Advertisment

ମାତ୍ର ୧୧ ବର୍ଷରେ ଛୋଟ ପରଦାରେ ପାଦ ରଖି ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ପୂର୍ବରୁ ଟେଲିଭିଜନ୍‌ ଚ୍ୟାନେଲ୍‌ କଲର୍ସରେ ପ୍ରସାରିତ ଧାରାବାହିକ ‘ବାଲିକା ବଧୂ’ ଲୋକପ୍ରିୟତା ଶିର୍ଷକୁ ଛୁଇଁପାରଥିଲା। ସିରିଏଲ୍‌ରେ ‘ବାଲିକା ବଧୂ’ ଭୂମିକାରେ ଅଭିନୟ କରିଥିବା ଅଭିକା ଗୌର ଘରେ ଘରେ ପରିଚିତ ଥିଲେ। ପୂର୍ବରୁ ବାଲ୍ୟ ବିବାହ ପରମ୍ପରା ପ୍ରଚଳିତ ଥିବା ବେଳେ ଏହାର ପ୍ରଭାବକୁ ନିଖୁଣ ଭାବେ ସିରିଏଲ୍‌ରେ ଦର୍ଶାଯାଇଥିଲା। ଆଜି ସେହି ବାଲିକା ବଧୂ ଅଭିକା ଗୌର୍‌ଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକା କିଛି। https://www.instagram.com/p/BragC3onPmH/?utm_source=ig_web_copy_link ଅଭିକାଙ୍କ […]

ଅଦ୍ୟତନ ହୋଇଛି
ମାତ୍ର ୧୧ ବର୍ଷରେ ଛୋଟ ପରଦାରେ ପାଦ ରଖି ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ

a1

Advertisment

ମୁମ୍ବାଇ: କିଛି ବର୍ଷ ପୂର୍ବରୁ ଟେଲିଭିଜନ୍‌ ଚ୍ୟାନେଲ୍‌ କଲର୍ସରେ ପ୍ରସାରିତ ଧାରାବାହିକ ‘ବାଲିକା ବଧୂ’ ଲୋକପ୍ରିୟତା ଶିର୍ଷକୁ ଛୁଇଁପାରଥିଲା। ସିରିଏଲ୍‌ରେ ‘ବାଲିକା ବଧୂ’ ଭୂମିକାରେ ଅଭିନୟ କରିଥିବା ଅଭିକା ଗୌର ଘରେ ଘରେ ପରିଚିତ ଥିଲେ। ପୂର୍ବରୁ ବାଲ୍ୟ ବିବାହ ପରମ୍ପରା ପ୍ରଚଳିତ ଥିବା ବେଳେ ଏହାର ପ୍ରଭାବକୁ ନିଖୁଣ ଭାବେ ସିରିଏଲ୍‌ରେ ଦର୍ଶାଯାଇଥିଲା।

Advertisment

ଆଜି ସେହି ବାଲିକା ବଧୂ ଅଭିକା ଗୌର୍‌ଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକା କିଛି।

https://www.instagram.com/p/BragC3onPmH/?utm_source=ig_web_copy_link

ଅଭିକାଙ୍କ ଜନ୍ମ ୩୦ ଜୁନ୍‌ ୧୯୯୭ରେ ହୋଇଥିଲା। ଛୋଟବେଳୁ ହିଁ ତାଙ୍କର ଅଭିନୟ କରିବାର ବହୁତ ଇଚ୍ଛା ଥିଲା। ୨୦୦୮ ମସିହାରେ ବାଲିକା ବଧୂ ସିରିଏଲ୍‌ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଆଉ ସେତେବେଳେ ତାଙ୍କ ବୟସ ଥିଲା କେବଳ ୧୧। ସେହି ସିରିଏଲ୍‌ ଏତେ ଲୋକପ୍ରିୟ ହୋଇଥିଲା ଯେ, ତାଙ୍କ ନାମ ବଦଳରେ ଅଭିନୟ କରୁଥିବା ଆନନ୍ଦୀ ଭୂମିକାରୁ ହିଁ ଲୋକେ ତାଙ୍କୁ ଚିହ୍ନିଥିଲେ। ଏହି ସିରିଏଲ୍‌ ପରେ ସେ ‘ଶଶୁରାଲ୍‌ ସିମର୍‌ କା’ ସିରିଏଲ୍‌ରେ ଅଭିନୟ କରିଥିଲେ।

Advertisment

https://www.instagram.com/p/BnuAmCnD0vv/?utm_source=ig_web_copy_link

ତାଙ୍କୁ ଅଭିନୟ ଛଡ଼ା ନାଚିବା, ଗୀତ ଗାଇବା ଏବଂ ଫଟୋଗ୍ରାଫି ମଧ୍ୟ ପସନ୍ଦ। ଏତେ କମ୍‌ ବୟସରୁ ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ, ତାଙ୍କୁ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଛି।

https://www.instagram.com/p/BmfkDSmAY83/?utm_source=ig_web_copy_link

ଏପରିକି ସେ ଏକମାତ୍ର ଭାରତୀୟ ଟେଲିଭିଜନ୍‌ ଅଭିନେତ୍ରୀ ଯିଏ କି ଭିଏତନାମାରେ ‘ଫେସ୍‌ ଅଫ୍‌ ଦି ଇୟର୍‌’ ଆୱାର୍ଡ ଜିତିଛନ୍ତି।

https://www.instagram.com/p/BiUBmUnF9Ty/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe