‘ଅବ୍‌ତାର’କୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କଲା ‘ଆଭେଞ୍ଜରସ୍‌:ଏଣ୍ଡଗେମ୍‌’

ମୁମ୍ବାଇ: ‘ମାର୍ବଲ୍ ଷ୍ଟୁଡିଓ’ର ଫିଲ୍ମ ‘ଆଭେଞ୍ଜରସ୍‌:ଏଣ୍ଡଗେମ୍‌’ ଜେମ୍‌ସ୍‌ କ୍ୟାମେରୋନ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଅବ୍‌ତାର’କୁ ପଛରେ ପକାଇ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୦୯ରେ ଆସିଥିବା ‘ଅବତାର’ ଫିଲ୍ମ ଆନ୍ତର୍ଜାତୀୟ ମାକେର୍ଟରେ ସବୁଠୁ ଅଧିକା ରୋଜଗାର କରିଥିଲା। ଆଜି ପର୍ଯ୍ୟନ୍ତ ଏହି ଫିଲ୍ମର ରେକର୍ଡକୁ କେହି ଭାଙ୍ଗି ପାରି ନଥିଲେ। ଏବେ  ‘ଆଭେଞ୍ଜରସ୍‌ ଏଣ୍ଡ୍‌ଗେମ୍‌’ ଏହି ଫିଲ୍ମର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ମାର୍ବଲ୍‌ ଷ୍ଟୁଡିଓର ପ୍ରେସିଡେଣ୍ଟ କେଭିନ୍‌ ଫେଇଜି ଏହି […]

21

Rosalin Rath
  • Published: Tuesday, 23 July 2019
  • , Updated: 23 July 2019, 12:20 PM IST

ମୁମ୍ବାଇ: ‘ମାର୍ବଲ୍ ଷ୍ଟୁଡିଓ’ର ଫିଲ୍ମ ‘ଆଭେଞ୍ଜରସ୍‌:ଏଣ୍ଡଗେମ୍‌’ ଜେମ୍‌ସ୍‌ କ୍ୟାମେରୋନ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଅବ୍‌ତାର’କୁ ପଛରେ ପକାଇ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୦୯ରେ ଆସିଥିବା ‘ଅବତାର’ ଫିଲ୍ମ ଆନ୍ତର୍ଜାତୀୟ ମାକେର୍ଟରେ ସବୁଠୁ ଅଧିକା ରୋଜଗାର କରିଥିଲା। ଆଜି ପର୍ଯ୍ୟନ୍ତ ଏହି ଫିଲ୍ମର ରେକର୍ଡକୁ କେହି ଭାଙ୍ଗି ପାରି ନଥିଲେ। ଏବେ  ‘ଆଭେଞ୍ଜରସ୍‌ ଏଣ୍ଡ୍‌ଗେମ୍‌’ ଏହି ଫିଲ୍ମର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି।

ମାର୍ବଲ୍‌ ଷ୍ଟୁଡିଓର ପ୍ରେସିଡେଣ୍ଟ କେଭିନ୍‌ ଫେଇଜି ଏହି ସୂଚନା ଦେଇଛନ୍ତି। ସେ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ‘ଆଭେଞ୍ଜରସ୍‌:ଏଣ୍ଡଗେମ୍‌’ ବୋଲି କହିଛନ୍ତି। ଏହି ଫିଲ୍ମ ସବୁ ଫିଲ୍ମକୁ ପଛରେ ପକାଇ ଥିବାରୁ ୱାଲ୍ଟ ଡିସ୍‌ନି ଷ୍ଟୁଡିଓ ମଧ୍ୟ ‘ଆଭେଞ୍ଜରସ୍‌ ଏଣ୍ଡ୍‌ଗେମ୍‌’ର ପୁରା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/B0KyMnsB_4G/?utm_source=ig_web_copy_link

ଏପିଲ୍‌ ୨୬ ତାରିଖରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଲଗାତାର ଗୋଟେ ପରେ ଗୋଟେ ରେକର୍ଡ ସୃଷ୍ଟି କରି ଚାଲିଥିଲା। ଫିଲ୍ମ ‘ଆଭେଞ୍ଜରର୍ସ ଏଣ୍ଡଗେମ୍‌’ ସିରିଜ୍‌ର ଏହା ଶେଷ ଫିଲ୍ମ ଥିଲା। ପ୍ରଥମେ ଏହି ଫିଲ୍ମର ପ୍ରମୋସନ୍‌ ଭାରତରୁ ହିଁ ଆରମ୍ଭ ହୋଇଥିଲା। ଫିଲ୍ମରେ ହିନ୍ଦି ଏବଂ ତାମିଲ୍‌ ଭର୍ସନ୍‌ର ସଙ୍ଗୀତ ଏ.ଆର୍‌ ରେହମାନ୍‌ ଦେଇଥିଲେ।

‘ମାର୍ବଲ୍‌ ଷ୍ଟୁଡିଓ’ର ଏହି ଫିଲ୍ମକୁ ନେଇ ସବୁଆଡ଼େ ଉତ୍ସାହ ଦେଖିବାକୁ ମିଳିଥିଲା। ‘ଆଭେଞ୍ଜରସ୍:ଏଣ୍ଡଗେମ୍’ ‘ମାର୍ବଲ ସିନେମାଟିକ୍ ୟୁନିଭର୍ସ’ର ୨୨ତମ ଫିଲ୍ମ। ଭାରତରେ ଏହି ଫିଲ୍ମ ଇଂରାଜି, ହିନ୍ଦୀ, ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହୋଇଥିଲା।

Related story