Advertisment

ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ଆୟୁସ

ମୁମ୍ବାଇ: ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁସ ଶର୍ମା ପରଦାକୁ ଏକ ନୂଆରୂପରେ ଆସୁଛନ୍ତି। ଡେବ୍ୟୁ ଫିଲ୍ମ ‘ଲଭୟାତ୍ରୀ’ରେ ସ୍ୱିଟ୍‌ ଓ ଇନୋସେଣ୍ଟ୍ ଲୁକ୍‌ରେ ନଜର ଆସିଥିବା ଆୟୁସ ଏବେ ପରଦାରେ ନିଜର ଗ୍ରେ ସେଡ୍‌ ଦେଖାଇବେ। ଆଗକୁ ସେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। https://www.instagram.com/p/B8TCO4mH2KT/?utm_source=ig_web_copy_link ସୂଚନା ଅନୁଯାୟୀ ଆୟୁସ ଏହି ଫିଲ୍ମ ପାଇଁ ଅନେକ ଦିନ ହେଲାଣି ବହୁତ ପରିଶ୍ରମ କରୁଛନ୍ତି। ସେ ନିଜ ବଡିଶେପ୍‌କୁ ଆକର୍ଷଣୀୟ କରିବା ପାଇଁ ଦିନରାତି […]

ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ଆୟୁସ

ayush

Advertisment

ମୁମ୍ବାଇ: ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁସ ଶର୍ମା ପରଦାକୁ ଏକ ନୂଆରୂପରେ ଆସୁଛନ୍ତି। ଡେବ୍ୟୁ ଫିଲ୍ମ ‘ଲଭୟାତ୍ରୀ’ରେ ସ୍ୱିଟ୍‌ ଓ ଇନୋସେଣ୍ଟ୍ ଲୁକ୍‌ରେ ନଜର ଆସିଥିବା ଆୟୁସ ଏବେ ପରଦାରେ ନିଜର ଗ୍ରେ ସେଡ୍‌ ଦେଖାଇବେ। ଆଗକୁ ସେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

Advertisment

https://www.instagram.com/p/B8TCO4mH2KT/?utm_source=ig_web_copy_link

ସୂଚନା ଅନୁଯାୟୀ ଆୟୁସ ଏହି ଫିଲ୍ମ ପାଇଁ ଅନେକ ଦିନ ହେଲାଣି ବହୁତ ପରିଶ୍ରମ କରୁଛନ୍ତି। ସେ ନିଜ ବଡିଶେପ୍‌କୁ ଆକର୍ଷଣୀୟ କରିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେଆର୍‌ କରିଥିଲେ। ଏହି ଫଟୋରେ ଆୟୁସ ଏକଦମ୍‌ ହଟକେ ଲାଗୁଛନ୍ତି। ସିକ୍ସପ୍ୟାକ୍‌ ବଡି ସହ ସେ ବେଶ୍ ଦମ୍‌ଦାର୍‌ ଲାଗୁଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ହେଲା ଯେ ସେ ସଲ୍‌ମାନଙ୍କ ସହ କୌଣସି ଆକ୍ସନ୍‌ ଫିଲ୍ମରେ କାମ କରିବେ। ତେବେ ବର୍ତ୍ତମାନ ଏହା କୁହାଯାଉଛି ଯେ ସେ ତାଙ୍କ ଆଗାମୀ ଫିଲ୍ମରେ ଗ୍ୟାଙ୍ଗଷ୍ଟର ରୋଲ୍‌ ପାଇଁ ଏଭଳି ବଡି ବନାଇଛନ୍ତି।

https://www.instagram.com/p/B0sBZaanNzz/?utm_source=ig_web_copy_link

ପୂର୍ବରୁ ଖବର ଆସିଥିଲା ଯେ ସଲ୍‌ମାନ୍‌ ଓ ଆୟୁସ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ସ୍କ୍ରିନ୍ ଶେଆର କରିବେ। କିନ୍ତୁ ପରେ ଜଣାପଡ଼ିଲା ଯେ ଏହି ଫିଲ୍ମରେ ଆୟୁସ ନଜର ଆସିବେ ନାହିଁ। ବର୍ତ୍ତମାନ ଆୟୁସ ତାଙ୍କ ଅପକମିଂ ଫିଲ୍ମ ‘କ୍ୱାଥା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହ କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲେ କୈଫ୍‌ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମରେ ସେ ଆର୍ମି ଅଫିସର୍‌ ବୀରପ୍ରତାପ ସିଂହ ଭୂମିକାର ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୪ରେ ରିଲିଜ୍ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe