏକ ଶୋ’ରେ ନଜର ଆସୁଛନ୍ତି। ତେବେ ଶୋ’ର ଅନ୍ୟତମ ଲୋକପ୍ରିୟ ଚେହେରା ଥିଲେ ଅସୀମ ରିଆଜ୍‌। ଶୋ’ରେ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ପ୍ରାୟ ସବୁ ସପ୍ତାହରେ ସେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହୁଥିଲେ। ବର୍ତ୍ତମାନ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଆଉ ଏକ ମଞ୍ଚରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର […]

ଜ୍ୟାକ୍‌ଲିନ୍‌ଙ୍କ ସହ ଆସିବେ ‌ଅସୀମ୍

assim

Advertisment

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ ଶେଷ ହୋଇଯାଇଛି। ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳା ଏବେ କଲର୍ସର ଆଉ ଏକ ଶୋ’ରେ ନଜର ଆସୁଛନ୍ତି। ତେବେ ଶୋ’ର ଅନ୍ୟତମ ଲୋକପ୍ରିୟ ଚେହେରା ଥିଲେ ଅସୀମ ରିଆଜ୍‌। ଶୋ’ରେ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ପ୍ରାୟ ସବୁ ସପ୍ତାହରେ ସେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହୁଥିଲେ। ବର୍ତ୍ତମାନ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଆଉ ଏକ ମଞ୍ଚରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଅସୀମ ପରଦାରେ ଧମାକେଦାର୍‌ କମ୍‌ବ୍ୟାକ୍‌ କରିବେ।

Advertisment

https://www.instagram.com/p/B9CYhrcBk0j/?utm_source=ig_web_copy_link

ସୂଚନା ଅନୁଯାୟୀ, ଅସୀମଙ୍କର ବଲିଉଡ୍‌ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓ ଆସିବାକୁ ଯାଉଛି। ସୋଶାଲ୍‌ ମିଡିଆରେ ଏ ନେଇ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ସେ ଜ୍ୟାକଲିନ୍‌ଙ୍କ ସହ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି। ଆଉ ଏହି ଭିଡିଓର କ୍ୟାପଶନ୍‌ରେ ଲେଖାଯାଇଛି- ‘ଆମେ ଆସିଯାଇଛୁ’। ତେବେ ଏହି ଭିଡିଓ ସହ ଏହା ମଧ୍ୟ ଭାଇରାଲ୍‌ ହେଉଛି ଯେ ଏମାନଙ୍କର ଏକ ମ୍ୟୁଜିକ୍‌ ଆଲବମ୍‌ ଆସୁଛି।

https://www.instagram.com/p/B71AoeBpfbV/?utm_source=ig_web_copy_link

ଏହା ପୂର୍ବରୁ ଖବର ଆସିଥିଲା ଯେ ଅସୀମ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଫ୍‌ ଦି ଇୟର୍‌’ରେ ଶାହାରୁଖ ଖାନ୍‌ଙ୍କ ଝିଅ ସହ ନଜର ଆସିବେ। ତେବେ ପରବର୍ତ୍ତୀ ସମୟରେ କରଣ ଏହାକୁ ମିଛ ଖବର ବୋଲି କହିଥିଲେ। ତେଣୁ ବର୍ତ୍ତମାନ ଜ୍ୟାକ୍‌ଲିନ୍‌ଙ୍କ ସହ ମ୍ୟୁଜିକ୍‌ ଆଲବମ୍‌କୁ ନେଇ ଭାଇରାଲ୍‌ ହେଉଥିବା ଖବର କେତେ ସତ, ତାହା କେବେଳ ଅସୀମ କି ଜ୍ୟାକ୍‌ଲିନ୍‌ ମୁହଁ ଖୋଲିବା ପରେ ହିଁ ଜଣାପଡ଼ିବ। କୁହାଯାଉଛି, ଏହି ଗୀତଟି ରାପର୍‌ ବୋହେମିଆ ଗାଇବେ। ବୋହେମିଆ ପୂର୍ବରୁ ଅସୀମ ‘ବିଗ୍‌ ବସ୍‌’ ଘରେ ଥିବାବେଳେ ତାଙ୍କ ଫ୍ୟାନ୍‌ଫଲୋଇଂ ଦେଖି ତାଙ୍କ ପାଇଁ ଏକ ରାପ୍‌ ସଙ୍ଗ୍ ଗାଇ ଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe