ପ୍ରଭାସଙ୍କ ଫିଲ୍ମ ପୋଷ୍ଟର୍ ଶେଆର୍ କରି ସଚେତନ କରାଇଲା ପୁଲିସ୍
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କର ବହୁ ପ୍ରତୀକ୍ଷିତ ଫିଲ୍ ‘ରାଧେଶ୍ୟାମ୍’ର ପୋଷ୍ଟର ରିଲିଜ୍ ହୋଇଯାଇଛି। ଏଥିରେ ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗଡ଼େଙ୍କ ରୋମାଣ୍ଟିକ୍ ଅନ୍ଦାଜ ଦେଖିବାକୁ ମିଳିଛି। ପୋଷ୍ଟର୍ଟି ରିଲିଜ୍ ହେଉ ହେଉ ସେଶାଲ୍ ମିଡିଆରେ ଟ୍ରେଣ୍ଡ କଲାଣି। ଫିଲ୍ମଟି ଆସନ୍ତା ବର୍ଷ ବଡ଼ ପରଦାରେ ରିଲିଜ୍ ହେବ। ତେବେ ଏହାକୁ ମୋଟ୍ ୪ଟି ଭାଷାରେ ରିଲିଜ୍ କରାଯିବ। ପ୍ରଭାସଙ୍କ ଏହି ଟ୍ରେଣ୍ଡି ପୋଷ୍ଟରକୁ ଆସାମ ପୁଲିସ୍ ଏକ ନୂଆ ଟ୍ୱିଷ୍ଟ୍ ଦେଇଛି।
THE WAIT IS OVER… #RadheShyam is the title of #Prabhas' new film… Costars #PoojaHegde… Directed by Radha Krishna Kumar… Produced by Bhushan Kumar, Vamsi and Pramod… 2021 release… In #Hindi, #Telugu, #Tamil and #Malayalam. #Prabhas20 #Prabhas20FirstLook pic.twitter.com/EUkrZS8rG0
— taran adarsh (@taran_adarsh) July 10, 2020
ମହାମାରୀ କରୋନା ସହ ଲଢ଼ିବା ପାଇଁ ଓ ସଂକ୍ରମଣରୁ ନିବୃତ୍ତ ରହିବା ପାଇଁ ଆମ ଦେଶର ପୁଲିସ୍ ଲଗାତାର ଭାବେ ଦେଶବାସୀଙ୍କୁ ସଚେତନ କରୁଛନ୍ତି। ତେବେ ଆସାମ୍ ପୁଲିସ୍ ଏଥିପାଇଁ ଏକ ନିଆରା ଉପାୟ ଆପଣେଇଛନ୍ତି। ଆସାମ ପୁଲିସ୍ ପ୍ରଭାସଙ୍କ ଫିଲ୍ମ ପୋଷ୍ଟର ଜରିଆରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି ହେଲେ ଏକ ନୂଆ ଟ୍ୱିଷ୍ଟ ସହ। ଏଥିରେ ଅରିଜାନାଲ୍ ପୋଷ୍ଟରକୁ ଫଟୋଶପ୍ କରାଯାଇ ପ୍ରଭାସ ଓ ପୂଜାଙ୍କୁ ମାସ୍କ ପିନ୍ଧାଯାଇଛି। ଆଉ ଏହାକୁ ଶେଆର୍ କରି ଆସାମ ପୁଲିସ୍ ଲେଖିଛି, ‘ନିଜ ଲୋକମାନଙ୍କୁ କୁହନ୍ତୁ ଯେତେବେଳେ ବାହାରକୁ ଯାଉଛନ୍ତି ମାସ୍କ ନିଷ୍ଟିତ ପିନ୍ଧନ୍ତୁ। ଆମେ ପ୍ରଭାସଙ୍କୁ ଫୋନ୍ କରିବାକୁ ଚେଷ୍ଟା କଲୁ, ହେଲେ ହୋଇପାରିଲାନାହିଁ। ଏବେ ଏହି ପୋଷ୍ଟର ଜରିଆରେ ଆମେ ଆପଣମାନଙ୍କୁ ଏହି ବାର୍ତ୍ତା ପଠାଉଛୁ।’ ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟର ପୁଲିସ୍ ବଲିଉଡ୍ ଫିଲ୍ମ ଡାଇଲଗ୍ ଜରିଆରେ ଲୋକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି।
Ask your loved ones to put Mask whenever they are out.
We tried calling Prabhas but failed.
Now sending the message through photoshop.@TSeries @UV_Creations @hegdepooja @director_radhaa @assampolice#RadheShyam #Prabhas20 pic.twitter.com/WNyOSzklVC— Nagaon Police (@nagaonpolice) July 10, 2020
ସୂଚନାଯୋଗ୍ୟ, ପ୍ରଭାସଙ୍କ ଏହି ଫିଲ୍ମଟି ହିନ୍ଦୀ, ତମିଲ୍, ତେଲୁଗୁ ଓ ମାଲାୟଲମ ଏହି ୪ଟି ଭାଷାରେ ରିଲିଜ୍ ହେବ। ଫିଲ୍ମଟିକୁ ରାଧା କୃଷ୍ଣ କୁମାର ନିର୍ଦ୍ଦେଶନା ଦେଇଥିବାବେଳେ ଭୂଷଣ କୁମାର ଓ ଟି-ସିରିଜ୍ ପ୍ରଯୋଜନା କରିଛି। ଏଥିରେ ପ୍ରଭାସ ଓ ପୂଜାଙ୍କ ବ୍ୟତୀତ ଭାଗ୍ୟଶ୍ରୀ, ମୁରଲୀ ଶର୍ମା, ସଚିନ୍ ଖେଡ଼େକର ଓ କୃଣାଲ ରୟ କପୁରଙ୍କ ପରି ଷ୍ଟାର ମଧ୍ୟ କାମ କରିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।