Advertisment

ଷ୍ଟେଜ୍‌ରେ ଥେଇ ଥେଇ ହେଉଥିଲେ ମାମୁନୀ... ଚେୟାର ଫିଙ୍ଗିଲେ ଦର୍ଶକ

ଚନ୍ଦନ ଯାତ୍ରା ଉପଲକ୍ଷେ ତିଗିରିଆ ଥାନା ନୂଆପାଟଣା ଗାଁରେ ଶନିବାର ରାତିରେ ଆୟୋଜିତ ହୋଇଥିଲା ଡ୍ରାମା। ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଡ୍ରାମା। ତା’ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ମ୍ୟାଲୋଡି କାର୍ଯ୍ୟକ୍ରମ।

author-image
Manoranjan Sial
Jatra

Jatra

ଆଖିରେ ମୋର ହାଏ ଭୋଡ୍‌କାର ନିଶା... ଓଠରେ ରସାଲି ସତେ ହ୍ୱିସ୍କ୍‌ ମିଶା... ପ୍ରେମରେ ମୋର ପଡ଼ିଯା ଡାଲିଂ... ନାଚିବ ତୋ ପାଇଁ ମାମୁନି ଥେଇ ଥେଇ ଥେଇ...। ଏହି ଲୋକପ୍ରିୟ ହିଟ୍‌ ଗୀତରେ ହଟ୍‌ ଡ୍ୟାନ୍ସ କରୁଥିଲେ ଡ୍ୟାନ୍ସର। ଏହା ଦେଖି ଫିଡ଼ିକି ଯାଇଥିଲେ ଦର୍ଶକ। ଆଉ କାଳବିଳମ୍ୱ ନକରି ଷ୍ଟେଜ ଉପରକୁ ଫିଙ୍ଗିଥିଲେ ଚେୟାର। ଏପରି ଦୃଶ୍ୟ କଟକ ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ଚନ୍ଦନ ଯାତ୍ରା ଉପଲକ୍ଷେ ତିଗିରିଆ ଥାନା ନୂଆପାଟଣା ଗାଁରେ ଶନିବାର ରାତିରେ ଆୟୋଜିତ ହୋଇଥିଲା ଡ୍ରାମା। ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଡ୍ରାମା। ତା’ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ମ୍ୟାଲୋଡି କାର୍ଯ୍ୟକ୍ରମ। ଗୋଟିଏ ପରେ ଗୋଟିଏ ସୁମଧୁର ଗୀତ ସାଙ୍ଗକୁ ହୋଇଥିଲା ଧମାକାଦାର ହଟ୍‌ ଆଇଟମ୍‌ ଡ୍ୟାନ୍ସ। ଆଉ, ଆଖିରେ ମୋର ହାଏ ଭୋଡ୍‌କାର ନିଶା... ଓଠରେ ରସାଲି ସତେ ହ୍ୱିସ୍କ୍‌ ମିଶା... ଗୀତ ଟ୍ରାକ୍‌ରେ ଡ୍ୟାନ୍ସ କରିବାକୁ ଆସିଥିଲେ ଡ୍ୟାନ୍ସର।

ଠିକ୍‌ ସେହି ସମୟରେ ଷ୍ଟେଜ୍‌ ପାଖରେ ବସିଥିବା କିଛି ଦର୍ଶକ ଡ୍ୟାନ୍ସରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ବାରମ୍ୱାର ଦୁର୍ବ୍ୟବହାର କରାଯିବାରୁ ଯାତ୍ରା ଆୟୋଜକ ବିରୋଧ କରିଥିଲେ। ତା’ପରେ ମୁହାଁମୁହିଁ ହୋଇଥିଲେ ଯାତ୍ରା ଆୟୋଜକ କମିଟି ସଦସ୍ୟ ଓ ଦର୍ଶକ। ପରେ ଦର୍ଶକମାନେ ନାଚ ଚାଲିଥିବା ବେଳେ ଷ୍ଟେଜ୍‌ ଉପରକୁ ପ୍ଲାଷ୍ଟିକ୍‌ ଚେୟାର ଫିଙ୍ଗି ଥିଲେ। କିଛି ସମୟ ପାଇଁ ଷ୍ଟେଜ ପାଲଟିଥିଲା ରଣକ୍ଷେତ୍ର। ସ୍ଥିତି ଏମିତି ହୋଇଥିଲା ଯେ ଡ୍ରାମା ବନ୍ଦ କରିବାକୁ ପଡ଼ିଥିଲା। ବିଶୃଙ୍ଖଳା କାରଣରୁ ନାଟକ ବନ୍ଦ କରିବାକୁ ପଡ଼ିଥିଲା।

Advertisment

ଡେଜ୍‌ ଉପରେ ହୋଇଥିବା ଗଣ୍ଡଗୋଳକୁ ପ୍ରଥମେ ଚପାଇ ଦେବାକୁ ଚେଷ୍ଟା କରାଯାଇଥିଲା। ମାମଲାକୁ ଗାଁରେ ସମାଧାନ କରିବା ପାଇଁ ମୁରବୀମାନଙ୍କୁ ନେଇ ବୈଠକ ବସିଥିଲା। ଦିନ ତମାମ କସରତ ହୋଇଥିଲା। ହେଲେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଶେଷରେ ଯାତ୍ରା ଆୟୋଜକମାନେ ଆଜି ସନ୍ଧ୍ୟା ବେଳେ ଏନେଇ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୃଙ୍ଖଳା ଆଚରଣ କରିଥିବା ୩ ଜଣ ଯୁବକଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ତେବେ ପୁଲିସ ଏଫ୍‌ଆଇଆର୍‌ ରଖି ଖୋଳତାଡ଼ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ରିପୋର୍ଟ-ଆଠଗଡ଼ରୁ ନୀଳକଣ୍ଠ ଦୋରା

Cuttack Jollywood Jatra Artiste