୭୨ ଘଣ୍ଟା ମଧ୍ୟରେ କଙ୍ଗନାଙ୍କ ବିରୋଧରେ ଆକ୍ସନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ୍ କଙ୍ଗନା ରଣାୱତ। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି କଙ୍ଗନା। ଏବେ ତାଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ସେ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରିଥିବା ନେଇ ଲେଖକ ଆଶିଷ କୈଲ ଅଭିଯୋଗ ଆଣିଛନ୍ତି । କଙ୍ଗନା ତାଙ୍କ ପୁସ୍ତକ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରି ଫିଲ୍ମ ନିର୍ମାଣ […]

kangana

kangana

Madhupriya Mistry
  • Published: Sunday, 17 January 2021
  • Updated: 17 January 2021, 01:52 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ୍ କଙ୍ଗନା ରଣାୱତ। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି କଙ୍ଗନା। ଏବେ ତାଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ସେ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରିଥିବା ନେଇ ଲେଖକ ଆଶିଷ କୈଲ ଅଭିଯୋଗ ଆଣିଛନ୍ତି । କଙ୍ଗନା ତାଙ୍କ ପୁସ୍ତକ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିବା ସେ କହିଛନ୍ତି।

ଏନେଇ କଙ୍ଗନାଙ୍କୁ ଆଶିଷ ଲିଗାଲ ନୋଟିସ ପଠାଇଛନ୍ତି। ୭୨ ଘଣ୍ଟା ମଧ୍ୟ ଏହାର ଜବାବ ରଖିବାକୁ ସେ କଙ୍ଗନାଙ୍କୁ ସମୟ ଦେଇଛନ୍ତି। ଯଦି ଜବାବ ନ ରଖନ୍ତି ତେବେ ତାଙ୍କ ବିରୋଧରେ କଡା ଆକ୍ସନ ନେବେ ବୋଲି ଆଶିଷ ଚେତାବନୀ ଦେଇଛନ୍ତି। ସେପଟେ ଏନେଇ କଙ୍ଗନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ ଯେ, ଆଶିଷଙ୍କ ବହିର ଇଂରାଜୀ ଭର୍ସନ୍ ୨୦୧୭ରେ ରିଲିଜ ହୋସାରିଛି। ହିନ୍ଦୀ ଭର୍ସନ ରିଲିଜ ଅପେକ୍ଷାରେ ରହିଛି। ଏହାରି ଭିତରେ କଙ୍ଗନା ନିକଟରେ ଏହି କାହାଣୀ ଉପରେ ହିଁ ଏକ ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଆଶିଷ ନିଜ ଅଭିଯୋଗରେ କହିଛନ୍ତି, କଙ୍ଗନା ମୋ ପୁସ୍ତକର କାହାଣୀକୁ ଫିଲ୍ମ ସ୍କ୍ରିପ୍ଟ ଭଳି ଲେଖିଛନ୍ତି। ବଡ ପ୍ରଡକ୍ସନ ହାଉସ ସହ ମିଶି ଏହା ଉପରେ ଫିଲ୍ମ ତିଆରି କରିବାକୁ ଯୋଜନା କରିଛନ୍ତି। ଯଦି କଙ୍ଗନା ଏହି କାହାଣୀକୁ ନେଇ ଫିଲ୍ମ ତିଆରି କରିବେ ତେବେ ତାଙ୍କୁ ଘୋର ଆର୍ଥିକ କ୍ଷତି ସହିବାକୁ ପଡିବ । ସେପଟେ ଆଶିଷଙ୍କ ଅଭିଯୋଗ ପରେ ଫିଲ୍ମଟି ତାଙ୍କ ପୁସ୍ତକର କାହାଣୀ ଉପରେ ଆଧାରିତ ନାହିଁ ବୋଲି କଙ୍ଗନା ସଫେଇ ଦେଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos