Advertisment

ଯୋଦ୍ଧା ଲୁକ୍‌ରେ ଧୋନି, ରାକ୍ଷସଙ୍କ କରୁଛନ୍ତି ସଂହାର

ମୁମ୍ବାଇ: ନୂଆ ଅବତାରରେ ମାହି। କ୍ରିକେଟରୁ ଯୋଦ୍ଧା ପାଲଟିଲେ ମହେନ୍ଦ୍ର ସିଂହ ଧୋନି। ମଇଦାନରେ ଚଉକା ଛକା ମାରୁଥିବା ଧୋନି ଏବେ ଯୁଦ୍ଧ ମଇଦାନରେ ଶତ୍ରୁକୁ ଦେବେ ମାତ୍‌। ସାମ୍ନାକୁ ଆସିଛି ତାଙ୍କର ନୂଆ ଅବତାର। ମାହିଙ୍କ ଏହି ନୂଆ ଅବତାରର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧୋନିଙ୍କ ଅପ୍‌କମିଂ ଗ୍ରାଫିକ୍‌ ନୋବେଲ ଅଥର୍ବ ନ ଓରିଜିନର ଟିଜର ରିଲିଜ ହୋଇଛି। ଏହି ଟିଜରକୁ ନିଜେ ଧୋନି ଶେଆର କରିଛନ୍ତି। ଏହି ଟିଜରରେ […]

ଯୋଦ୍ଧା ଲୁକ୍‌ରେ ଧୋନି, ରାକ୍ଷସଙ୍କ କରୁଛନ୍ତି ସଂହାର

MS Dhoni

Advertisment

ମୁମ୍ବାଇ: ନୂଆ ଅବତାରରେ ମାହି। କ୍ରିକେଟରୁ ଯୋଦ୍ଧା ପାଲଟିଲେ ମହେନ୍ଦ୍ର ସିଂହ ଧୋନି। ମଇଦାନରେ ଚଉକା ଛକା ମାରୁଥିବା ଧୋନି ଏବେ ଯୁଦ୍ଧ ମଇଦାନରେ ଶତ୍ରୁକୁ ଦେବେ ମାତ୍‌। ସାମ୍ନାକୁ ଆସିଛି ତାଙ୍କର ନୂଆ ଅବତାର। ମାହିଙ୍କ ଏହି ନୂଆ ଅବତାରର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଧୋନିଙ୍କ ଅପ୍‌କମିଂ ଗ୍ରାଫିକ୍‌ ନୋବେଲ ଅଥର୍ବ ନ ଓରିଜିନର ଟିଜର ରିଲିଜ ହୋଇଛି। ଏହି ଟିଜରକୁ ନିଜେ ଧୋନି ଶେଆର କରିଛନ୍ତି। ଏହି ଟିଜରରେ ଧୋନିଙ୍କ ଆନିମେଟେଡ୍‌ ଅବଜର ଦେଖିବାକୁ ମିଳିଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ହୋଇ ପଡିଛନ୍ତି।

ଟିଜରରେ ଧୋନି ପୂରାପୁରି ଜଣେ ଯୋଦ୍ଧା ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କ ମୁଣ୍ଡରେ ଜଟା ଓ ହାତରେ ବଡ ଖଣ୍ଡା ଦେଖିବାକୁ ମିଳିଛି। ଏଥିସହ ସେ ଯୁଦ୍ଧ ମଇଦାନରେ ଏକାକି ଅନେକ ରାକ୍ଷସମାନଙ୍କ ସଂହାର କରୁଥିବା ନଜର ଆସିଛନ୍ତି।

Advertisment

ଧୋନିଙ୍କ ଏହି ଆନିମେଟେଡ୍‌ ଲୁକ୍‌ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ସୁପରହିରୋ ବୋଲି କହୁଛନ୍ତି। ଏହି ଗ୍ରାଫିକ୍‌ ନୋବେଲକୁ ଧୋନି ଏଣ୍ଟରଟେନ୍‌ମେଣ୍ଟ ବ୍ୟାନ୍‌ର ତଳେ ରିଲିଜ କରାଯାଇଛି। ଧୋନି ଏଣ୍ଟରଟେନ୍‌ମେଣ୍ଟ ଦାୟିତ୍ୱରେ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ଧୋନି ଅଛନ୍ତି।  ତାଙ୍କ ମୁତାବକ ଏହା ଏକ ଥ୍ରୀଲିଙ୍ଗ ସିରିଜ ହେବ, ଯେଉଁଥିରେ ଲୋକଙ୍କୁ ଅନେକ ରୋଚକ କାହାଣୀ ଦେଖିବାକୁ ମିଳିବ।

ସେପଟେ ଏହି ଗ୍ରାଫିକ୍‌ ନୋବେଲକୁ ନେଇ ଧୋନି ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନା ମୁତାବକ, ଧୋନିଙ୍କ ଏହି ଆନିମେଟେଜ ସିରିଜକୁ ନେଇ ଦୀର୍ଘ ଦିନ ହେବ କାମ ଚାଲିଥିଲା। ଲେଖକ ରମେଶ ଥମିଲମନି ଏହି ସିରିଜ ଜରିଆରେ ଲୋକଙ୍କୁ ଏକ ଭିନ୍ନ ଅନୁଭବ ଦେବା ପାଇଁ ଚେଷ୍ଟା କରିଛନ୍ତି। ସିରିଜର କାହାଣୀକୁ ପ୍ରତିଟି ମୋଡରେ ରୋଚକ ଓ ହୃଦୟସ୍ପର୍ଶୀ କରିବା ପାଇଁ ସେ ଏହା ଉପରେ ଅନେକ ବର୍ଷ ଧରି କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe