Advertisment

୭୨ ଘଣ୍ଟା ମଧ୍ୟରେ କଙ୍ଗନାଙ୍କ ବିରୋଧରେ ଆକ୍ସନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ୍ କଙ୍ଗନା ରଣାୱତ। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି କଙ୍ଗନା। ଏବେ ତାଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ସେ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରିଥିବା ନେଇ ଲେଖକ ଆଶିଷ କୈଲ ଅଭିଯୋଗ ଆଣିଛନ୍ତି । କଙ୍ଗନା ତାଙ୍କ ପୁସ୍ତକ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରି ଫିଲ୍ମ ନିର୍ମାଣ […]

ଅଦ୍ୟତନ ହୋଇଛି
୭୨ ଘଣ୍ଟା ମଧ୍ୟରେ କଙ୍ଗନାଙ୍କ ବିରୋଧରେ ଆକ୍ସନ

kangana

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ୍ କଙ୍ଗନା ରଣାୱତ। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି କଙ୍ଗନା। ଏବେ ତାଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ସେ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରିଥିବା ନେଇ ଲେଖକ ଆଶିଷ କୈଲ ଅଭିଯୋଗ ଆଣିଛନ୍ତି । କଙ୍ଗନା ତାଙ୍କ ପୁସ୍ତକ ‘ଦିଦ୍ଦା: କାଶ୍ମୀର କି ଯୋଦ୍ଧା ରାଣୀ’ର କାହାଣୀ ଚୋରି କରି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିବା ସେ କହିଛନ୍ତି।publive-image

Advertisment

ଏନେଇ କଙ୍ଗନାଙ୍କୁ ଆଶିଷ ଲିଗାଲ ନୋଟିସ ପଠାଇଛନ୍ତି। ୭୨ ଘଣ୍ଟା ମଧ୍ୟ ଏହାର ଜବାବ ରଖିବାକୁ ସେ କଙ୍ଗନାଙ୍କୁ ସମୟ ଦେଇଛନ୍ତି। ଯଦି ଜବାବ ନ ରଖନ୍ତି ତେବେ ତାଙ୍କ ବିରୋଧରେ କଡା ଆକ୍ସନ ନେବେ ବୋଲି ଆଶିଷ ଚେତାବନୀ ଦେଇଛନ୍ତି। ସେପଟେ ଏନେଇ କଙ୍ଗନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ ଯେ, ଆଶିଷଙ୍କ ବହିର ଇଂରାଜୀ ଭର୍ସନ୍ ୨୦୧୭ରେ ରିଲିଜ ହୋସାରିଛି। ହିନ୍ଦୀ ଭର୍ସନ ରିଲିଜ ଅପେକ୍ଷାରେ ରହିଛି। ଏହାରି ଭିତରେ କଙ୍ଗନା ନିକଟରେ ଏହି କାହାଣୀ ଉପରେ ହିଁ ଏକ ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Advertisment

ଆଶିଷ ନିଜ ଅଭିଯୋଗରେ କହିଛନ୍ତି, କଙ୍ଗନା ମୋ ପୁସ୍ତକର କାହାଣୀକୁ ଫିଲ୍ମ ସ୍କ୍ରିପ୍ଟ ଭଳି ଲେଖିଛନ୍ତି। ବଡ ପ୍ରଡକ୍ସନ ହାଉସ ସହ ମିଶି ଏହା ଉପରେ ଫିଲ୍ମ ତିଆରି କରିବାକୁ ଯୋଜନା କରିଛନ୍ତି। ଯଦି କଙ୍ଗନା ଏହି କାହାଣୀକୁ ନେଇ ଫିଲ୍ମ ତିଆରି କରିବେ ତେବେ ତାଙ୍କୁ ଘୋର ଆର୍ଥିକ କ୍ଷତି ସହିବାକୁ ପଡିବ । ସେପଟେ ଆଶିଷଙ୍କ ଅଭିଯୋଗ ପରେ ଫିଲ୍ମଟି ତାଙ୍କ ପୁସ୍ତକର କାହାଣୀ ଉପରେ ଆଧାରିତ ନାହିଁ ବୋଲି କଙ୍ଗନା ସଫେଇ ଦେଇସାରିଛନ୍ତି।

Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe