/odisha-reporter/media/post_attachments/uploads/2019/10/bala.jpg)
bala
ମୁମ୍ୱାଇ : ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଉଠିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ‘ଉଜଡା ଚମନ୍’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ରିଲିଜ୍କୁ ରୋକିବା ପାଇଁ ଏକ ପିଟିସନ୍ ଦାୟର୍ କରିଛନ୍ତି।
ଯେଉଁ ପିଟିସନ୍ରେ ସେ ଲେଖିଛନ୍ତି, ‘ବାଲା’ ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ୍ କପି ରାଇଟସ୍ର ଉଲ୍ଲଙ୍ଘନ କରିଛନ୍ତି। ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟ ୪ ନଭେମ୍ୱରରେ ଶୁଣାଣି କରିବେ।
ସୂଚନାଯୋଗ୍ୟ, ଫିଲ୍ମ ‘ଉଜଡା ଚମନ୍’ର ନିର୍ମାତା ‘ବାଲା’ ଫିଲ୍ମ ଉପରେ କପି ରାଇଟସ୍ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ଫିଲ୍ମ ‘Ondu Motteye Kathe’ର ରିମେକ୍ ହେଉଛି ‘ଉଜଡା ଚମନ୍’। ତାଙ୍କ ପାଖରେ ଓରିଜିନାଲ୍ ଫିଲ୍ମର କପି ରାଇଟ୍ ରହିଛି।
ଏକ ଖବରକାଗଜକୁ ଇଣ୍ଟରଭ୍ୟୁ ଦେଇ ଏହାର ନିର୍ଦ୍ଦେଶକ କହିଛନ୍ତି, ‘ମୋତେ ଲାଗୁଛି ଭଲ କାହାଣୀକୁ ଅଧିକରୁ ଅଧିକ ଦର୍ଶକ ଦେଖିବା ଦରକାର। ମୋର କମ୍ପାନୀ ପାନାରୋମା ଷ୍ଟୁଡିଓ ଏହିପରି ରତ୍ନକୁ ସର୍ବଦା ଖୋଜିଥାଏ। ପୂର୍ବରୁ ରିଲିଜ୍ ହୋଇଥିବା ମୋ ଫିଲ୍ମ ‘ଅଲୋନ୍’ ଓ ‘ଦୃଶ୍ୟମ୍’ ମଧ୍ୟ ଅଫିସିଆଲ୍ ରିମେକ୍। ୨୦୧୮ରେ ଆମକୁ ‘Ondu Motteye Kathe’ର କାହାଣୀ ମିଳିଥିଲା। ୨୦୧୯ରେ ଏହାର ହିନ୍ଦୀ ରିମେକ୍ ରିଲିଜ୍ କରିବୁ ବୋଲି ଆମେ ଆଶା ରଖିଥିଲୁ। ଏଥିପାଇଁ ମୋ ଟିମ୍ ଏହି ଫିଲ୍ମକୁ ୮ ନଭେମ୍ୱରରେ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଫିଲ୍ମ ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ୭ ନଭେମ୍ୱରରେ ‘ବାଲା’ ଫିଲ୍ମର ରିଲିଜ୍ ଡେଟ୍ ରଖାଯାଇଛି। ଯାହାର ପ୍ରଭାବ ଆମ ଫିଲ୍ମ ଉପରେ ପଡ଼ିବ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
