ପୁଣି ଏକାଠି ଆସିବେ ଅସୀମ ଓ ହିମାଂଶୀ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ କିଛି ପ୍ରତିଯୋଗୀଙ୍କ ଲଭ୍‌ ଅଫେୟାର୍‌କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ବିଶେଷ କରି ଅସୀମ ରିଆଜ୍‌ ଓ ହିମାଂଶୀ ଖୁରାନାଙ୍କର ଲଭ୍‌ ଅଫେୟାର୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ହିମାଂଶୀଙ୍କୁ ଦେଖିବା ପରେ ଅସୀମ ପୂରା ଦିୱାନା ହୋଇଯାଇଥିଲେ। ଏପରିକି ଜାତୀୟ ଟେଲିଭିଜନ୍‌ରେ ତାଙ୍କୁ ବାହା ହେବାକୁ ପ୍ରପୋଜ ବି କରିଥିଲେ। ଏମାନଙ୍କ ପ୍ରେମ ସମ୍ପର୍କ ଦର୍ଶକଙ୍କୁ ଏତେ ଭଲ ଲାଗିଥିଲା ଯେ ଟ୍ୱିଟର୍‌ରେ ଦୁଇଜଣଙ୍କ ନାଁକୁ ମିଶାଇ ‘#Asimanshi’ ନାମକ ହ୍ୟାଶ୍‌ଟ୍ୟାଗ୍ […]

asimanshi

Chinmayee Roy
  • Published: Tuesday, 03 March 2020
  • , Updated: 03 March 2020, 12:23 PM IST

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ କିଛି ପ୍ରତିଯୋଗୀଙ୍କ ଲଭ୍‌ ଅଫେୟାର୍‌କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ବିଶେଷ କରି ଅସୀମ ରିଆଜ୍‌ ଓ ହିମାଂଶୀ ଖୁରାନାଙ୍କର ଲଭ୍‌ ଅଫେୟାର୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ହିମାଂଶୀଙ୍କୁ ଦେଖିବା ପରେ ଅସୀମ ପୂରା ଦିୱାନା ହୋଇଯାଇଥିଲେ। ଏପରିକି ଜାତୀୟ ଟେଲିଭିଜନ୍‌ରେ ତାଙ୍କୁ ବାହା ହେବାକୁ ପ୍ରପୋଜ ବି କରିଥିଲେ। ଏମାନଙ୍କ ପ୍ରେମ ସମ୍ପର୍କ ଦର୍ଶକଙ୍କୁ ଏତେ ଭଲ ଲାଗିଥିଲା ଯେ ଟ୍ୱିଟର୍‌ରେ ଦୁଇଜଣଙ୍କ ନାଁକୁ ମିଶାଇ ‘#Asimanshi’ ନାମକ ହ୍ୟାଶ୍‌ଟ୍ୟାଗ୍ ଟ୍ରେଣ୍ଡ କରିଥିଲା। ‘ବିଗ୍‌ ବସ୍‌’ ସରିଯିବା ପରେ ଫ୍ୟାନ୍‌ମାନେ ଏମାନଙ୍କୁ ବହୁତ ମିସ୍ କରୁଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। ପୁଣି ଥରେ ଅସୀମ ଓ ହିମାଂଶୀ ଏକାଠି ନଜର ଆସିବେ।

https://www.instagram.com/p/B9O1CwKhP8p/?utm_source=ig_web_copy_link

ସୂଚନା ଅନୁଯାୟୀ, ଦୁହିଁଙ୍କର ଖୁବ୍‌ଶୀଘ୍ର ଏକ ରୋମାଣ୍ଟିକ୍‌ ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି। ପରଦାରେ ଏମାନଙ୍କ ସିଜ୍‌ଲିଂ କେମେଷ୍ଟ୍ରି ଦେଖିବାକୁ ମିଳିବ। ହିମାଂଶୀ ସୋଶାଲ୍‌ ମିଡିଆରେ ଏ ନେଇ ଏକ ପୋଷ୍ଟର ଶେଆର୍‌ କରିଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘କିଛି ସ୍ପେଶାଲ୍‌ ଆସିବାକୁ ଯାଉଛି’। ହିମାଂଶୀଙ୍କ ପ୍ରାୟ ମ୍ୟୁଜିକ୍‌ ଭିଡିଓରେ ସେ ନିଜେ ହିଁ ଗୀତ ଗାଇଥା'ନ୍ତି। ହେଲେ ଏଥର ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର ଗୀତ ଗାଇବେ। ଏହି ମ୍ୟୁଜିକ୍‌ ଭିଡିଓଟି ମାର୍ଚ୍ଚ ୧୮ରେ ରିଲିଜ୍ ହେବ।

https://www.instagram.com/p/B7ghjc2J4P2/?utm_source=ig_web_copy_link

‘ବିଗ୍‌ ବସ୍‌’ ଘରେ ଅସୀମ ବେଶ୍ ଆକ୍ଟିଭ ଥିଲେ। ଶେଷ ପର୍ଯ୍ୟନ୍ତ ସେ ଥିଲେ। ସେ ଶୋ’ର ପ୍ରଥମ ରନର୍‌ ଅପ୍‌ ହୋଇଥିଲେ। ହେଲେ ହିମାଂଶୀ ବେଶୀ ଦିନ ତିଷ୍ଠିପାରି ନଥିଲେ। ସେ ଶୋ’ର ମଝିରୁ ୱାଇଲ୍ଡକାର୍ଡ୍ ଏଣ୍ଟ୍ରି ନେଇଥିଲେ। ମାତ୍ର ୩ ସପ୍ତାହରେ ହିଁ ଘରୁ ବାହାରିଯାଇଥିଲେ। ହେଲେ ସେହି କମ୍‌ ସମୟ ଭିତରେ ଏମାନଙ୍କ ମଧ୍ୟରେ ଏକ ସ୍ପେଶାଲ୍‌ ବଣ୍ଡିଂ ହୋଇଯାଇଥିଲା। ଦୁହେଁ ଦୁହିଁଙ୍କୁ ହୃଦୟ ଦେଇବସିଥିଲେ। ଏମାନଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବି ପସନ୍ଦ ଆସିଥିଲା।  ପୁଣିଥରେ ଏମାନଙ୍କୁ ପରଦାରେ ଦେଖି ଦର୍ଶକ ଖୁସି ହେବେ ନିଶ୍ଚୟ।

 

 

Related story