Advertisment

ମା'ଙ୍କ ପାଇଁ ଆୟୁଷ୍ମାନ ଗାଇଲେ ଗୀତ...

ମୁମ୍ବାଇ: ଗତକାଲି ଥିଲା ବିଶ୍ୱ ମାତୃ ଦିବସ। ଦେଶରେ ଲକଡାଉନ୍ ଚାଲିଥିବାରୁ ସମସ୍ତଙ୍କ ଭଳି ସେଲେବ୍ରିଟିମାନେ ମଧ୍ୟ ନିଜ ଘରେ ରହି ମା’ଙ୍କ ସହ ଏହାକୁ ପାଳନ କରିଥିଲେ। ନିଜ ନିଜ ତରିକାରେ ତାରକାମାନେ ମା’ଙ୍କୁ ଶୁଭକାମନା ଜଣାଇଥିଲେ। ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ଏଥିରୁ ବାଦ୍ ଯାଇନାହାନ୍ତି। ମା’ଙ୍କ ପାଇଁ ଏହି ଦିନକୁ ଖାସ୍ କରିବା ଲାଗି ସେ ଏକ ଗୀତ ରେକର୍ଡ କରିଛନ୍ତି, ଯାହା ସୋଶାଲ ମିଡିଆରେ ଏବେ ଖୁବ ଚର୍ଚ୍ଚାରେ। https://www.instagram.com/tv/B_7YySbAgnE/?utm_source=ig_web_copy_link ମାତୃଦିବସ […]

ମା'ଙ୍କ ପାଇଁ ଆୟୁଷ୍ମାନ ଗାଇଲେ ଗୀତ...

ayushman

Advertisment

ମୁମ୍ବାଇ: ଗତକାଲି ଥିଲା ବିଶ୍ୱ ମାତୃ ଦିବସ। ଦେଶରେ ଲକଡାଉନ୍ ଚାଲିଥିବାରୁ ସମସ୍ତଙ୍କ ଭଳି ସେଲେବ୍ରିଟିମାନେ ମଧ୍ୟ ନିଜ ଘରେ ରହି ମା’ଙ୍କ ସହ ଏହାକୁ ପାଳନ କରିଥିଲେ। ନିଜ ନିଜ ତରିକାରେ ତାରକାମାନେ ମା'ଙ୍କୁ ଶୁଭକାମନା ଜଣାଇଥିଲେ। ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ଏଥିରୁ ବାଦ୍ ଯାଇନାହାନ୍ତି। ମା’ଙ୍କ ପାଇଁ ଏହି ଦିନକୁ ଖାସ୍ କରିବା ଲାଗି ସେ ଏକ ଗୀତ ରେକର୍ଡ କରିଛନ୍ତି, ଯାହା ସୋଶାଲ ମିଡିଆରେ ଏବେ ଖୁବ ଚର୍ଚ୍ଚାରେ।

Advertisment

https://www.instagram.com/tv/B_7YySbAgnE/?utm_source=ig_web_copy_link

ମାତୃଦିବସ ଅବସରରେ ଆୟୁଷ୍ମାନ ଗୀତଟିକୁ ଗାଇ ସବୁ ମା’ମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏଥିରେ ଆଉ ଜଣେ ଗାୟକଙ୍କୁ ମଧ୍ୟ ଶୁଣିବାକୁ ମିଳିଛି। ଆୟୁଷ୍ମାନଙ୍କ ଏହି ଗୀତକୁ ରୋଚକ କୋହଲି ରଚନା କରିଥିବା ବେଳେ  ଗୁରୁପ୍ରୀତ ସାଇନି ଲେଖିଛନ୍ତି। ଗୀତଟିକୁ ସୋଶାଲ୍ ମିଡିଆରେ ଭଲ ରେସପନ୍ସ ମିଳୁଛି। ଲୋକମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ଓ ଏଥିରେ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।

https://www.instagram.com/tv/B_7YySbAgnE/?utm_source=ig_web_copy_link

ଭିଡିଓଟି ସେୟାର କରିବାବେଳେ ଆୟୁଷ୍ମାନ ଲେଖିଛନ୍ତି- 'ମା ... ଏହା ସେହି ସମସ୍ତ ମା’ମାନଙ୍କ ପାଇଁ, ଯେଉଁମାନେ କ୍ରମାଗତ ଭାବରେ କୌଣସି ସ୍ୱାର୍ଥ ବିନା ଆମ ଦୁନିଆକୁ ସଜାଇଛନ୍ତି।’ ଏହାବ୍ୟତୀତ ଗତକାଲି, ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର୍ କରିଥିଲେ, ଯେଉଁଥିରେ ସେ ଭାରତ ମାତାଙ୍କ ପାଇଁ ଏକ କବିତା ପାଠ କରିଥିଲେ। ଆୟୁଷ୍ମାନଙ୍କ ଏହି ଭିଡିଓଟି ମଧ୍ୟ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe