Advertisment

ନିଶାଙ୍କ ନିଶାରେ ମତୁଆଲା ଦର୍ଶକ,ଷ୍ଟେଜରେ କଲେ ହଙ୍ଗାମା

ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା।

Nisha moharana

Nisha moharana

Advertisment

କାହିଁକି ଅଳ୍ପ ସମୟ ପାଇଁ ମଞ୍ଚକୁ ଆସିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ଏହି କଥାକୁ ନେଇ ଯାତ୍ରା ଷ୍ଟେଜ ପାଲଟିଲା ଋଣକ୍ଷେତ୍ର। ଷ୍ଟେଜ୍ ଉପରକୁ ଚୌକି ଫିଙ୍ଗିବା ସହ ହୋହାଲ୍ଲା କରିଥିଲେ ଦର୍ଶକ। ବୁଝାସୁଝା କରିବା ପରେ ପରିସ୍ଥତି ଶାନ୍ତ ପଡ଼ିଥିଲା। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ଓଡ଼ିଶା ସମ୍ରାଟର ଯାତ୍ରା ସମୟରେ।

Advertisment

ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।  ଏହି ସମୟରେ ନିଶା ମହାରଣା କରିଥିଲେ ଷ୍ଟେଜ ଉପରକୁ ଏଣ୍ଟ୍ରି। ଯାହାକୁ ଦେଖି ଦର୍ଶକଙ୍କ ମନ ଖୁସି ହୋଇଯାଇଥିଲା।  ନିଶା ମହାରଣା ମଧ୍ୟ ଦର୍ଶକଙ୍କୁ ଖୁସି କରିବା ପାଇଁ କରିଥିଲେ ଆଇଟମ ଡ୍ୟାନ୍ସ। ତାଙ୍କ ଠୁମୁକା ଦେଖି ଦର୍ଶକ ନେଉଥିଲେ ମଜା।  ନିଶାଙ୍କ ଆଇଟମ ଡ୍ୟାନ୍ସର ତାଳେତାଳେ ଝୁମୁଥିଲେ ଦର୍ଶକ। ଏହି ସମୟରେ ନିଶାଙ୍କର ଆଇଟମ ଡ୍ୟାନ୍ସ ସରି ଯାଇଥିଲା। ସେ ମଞ୍ଚ ଉପରୁ ପଳାଇ ଯାଇଥିଲେ। । ଯାହାକୁ ନେଇ ହୋହାଲ୍ଲା କରିଥିଲେ ଦର୍ଶକ।

କାହିଁକି ନିଶା ମହାରଣା ଅଳ୍ପ ସମୟ ମଞ୍ଚରେ ଡ୍ୟାନ୍ସ କରି ପଳାଇଲେ ତାକୁ ନେଇ ପ୍ରତିବାଦ କରିଥିଲେ। କିଛି ସମୟ ମଞ୍ଚ ପାଲଟିଲା ଋଣକ୍ଷେତ୍ର। ଦଶର୍କମାନେ ମଞ୍ଚକୁ ଚ୍ୟାୟର ପିଙ୍ଗାଫିଙ୍ଗି କରିଥିଲେ। ପରେ ଯାତ୍ରାର ଆୟୋଜକ ଲୋକଙ୍କୁ ବୁଝାସୁଝା କରିଥିଲେ। ନିଶା ମହାରଣାଘଙ୍କ ଦେହ ଭଲ ନାହିଁ, ସେଥିପାଇଁ ସେ ଅଳ୍ପ ସମୟ ମଞ୍ଚରେ ଡ୍ୟାନ୍ସ କରି ପଳାଇଥିଲେ ବୋଲି କହିଥିଲେ।

Advertisment

ଲୋକମାନେ ଏହା ଶୁଣିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା, ସେନେଇ ଆୟୋଜକ କିମ୍ବା ଅଭିନେତ୍ରୀ ନିଶା ମହାରଣାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Entertainment Nisha Moharana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe