ମୁମ୍ବାଇ: ଏପ୍ରିଲ୍ ୨୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆଭେଞ୍ଜରସ୍ ଏଣ୍ଡଗେମ୍’ ବକ୍ସ ଅଫିସ୍ରେ ଲଗାତାର ଗୋଟେ ପରେ ଗୋଟେ ରେକର୍ଡ କରିବାରେ ଲାଗିଛି। ଏବେ ସବୁ ସିନେମା ହଲ୍ରେ ଏହି ଫିଲ୍ମ ତାର ଜଲ୍ୱା ଦେଖାଇ ଚାଲିଛି। ଭାରତରେ ଏହି ଫିଲ୍ମର ଏତେ ପ୍ରଶଂସକ ଅଛନ୍ତି ଯେ, କେବଳ ଭାରତର ବକ୍ସ ଅଫିସ୍ରେ ଏହି ଫିଲ୍ମ ୩୫୪ କୋଟି ଟଙ୍କାରୁ ଅଧିକା ରୋଜଗାର କରିସାରିଛି।
ଏଥିରୁ ଏହା ଅନୁମାନ ଲଗାଯାଉଛି ଯେ, ବହୁତ ଶୀଘ୍ର ଏହା ୪୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଯିବ। ଏହି ଫିଲ୍ମ ଏତେ ଲୋକପ୍ରିୟ ଯେ, କେବଳ ରିଲିଜ୍ ହେବା ଦିନ ଏହା ୫୩ କୋଟି ୧୦ ଲକ୍ଷ ଟଙ୍କା ରୋଜଗାର କରିଥିଲା। ଯାହାକି ଏକ ବଡ଼ ରେକର୍ଡ।
ଫିଲ୍ମ ‘ଆଭେଞ୍ଜରର୍ସ ଏଣ୍ଡଗେମ୍’ର ଏହା ହେଉଛି ଶେଷ ଫିଲ୍ମ। ଯେଉଁଥିରେ ଆଇରନ୍ ମ୍ୟାନ୍ଙ୍କ ମୃତ୍ୟୁ ହେଉଛି। ଆଇରନ୍ ମ୍ୟାନ୍ ହେଉଛି ମାର୍ବଲ ସିରିଜ୍ର ବହୁ ଲୋକପ୍ରିୟ ଚରିତ୍ର।
ଏଠାରେ ଆପଣଙ୍କୁ କହି ରଖିବାକୁ ଚାହଁଛୁ ଯେ, ପ୍ରଥମେ ଭାରତରୁ ହିଁ ଏହି ଫିଲ୍ମର ପ୍ରମୋସନ୍ ଆରମ୍ଭ ହୋଇଥିଲା। ଏହି ଫିଲ୍ମରେ ହିନ୍ଦି ଏଂ ତାମିଲ୍ ଭର୍ସନର ସଙ୍ଗୀତ ଏ.ଆର. ରେହମାନ ଦେଇଛନ୍ତି।
ପୂର୍ବରୁ “ମାର୍ବଲ୍ ଷ୍ଟୁଡିଓ”ର ଏହି ଫିଲ୍ମକୁ ନେଇ ଭାରତରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। “ଆଭେଞ୍ଜରସ୍: ଏଣ୍ଡଗେମ୍‘” ମାର୍ବଲ ସିନେମାଟିକ୍ ୟୁନିଭର୍ସର ୨୨ତମ ଫିଲ୍ମ। ଭାରତରେ ଏହି ଫିଲ୍ମ ଇଂରାଜି, ହିନ୍ଦୀ, ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।