Advertisment

ସଲ୍‌ମାନ୍‌ଙ୍କ ଫିଲ୍ମରେ ଆୟୁଷଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍ ଟାଇଗର ସଲ୍‌ମାନ୍‌ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ୍ ଭାଇକୁ’ ନେଇ ବେଶ୍ କର୍ଚ୍ଚାରେ ଅଛନ୍ତି। ଆସନ୍ତା କାଲି ଏହାର ଟ୍ରେଲର୍‌ ରିଲିଜ୍‌ ହେବ। ତେବେ ଏହା ବ୍ୟତୀତ ସଲ୍‌ମାନ ଆଉ ଏକ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ସେ ଏହି ଫିଲ୍ମର ଘୋଷଣା କଲେଣି, ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ […]

ସଲ୍‌ମାନ୍‌ଙ୍କ ଫିଲ୍ମରେ ଆୟୁଷଙ୍କ ଏଣ୍ଟ୍ରି

salu

Advertisment

ମୁମ୍ବାଇ: ବଲିଉଡ୍ ଟାଇଗର ସଲ୍‌ମାନ୍‌ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ୍ ଭାଇକୁ’ ନେଇ ବେଶ୍ କର୍ଚ୍ଚାରେ ଅଛନ୍ତି। ଆସନ୍ତା କାଲି ଏହାର ଟ୍ରେଲର୍‌ ରିଲିଜ୍‌ ହେବ। ତେବେ ଏହା ବ୍ୟତୀତ ସଲ୍‌ମାନ ଆଉ ଏକ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ସେ ଏହି ଫିଲ୍ମର ଘୋଷଣା କଲେଣି, ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଏହି ଫିଲ୍ମ ସହ ଜଡ଼ିତ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସଲ୍‌ମାନ୍‌ଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବେ ତାଙ୍କ ଭିଣୋଇ ଆୟୁଷ ଶର୍ମା।

Advertisment

https://www.instagram.com/p/B5DTXZzHend/?utm_source=ig_web_copy_link

ଆୟୁଷ ଫିଲ୍ମ ‘ଲଭୟାତ୍ରୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟିକୁ ସଲ୍‌ମାନ୍‌ ଖାନ୍‌ ପ୍ରଡ୍ୟୁସ କରିଥିଲେ। ତାଙ୍କ ବ୍ୟତୀତ ତାଙ୍କର ଦୁଇ ଭାଇ ସୋହିଲ୍‌ ଓ ଅରବାଜ୍ ଖାନ୍‌ ମଧ୍ୟ ଏଥିକେ କ୍ୟାମିୟୋ ରୋଲ୍‌ରେ ନଜର ଆସିଥିଲେ। ଆୟୁଷ ହେଉଛନ୍ତି ସଲ୍‌ମାନ୍‌ଙ୍କ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ୱାମୀ। ତେବେ ବର୍ତ୍ତମାନ ସେ ସଲ୍‌ମାନଙ୍କ ଅପକମିଂ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ଏକ ଗୁରୁତ୍ୱପୂର୍ଣ୍ଣ ରୋଲ୍‌ରେ ନଜର ଆସିବେ। ଏହା ତାଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ। କାରଣ ସୁପରଷ୍ଟାର୍‌ ସଲ୍‌ମାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିବା ବହୁ ଅଭିନେତାଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି। ହେଲେ ଆୟୁଷ ବାଜି ମାରିନେଇଛନ୍ତି।

https://www.instagram.com/p/Bu_oO4fFI1k/?utm_source=ig_web_copy_link

ସୂଚନା ଅନୁଯାୟୀ ସେ ଏହି ଫିଲ୍ମର ସ୍କ୍ରିପ୍ଟ ପଢ଼ିବା ମଧ୍ୟ ଆରମ୍ଭ କରିଦେଲେଣି ଓ ଶୁଟିଂ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ଏହି ଫିଲ୍ମରେ ମଧ୍ୟ ସଲ୍‌ମାନ ପୁଲିସ୍‌ ଭୂମିକାରେ ନଜର ଆସିବେ। ତେବେ ଚର୍ଚ୍ଚା ହେଉଛି ଯେ ଫିଲ୍ମରେ ଲିଡ୍‌ ନାୟିକା ଭାବେ ପୂଜା ହେଗଡ଼େ ନଜର ଆସିବେ। ତେବେ ଏହି ଫିଲ୍ମ ବ୍ୟତୀତ ଆୟୁଷଙ୍କ ହାତରେ ଆହୁରି ବି ଭଲ ଭଲ ପ୍ରୋଜେକ୍ଟ ରହିଛି। ଆଗକୁ ସେ ମରାଠି ଫିଲ୍ମ ‘ମୁଲଶୀ ପ୍ୟାଟର୍ନ’ରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ।  ବର୍ତ୍ତମାନ ଆୟୁଷ ତାଙ୍କ ଅପକମିଂ ଫିଲ୍ମ ‘କ୍ୱାଥା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହ କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲ୍ କୈଫ୍‌ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମରେ ସେ ଆର୍ମି ଅଫିସର୍‌ ବୀରପ୍ରତାପ ସିଂହ ଭୂମିକାର ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୪ରେ ରିଲିଜ୍ ହେବ।

Advertisment

https://www.instagram.com/p/B0sBZaanNzz/?utm_source=ig_web_copy_link

ସଲ୍‌ମାନ୍‌ଙ୍କ କଥା କହିଲେ ସେ ଏବେ  ‘‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ରଣଦୀପ ହୁଡ୍ଡା ଓ ଗୌତମ ଗୁଲାଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିର ନିର୍ଦ୍ଦେଶନା ପ୍ରଭୁଦେବା ଦେଉଛନ୍ତି। ଅନ୍ୟପଟେ ‘କଭି ଇଦ୍‌ କଭି ଦିୱାଲି’ ଆସନ୍ତାବର୍ଷ ଇଦ୍‌ରେ ରିଲିଜ୍‌ ହେବ। ଏହାକୁ ସାଜିଦ୍‌ ନାଡିଆଡୱାଲା ପ୍ରଯୋଜନା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe