Advertisment

କନିଆ ସାଜିବେ ସୁନୀଲ ସେଟ୍ଟିଙ୍କ ଲାଡଲୀ, ଭେନ୍ୟୁ ଫାଇନାଲ୍‌

ମୁମ୍ବାଇ: ଖୁବ୍‌ ଶୀଘ୍ର ହାତରୁ ଦି ହାତ ହେବେ ସୁନୀଲ ସେଟ୍ଟିଙ୍କ ଲାଡଲି ଆଥିଆ ସେଟ୍ଟି। ସେ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ କେ.ଏଲ୍‌ ରାହୁଲଙ୍କ ଦୁଲହନିଆ ସାଜିବେ। ଏନେଇ ଭେନ୍ୟୁ ଫାଇନାଲ୍‌ ହୋଇ ସାରିଥିବା ବେଳେ  ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନ ଥିବା ଜଣାଯାଇଛି । ତଥାପି ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ପ୍ରଥମରେ ଏହି କପଲ୍‌ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି। ଆଥିଆ ଓ ରାହୁଲଙ୍କ ଡେଟିଂ ଖବର ବି-ଟାଉନ୍‌ରେ […]

କନିଆ ସାଜିବେ ସୁନୀଲ ସେଟ୍ଟିଙ୍କ ଲାଡଲୀ, ଭେନ୍ୟୁ ଫାଇନାଲ୍‌

aathiya & rahul

Advertisment

ମୁମ୍ବାଇ: ଖୁବ୍‌ ଶୀଘ୍ର ହାତରୁ ଦି ହାତ ହେବେ ସୁନୀଲ ସେଟ୍ଟିଙ୍କ ଲାଡଲି ଆଥିଆ ସେଟ୍ଟି। ସେ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ କେ.ଏଲ୍‌ ରାହୁଲଙ୍କ ଦୁଲହନିଆ ସାଜିବେ। ଏନେଇ ଭେନ୍ୟୁ ଫାଇନାଲ୍‌ ହୋଇ ସାରିଥିବା ବେଳେ  ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନ ଥିବା ଜଣାଯାଇଛି । ତଥାପି ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ପ୍ରଥମରେ ଏହି କପଲ୍‌ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି।

Advertisment

ଆଥିଆ ଓ ରାହୁଲଙ୍କ ଡେଟିଂ ଖବର ବି-ଟାଉନ୍‌ରେ ହଟ୍‌ ଗସିପ ପାଲଟିଥିବା ବେଳେ ତାଙ୍କ ୱେଡିଂଙ୍ଗ ସେରିମନିରେ ବଲିଉଡର ବହୁ ଆଗ ଧାଡ଼ିର ଷ୍ଟାରଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ତେବେ ଝିଅର ବିବାହ ମୁମ୍ବାଇର ଗହଳିଠୁ ଦୂରରେ ଖଣ୍ଡାଲାରେ କରିବାକୁ ସ୍ଥିର କରିଛନ୍ତି ବଲିଉଡର ଅନ୍ନା।

[caption id="attachment_764151" align="aligncenter" width="650"]athiya-&-rahul ଆଥିଆ ଓ ରାହୁଲ ।[/caption]

Advertisment

ଖଣ୍ଡାଲାରେ ସୁନୀଲଙ୍କ ଏକ ବିଳାସମୟ ଓ ବିରାଟ ଆଲିସାନ ଘର ଥିବା ବେଳେ ଚାରିପଟେ ସବୁଜିମା ଭରି ରହିଛି।   ଏହା ଏକ ବିରାଟ ଜାଗାରେ ପରିବ୍ୟାପ୍ତ। ତେଣୁ ନିଜ ଝିଅ ବିବାହ ସୁନୀଲ ଓ ମାନ୍ୟା ଖଣ୍ଡାଲାରେ କରିବାକୁ ଯୋଜନା କରୁଛନ୍ତି। ପ୍ରାୟ ୧୭ ବର୍ଷ ପୂର୍ବେ ସୁନୀଲ ସେଟ୍ଟି ଏହି ଘର କିଣିଥିବା ବେଳେ ଏହାର ଇଣ୍ଟେରିଅର ଡିଜାଇନ ବି ଜବରଦସ୍ତ ହୋଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲଙ୍କ ବିଜି ସିଡ୍ୟୁଲକୁ ଦେଖି ସେ ଫ୍ରି ହେବା ପରେ ବିବାହ ତାରିଖ ସ୍ଥିର ହେବ । ତେବେ ପ୍ରାୟତଃ ଡିସେମ୍ବର ଶେଷ କିମ୍ବା  ଜାନୁୟାରୀ ପ୍ରଥମ ସପ୍ତାହରେ ହେବ ବୋଲି ଜଣାଯାଇଛି। ବିବାହ ଉତ୍ସବରେ ଯୋଗ ଦେବାକୁ ସମୟ ବାହାର କରିବାକୁ ଉଭୟ ଆଥିଆ ଓ ରାହୁଲଙ୍କ ପରିବାର ଗେଷ୍ଟମାନଙ୍କୁ ଜଣାଇଥିବା ଜଣାଯାଇଛି।  ଏହା ବ୍ୟତୀତ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି।  ଏଥିନିମନ୍ତେ ମୁମ୍ବାଇର ଏକ ଆଗଧାଡ଼ିର ୱେଡିଙ୍ଗ ଅର୍ଗାନାଇଜରକୁ ଦାୟିତ୍ୱ ଦିଆଯାଇଛି।

ଉଭୟ ଆଥିଆ ଓ ରାହୁଲଙ୍କ ଲଭ୍‌ ଲାଇଫ୍‌କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ କିନ୍ତୁ ଏ ସମ୍ପର୍କରେ କେବେବି ପାଟି ଫିଟାଇ ନାହାନ୍ତି। ତେବେ ଉଭୟ ବାନ୍ଦ୍ରାରେ ଏକ ଫୋର୍‌ ବିଏଚ୍‌କେ ଫ୍ଲାଟରେ ଏବେ ଲିଭ-ଇନ୍‌ରେ ରହୁଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe