ayu
ମୁମ୍ବାଇ: ଆଲୋକର ପର୍ବ ଦୀପାବଳି। ଆସନ୍ତାକାଲି ସାରା ଦେଶରେ ଲୋକେ ପାଳିବେ ଏହି ପର୍ବ। ସାଧାରଣ ଲୋକଙ୍କ ଭଳି ବଲିଉଡ୍ ଷ୍ଟାର୍ମାନେ ମଧ୍ୟ ଏହି ପର୍ବରେ ନିଜକୁ ସାମିଲ କରନ୍ତି। ତେବେ ଚଳିତ ବର୍ଷ ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ଓ ତାଙ୍କ ପତ୍ନୀ ତାହିରା କଶ୍ୟପ ବେଶ୍ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରିଛନ୍ତି। ହଁ, ସେମାନେ ଏହି ପର୍ବ ପାଳନ କରି ସାରିଛନ୍ତି କହିଲେ ଭୁଲ୍ ହେବ ନାହିଁ। କାରଣ ସେମାନେ ଏଥର ଦୀପାବଳିରେ ଯାହା କରିବା ପାଇଁ ଚାହୁଁଥିଲେ, ତାହା ସେମାନେ କରି ସାରିଛନ୍ତି। ସହରରେ ଗଳିକନ୍ଦି ବୁଲି ଅଳିଆ ଗୋଟାଉଥିବା ମହିଳାମାନଙ୍କୁ ଦୁହେଁ ଆର୍ଥିକ ସହାୟତା କରିଛନ୍ତି। ତେବେ ଏ ଦୁହେଁ ସେମାନଙ୍କୁ ସିଧାସଳଖ ଟଙ୍କା ଦେଇ ସହାୟତା କରି ନାହାନ୍ତି। ଚଳିତବର୍ଷ ଦୀପାବଳିରେ ଏହି ଦୁଇ ଜଣ ସେମାନଙ୍କ ବନ୍ଧୁବାନ୍ଧବମାନଙ୍କୁ ଭେଟି ଦେଇଥିବା ଦୀପ ଓ ମହମବତୀକୁ ଏହି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଇଛନ୍ତି।
ଆୟୁଷ୍ମାନ କହିଛନ୍ତି, “ଦୀପାବଳିର ଅର୍ଥ ନିଜେ ଖୁସି ରହିବା ସହ ଅନ୍ୟମାନଙ୍କ ଜୀବନକୁ ଖୁସି ଭରିଦେବା। ଆମେ ନିଜ ପରିବାର ସହ ଏହି ପର୍ବକୁ ବେଶ୍ ଧୁମ୍ଧାମ୍ରେ ପାଳନ କରୁ। କିନ୍ତୁ ଆମକୁ ଏ କଥା ବି ଧ୍ୟାନ ରଖିବାକୁ ହେବ ଯେ, ଅନେକ ଲୋକଙ୍କୁ ଆମ ସହାୟତାର ଆବଶ୍ୟକତା ରହିଛି। ତେଣୁ ଆଲୋକର ପର୍ବରେ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରିବା ବଦଳରେ ଏମିତି କିଛି କରି ଗରିବ ଲୋକଙ୍କ ଜୀବନରେ ଖୁସି ଭରିଦେବା ଉଚିତ୍।”
ସେହିପରି ତାଙ୍କ ପତ୍ନୀ ତାହିରା କହିଛନ୍ତି, “ଆମେ ଉକ୍ତ ମହିଳାଙ୍କ ଦକ୍ଷତାକୁ ଲୋକମାନଙ୍କ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରିଛୁ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ କିଣି ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବାର ଏହା ହେଉଛି ଏକ ଛୋଟ ପ୍ରୟାସ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/ayu.jpg)