Advertisment

ଭଲ ହୋଇଛି ସଲ୍‌ମାନ୍ ‘ଲଭ୍‌ୟାତ୍ରୀ’ ସେଟ୍‌କୁ ଆସି ନାହାନ୍ତି: ଆୟୁଷ

ମୁମ୍ବାଇ: ଦବଙ୍ଗ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ୍‌ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲଭ୍‌ୟାତ୍ରୀ’ ଅକ୍ଟୋବର ୫ ତାରିଖରେ ରିଲିଜ୍‌ ହେବ। ଏଥିରେ ନ୍ୟୁକମର୍‌ ଭରିନା ହୁସେନ୍‌ଙ୍କ ସହ ସେ ରୋମାନ୍ସ କରିବେ। ସଲ୍‌ମାନ୍‌ ନିଜେ ଏ ଫିଲ୍ମର ପ୍ରଡ୍ୟୁସର୍ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିରାଜ ମିନାୱାଲା। ଫିଲ୍ମର ପ୍ରମୋସନ୍‌ରେ ଏବେ ସମସ୍ତେ ଲାଗି ପଡ଼ିଛନ୍ତି। ସଲ୍‌ମାନ୍‌ ବି ଏଥିପାଇଁ ଖୁବ୍‌ ପରିଶ୍ରମ କରୁଛନ୍ତି। କିନ୍ତୁ ଜାଣିଛନ୍ତି, ଫିଲ୍ମର ପ୍ରଡ୍ୟୁସର୍‌ ଭାବେ ସବୁ କାମ ବୁଝୁଥିବା ସଲମାନ୍‌ କେବେବି ଫିଲ୍ମର […]

ଭଲ ହୋଇଛି ସଲ୍‌ମାନ୍ ‘ଲଭ୍‌ୟାତ୍ରୀ’ ସେଟ୍‌କୁ ଆସି ନାହାନ୍ତି: ଆୟୁଷ

salman5

Advertisment

ମୁମ୍ବାଇ: ଦବଙ୍ଗ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ୍‌ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲଭ୍‌ୟାତ୍ରୀ’ ଅକ୍ଟୋବର ୫ ତାରିଖରେ ରିଲିଜ୍‌ ହେବ। ଏଥିରେ ନ୍ୟୁକମର୍‌ ଭରିନା ହୁସେନ୍‌ଙ୍କ ସହ ସେ ରୋମାନ୍ସ କରିବେ।

Advertisment

ସଲ୍‌ମାନ୍‌ ନିଜେ ଏ ଫିଲ୍ମର ପ୍ରଡ୍ୟୁସର୍ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିରାଜ ମିନାୱାଲା। ଫିଲ୍ମର ପ୍ରମୋସନ୍‌ରେ ଏବେ ସମସ୍ତେ ଲାଗି ପଡ଼ିଛନ୍ତି। ସଲ୍‌ମାନ୍‌ ବି ଏଥିପାଇଁ ଖୁବ୍‌ ପରିଶ୍ରମ କରୁଛନ୍ତି।

କିନ୍ତୁ ଜାଣିଛନ୍ତି, ଫିଲ୍ମର ପ୍ରଡ୍ୟୁସର୍‌ ଭାବେ ସବୁ କାମ ବୁଝୁଥିବା ସଲମାନ୍‌ କେବେବି ଫିଲ୍ମର ଶୁଟିଂ ସେଟ୍‌କୁ ଯାଇ ନଥିଲେ।  ଆଉ ସେଥିପାଇଁ ଆୟୁଷ୍‌ ଶର୍ମା ଭାରି ଖୁସି ଥିବା ଶୁଣିବାକୁ ମିଳୁଛି।

Advertisment

[caption id="attachment_283671" align="aligncenter" width="750"]love image credit- Live Law[/caption]

ଏକଥା ଶୁଣିଲା ପରେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ଆପଣଙ୍କ ମନକୁ କିଛି ନେଗେଟିଭ୍‌ ପ୍ରଶ୍ନ ଆସୁଥିବ ଓ କିଛି ପଜିଟିଭ୍‌ ପ୍ରଶ୍ନ ବି ଆସୁଥିବ। ଆଉ ଆପଣମାନଙ୍କୁ ଦ୍ୱନ୍ଦ୍ୱରେ ରଖିବାକୁ ଚାହୁଁନାହୁଁ। ଏ ନେଇ ଆୟୁଷ ଶର୍ମା କ’ଣ କହିଛନ୍ତି ପଢ଼ନ୍ତୁ।

ସେ କହିଛନ୍ତି, ‘‘ସଲମାନ୍‌ ଖାନ୍‌ ଫିଲ୍ମର ଆରମ୍ଭରୁ ଆମ ସହ ଜଡ଼ିତ। ସେ ଆମକୁ ନିଜ ଉପାୟରେ କାମ କରିବା ଓ  ମ୍ୟୁଜିକ୍‌ ଚୟନ କରିବାର ପୂରା ସ୍ୱାଧୀନତା ଦେଇଥିଲେ।  ସେ କେବେ ସେଟ୍‌କୁ ଆସନ୍ତି ନାହିଁ।  ଏଥିପାଇଁ ମୁଁ ଭଗବାନ୍‌ଙ୍କ ଧନ୍ୟବାଦ ଜଣାଉଛି। କାହିଁକି ନା ମତେ ଲାଗେ ଯଦି ସେ ସେଟ୍‌ରେ ଉପସ୍ଥିତ ଥାଆନ୍ତେ, ତେବେ ମୁଁ କାମ କରି ପାରି ନଥାନ୍ତି।”

ଆୟୁଷ୍‌ ଆହୁରି କହିଛନ୍ତି,“ସଲ୍‌ମାନ୍‌ ମୋ ମେଣ୍ଟର ଓ ଗୁରୁ। ତାଙ୍କୁ ଖୁସି କରିବା ଏକ କାଠିକର ପାଠ।’’

ଏବେ ଭରିନା ଓ ଆୟୁଷ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।  ଦୁହେଁ ସଲ୍‌ମାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌-୧୨’କୁ ବି ପ୍ରମୋସନ୍‌ କରିବାକୁ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe