Advertisment

ସ୍ୱାଧୀନତା ଦିବସରେ ରିଲିଜ୍‌ ହୋଇପାରେ ‘ଦଙ୍ଗଲ୍’

ମୁମ୍ୱାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଦଙ୍ଗଲ୍’ ୧୫ ଅଗଷ୍ଟରେ ରିଲିଜ୍ ହୋଇପାରେ। ଏହି ଫିଲ୍ମ କ୍ରିସ୍‌ମାସରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଅମୀର ସ୍ୱାଧୀନତା ଦିବସରେ ଏହାକୁ ରିଲିଜ୍ କରିବାକୁ ଚାହୁଁଛନ୍ତି। ଫିଲ୍ମଟି ଦେଶପ୍ରେମ ଉପରେ ଆଧାରିତ ହୋଇଥିବାରୁ ସ୍ୱାଧୀନତା ଦିବସରେ ଅମୀର ଏହାକୁ ରିଲଜ୍ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ହରିୟାଣାର ଜଣେ କୁସ୍ତି ଯୋଦ୍ଧା ମହାବୀର ସିଂ ଫୋଗଟ୍‌ଙ୍କ ଜୀବନୀ ଉପରେ ଆଧାରିତ। ସେ ତାଙ୍କ ଦୁଇ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସରେ ରିଲିଜ୍‌ ହୋଇପାରେ ‘ଦଙ୍ଗଲ୍’

amir

ମୁମ୍ୱାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଦଙ୍ଗଲ୍’ ୧୫ ଅଗଷ୍ଟରେ ରିଲିଜ୍ ହୋଇପାରେ। ଏହି ଫିଲ୍ମ କ୍ରିସ୍‌ମାସରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଅମୀର ସ୍ୱାଧୀନତା ଦିବସରେ ଏହାକୁ ରିଲିଜ୍ କରିବାକୁ ଚାହୁଁଛନ୍ତି। ଫିଲ୍ମଟି ଦେଶପ୍ରେମ ଉପରେ ଆଧାରିତ ହୋଇଥିବାରୁ ସ୍ୱାଧୀନତା ଦିବସରେ ଅମୀର ଏହାକୁ ରିଲଜ୍ କରିବାକୁ ଚାହୁଁଛନ୍ତି।

Advertisment

ଏହି ଫିଲ୍ମ ହରିୟାଣାର ଜଣେ କୁସ୍ତି ଯୋଦ୍ଧା ମହାବୀର ସିଂ ଫୋଗଟ୍‌ଙ୍କ ଜୀବନୀ ଉପରେ ଆଧାରିତ। ସେ ତାଙ୍କ ଦୁଇ ଝିଅଙ୍କୁ କୁସ୍ତି ଯୁଦ୍ଧା ବନାଇବାକୁ ଚାହିଁ ଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ। ସମସ୍ତ ବିରୋଧକୁ ବେଖାତିର କରି ସେ କେମିତି ତାଙ୍କ ଝିଅଙ୍କୁ କୁସ୍ତି ଯୋଦ୍ଧା ବନାଇଛନ୍ତି, ତାହା ଉପରେ ଫିଲ୍ମଟି ଚିତ୍ରିତ ହୋଇଛି।  ଅମୀରଙ୍କୁ ଫିଲ୍ମରେ ଫୋଗଟ୍‌ଙ୍କ ଚରିତ୍ରରେ ଦେଖିବାକୁ ମିଳିବ।

ଗତବର୍ଷ ଅସହିଷ୍ଣୁତା ନେଇ ଅମୀର ଖାନ୍ ଏକ ବିବାଦୀୟ ବୟାନ ଦେଇଥିଲେ। ଅମୀରଙ୍କ ଏହି ବୟାନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅସହିଷ୍ଣୁତା ନେଇ ଦେଇଥିବା ବୟାନ ଲାଗି ତାଙ୍କୁ କେନ୍ଦ୍ର ସରକାରଙ୍କର ‘ଅତୁଲ୍ୟ ଭାରତ’ କ୍ୟାମ୍ପେନରୁ ବିଦା ହେବାକୁ ପଡ଼ିଥିଲା। ଏହାସହିତ ସ୍ନାପ ଡିଲ୍‌ରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଥିଲା।

Advertisment

ଅସହିଷ୍ଣୁତା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅମୀର ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡିଥିଲା। କିଛି ଲୋକ ତାଙ୍କୁ ଦେଶଦ୍ରୋହୀ କହିବାକୁ ମଧ୍ୟ ପଛାଇ ନ ଥିଲେ। ଏପରି ସ୍ଥିତିରେ ‘ଦଙ୍ଗଲ୍’ କେତେ ବ୍ୟବସାୟିକ ସଫଳତା ପାଉଛି ତାହା ଦେଖିବାକୁ ବାକି ରହିଲା।