Advertisment

ପୀୟୁଷଙ୍କ ଜୀବନ୍ତ ଅଭିନୟରେ କ୍ରୋଧିତ ହେଲେ ଦର୍ଶକ, ଫିଙ୍ଗିଲେ ପାଣି ବୋତଲ

ଶନିବାର ରାତିରେ ବାଲିଆପାଳରେ ଖେଳୁଥିଲା ତୁଳସୀ ଅପେରା। ନାଟକ ଥିଲା “ଅଧା ରାତିର ସାଥୀ”। ନାଟକ ଦେଖିବା ପାଇଁ ଖଚାଖଚ୍‌ ଭିଡ ଥିଲା। ପ୍ରଥମେ ହୋଇଥିଲା ମେଲୋଡ଼ି। ତା’ପରେ ଧମାକାଦାର ରେକର୍ଡ ଡ୍ୟାନ୍ସ।

Jatra

Jatra

Advertisment

ଖଳନାୟକ ପୀୟୁଷଙ୍କ ଜୀବନ୍ତ ଅଭିନୟରେ କ୍ରୋଧିତ ହେଲେ ଦର୍ଶକ। ଷ୍ଟେଜ୍‌କୁ ପାଣି ବୋତଲ ଓ ଜୋତା ଫିଙ୍ଗିଲେ। ବୋତଲ ମାଡ଼ରେ ଘାଇଲା ହେଲେ ପୀୟୁଷ! ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।

Advertisment

ଶନିବାର ରାତିରେ ବାଲିଆପାଳରେ ଖେଳୁଥିଲା ତୁଳସୀ ଅପେରା। ନାଟକ ଥିଲା “ଅଧା ରାତିର ସାଥୀ”। ନାଟକ ଦେଖିବା ପାଇଁ ଖଚାଖଚ୍‌ ଭିଡ ଥିଲା। ପ୍ରଥମେ ହୋଇଥିଲା ମେଲୋଡ଼ି। ତା’ପରେ ଧମାକାଦାର ରେକର୍ଡ ଡ୍ୟାନ୍ସ। ଡ୍ୟାନ୍ସ ପରେ ଆରମ୍ଭ ହୋଇଥିଲା ନାଟକ। ନାୟକ ଓ ନାୟିକାଙ୍କ ସଂଳାପରେ ଗୁଞ୍ଜରିତ ହେଉଥିଲା ଷ୍ଟେଜ୍‌। ନାଟକକୁ ଉପଭୋଗ କରୁଥିଲେ ଯାତ୍ରା ପ୍ରେମୀ। ହଠାତ୍‌ ଷ୍ଟେଜ୍‌କୁ ଆସନ୍ତି ଖଳନାୟକ ପୀୟୁଷ ତ୍ରିପାଠୀ। ତାଙ୍କ ଗୁରୁଗମ୍ଭିର ଡାଇଲଗ୍‌ରେ ସ୍ତବ୍ଧ ହୋଇଯାଥିଲେ ଦର୍ଶକ।

ତା’ପରେ ସାମ୍ନାକୁ ଆସିଥିଲା ବହୁ ପ୍ରତିକ୍ଷୀତ ସିନ୍‌। ନିଜର ଦମ୍‌ଦାର ଆନ୍ଦାଜରେ ଷ୍ଟେଜ୍‌ ଉପରେ ଦେଉଥିଲେ ନାନା ନିର୍ଯାତନା। ନିଜ ମାଆ(ଚରିତ୍ର)ଙ୍କୁ ମାଡ଼ ମାରିଥିଲେ। ଗୋଇଠା ମାରିଥିଲେ। ପୀୟୁଷଙ୍କ ଜୀବନ୍ତ ଅଭିନୟରେ କ୍ରୋଧିତ ହୋଇଥିଲେ ଦର୍ଶକ। ଆଉ ପୀୟୁଷଙ୍କୁ ଲକ୍ଷ୍ୟ କରି ଫିଙ୍ଗିଥିଲେ ପାଣି ବୋତଲ। ଆଉ କିଛି ଦର୍ଶକ ଜୋତା ମଧ୍ୟ ଫିଙ୍ଗି ଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe