‘ଆଭେଞ୍ଜର ଏଣ୍ଡ୍‌ ଗେମ୍‌’ ଦେଖିଲା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବତୀ

ନୂଆଦିଲ୍ଲୀ : ହଲିଉଡ୍‌ ଫିଲ୍ମ ‘ଆଭେଞ୍ଜର ଏଣ୍ଡ ଗେମ୍‌’ ରିଲିଜ୍‌ ହେବା ପରଠାରୁ ବକ୍ସ ଅଫିସରେ ଏହା ଧମାଲ ମଚାଉଥିବା ଦେଖା ଯାଇଛି । ଖୁବ୍‌ କମ ଦିନ ମଧ୍ୟରେ ଫିଲ୍ମଟି ଅଧିକ ଆୟ କରିଥିବା ବେଳେ ଦିନକୁ ଦିନ ଏହା ଦର୍ଶକଙ୍କ ମନ କିଣିବାରେ ଲାଗିଛି । ଆଭେଞ୍ଜରର ଏହି ଶେଷ ପାର୍ଟ୍‌ରେ  ଖୁବ୍‌ ଇମୋସ୍‌ନାଲ୍‌ ଦୃଶ୍ୟ ରହିଛି,  ଯାହାକୁ ଦେଖିଲେ ନିଜ କାନ୍ଦ ଅଟକାଇ ପାରିବେ ନାହିଁ। ଫିଲ୍ମ ରିଲିଜ୍‌ ହେବା ପରେ ଚାଇନାରେ ଏମିତି […]

film

Sangita Sahoo
  • Published: Wednesday, 01 May 2019
  • , Updated: 01 May 2019, 12:51 PM IST

ନୂଆଦିଲ୍ଲୀ : ହଲିଉଡ୍‌ ଫିଲ୍ମ ‘ଆଭେଞ୍ଜର ଏଣ୍ଡ ଗେମ୍‌’ ରିଲିଜ୍‌ ହେବା ପରଠାରୁ ବକ୍ସ ଅଫିସରେ ଏହା ଧମାଲ ମଚାଉଥିବା ଦେଖା ଯାଇଛି । ଖୁବ୍‌ କମ ଦିନ ମଧ୍ୟରେ ଫିଲ୍ମଟି ଅଧିକ ଆୟ କରିଥିବା ବେଳେ ଦିନକୁ ଦିନ ଏହା ଦର୍ଶକଙ୍କ ମନ କିଣିବାରେ ଲାଗିଛି । ଆଭେଞ୍ଜରର ଏହି ଶେଷ ପାର୍ଟ୍‌ରେ  ଖୁବ୍‌ ଇମୋସ୍‌ନାଲ୍‌ ଦୃଶ୍ୟ ରହିଛି,  ଯାହାକୁ ଦେଖିଲେ ନିଜ କାନ୍ଦ ଅଟକାଇ ପାରିବେ ନାହିଁ।

ଫିଲ୍ମ ରିଲିଜ୍‌ ହେବା ପରେ ଚାଇନାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚାଇନାରେ ଜଣେ ୨୧ ବର୍ଷୀୟ ଯୁବତୀ ଏହି ଫିଲ୍ମ ଦେଖି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଫିଲ୍ମର ଦୁଃଖଦ ଦୃଶ୍ୟ ଦେଖି ଯୁବତୀଙ୍କର କାନ୍ଦ ବନ୍ଦ ହୋଇ ନଥିଲା। ଅନେକ ଚେଷ୍ଟା ପରେ କାନ୍ଦ ନ ହେବାରୁ ଯୁବତୀଜଣଙ୍କ ନିଃଶ୍ୱାସ ନେଇ ପାରିଲେ ନାହିଁ । ଫଳରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅମ୍ଲଜାନ ଦିଆ ଯାଇଥିଲା । କିଛି ସମୟ ପରେ ସେ ସ୍ଥିର ହୋଇଥିଲେ ଓ ସହଜରେ ନିଶ୍ୱାସ ନେଇ ପାରିଥିଲେ ।

ସୂଚନା ମୁତାବକ, ଫିଲ୍ମର ନିର୍ଦ୍ଦେଶନା ଆନ୍ଥୋନୀ ଏବଂ ଜୋ ରୁଷୋ ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରବର୍ଟ ଡାଉନୀ ଜୁନିୟର, କ୍ରିସ୍‌ ଇଭାନ୍ସ, ମାର୍କ ରୁଫାଲୋ ଏବଂ କ୍ରିସ୍‌ ହେମ୍ସଓ୍ଵର୍ଥ ।

 

Related story