Advertisment

ଭାରତରୁ ଆରମ୍ଭ ହେଲା ଫିଲ୍ମ “ଆଭେଞ୍ଜର୍‌ସ୍‌: ଏଣ୍ଡଗେମ୍‌”ର ପ୍ରମୋସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ‘‘ଆଭେଞ୍ଜର୍‌ସ୍‌: ଏଣ୍ଡଗେମ୍‌” ର ଭାରତୀୟ ଫ୍ୟାନ୍‌ମାନେ ଅନେକ ଦିନରୁ ଉତ୍ସୁକତାର ସହ ଫିଲ୍ମଟିକୁ ଅପେକ୍ଷା କରି ରହିଛନ୍ତି। ଏହା ଏକ ହଲିଉଡ୍‌ ଫିଲ୍ମ ଭାବେ ବହୁ ଲୋକପ୍ରିୟ। ଆଭେଞ୍ଜରସ୍‌ ସିରିଜ୍‌ର ଏହା ହେଉଛି ଶେଷ ଫିଲ୍ମ।  ଫିଲ୍ମର ପ୍ରମୋସନ୍‌ କରିବାକୁ  ଏହାର ଡାଇରେକ୍ଟର୍‌ ଭାରତରେ ପହଞ୍ଚିଛନ୍ତି। ଭାରତରେ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ସହ ଏହାର ପ୍ରମୋସନ ଆରମ୍ଭ ହୋଇଯାଇଛି।  ଏହି ଫିଲ୍ମକୁ ଏସିଆରେ ମଧ୍ୟ ପ୍ରଚାର କରାଯିବ। ଫିଲ୍ମର ଡାଇରେକ୍ଟର୍‌ […]

author-image
Rosalin Rath
ଭାରତରୁ ଆରମ୍ଭ ହେଲା ଫିଲ୍ମ “ଆଭେଞ୍ଜର୍‌ସ୍‌: ଏଣ୍ଡଗେମ୍‌”ର ପ୍ରମୋସନ୍‌

a12

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ‘‘ଆଭେଞ୍ଜର୍‌ସ୍‌: ଏଣ୍ଡଗେମ୍‌” ର ଭାରତୀୟ ଫ୍ୟାନ୍‌ମାନେ ଅନେକ ଦିନରୁ ଉତ୍ସୁକତାର ସହ ଫିଲ୍ମଟିକୁ ଅପେକ୍ଷା କରି ରହିଛନ୍ତି। ଏହା ଏକ ହଲିଉଡ୍‌ ଫିଲ୍ମ ଭାବେ ବହୁ ଲୋକପ୍ରିୟ। ଆଭେଞ୍ଜରସ୍‌ ସିରିଜ୍‌ର ଏହା ହେଉଛି ଶେଷ ଫିଲ୍ମ।  ଫିଲ୍ମର ପ୍ରମୋସନ୍‌ କରିବାକୁ  ଏହାର ଡାଇରେକ୍ଟର୍‌ ଭାରତରେ ପହଞ୍ଚିଛନ୍ତି। ଭାରତରେ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ସହ ଏହାର ପ୍ରମୋସନ ଆରମ୍ଭ ହୋଇଯାଇଛି।  ଏହି ଫିଲ୍ମକୁ ଏସିଆରେ ମଧ୍ୟ ପ୍ରଚାର କରାଯିବ।

Advertisment

ଫିଲ୍ମର ଡାଇରେକ୍ଟର୍‌ ଭାରତରେ ଥିବା ଫ୍ୟାନ୍‌ମାନଙ୍କୁ ଭେଟିବେ। ଭାରତ ପରେ ଏହି ଫିଲ୍ମର ଟିମ୍‌ ଜାପାନ, ଚୀନ୍‌, ସିଙ୍ଗାପୁର୍‌ ଏବଂ ଆହୁରି ଅନେକ ଦେଶ ଯାଇ ଫିଲ୍ମର ପ୍ରମୋସନ୍‌ କରିବେ।

publive-image

ଆପଣ ଏହା ମଧ୍ୟ ଜାଣିଛନ୍ତି କି ଏହି ଫିଲ୍ମର ହିନ୍ଦି ଏଂ ତାମିଲ୍‌ ଭର୍ସନର ସଙ୍ଗୀତ ଏ.ଆର. ରେହମାନ ଦେଇଛନ୍ତି। କାଲି ମୁମ୍ବାଇରେ ଏ. ଆର. ରେହମାନ ତିଆରି କରିଥିବା ଆଭେଞ୍ଜରସ୍‌ର ଜାତୀୟ ସଙ୍ଗୀତ ଲଞ୍ଚ କରାଯାଇଛି।

Advertisment

ଅନେକ ଦିନରୁ “ମାର୍ବେଲ୍‌ ଷ୍ଟୁଡିଓ”ର ଫିଲ୍ମକୁ ନେଇ ଭାରତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଆଉ ଏଥିପାଇଁ ପୂର୍ବବର୍ଷ ଆସିଥିବା ଫିଲ୍ମ “ଆଭେଞ୍ଚରସ୍‌: ଇନ୍‌ଫିନିଟି ୱାର୍‌”(Avengers: Infinity War) ଭାରତରେ ଭଲ ବ୍ୟବସାୟ କରିଥିଲା।

publive-image

ଦର୍ଶକଙ୍କ ଏହି ଉତ୍ସାହକୁ ଦେଖି ଫିଲ୍ମର ଡାଇରେକ୍ଟର୍‌ ଜୋଏ ରୁଷୋ ପ୍ରଥମେ ଭାରତକୁ ଚୟନ କରିଥିଲେ। “ଆଭେଞ୍ଜରସ୍‌: ଏଣ୍ଡଗେମ୍‌‘” ମାର୍ବଲ ସିନେମାଟିକ୍‌ ୟୁନିଭର୍ସର ୨୨ତମ ଫିଲ୍ମ। ଯେଉଁଥିରେ କି ଅଭିନୟ କରୁଥିବା ଥାନସ୍‌ ଅନେକ ସୁପର୍‌ହିରୋଙ୍କୁ ଚ୍ୟାଲେଞ୍ଚ ଦେବେ। ଏହି ପିଲ୍ମରେ ଆହୁରି ଅନେକ କଳାକାର ମଧ୍ୟ ଅଭିନୟ କରୁଛନ୍ତି।

ଭରତରେ ଏହି ଫିଲ୍ମ ୨୬ ଏପ୍ରିଲ୍‌ରେ ଇଂରାଜି, ହିନ୍ଦି, ତାମିଲ୍‌ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ।