Advertisment

ପ୍ରିୟ ଗାୟକଙ୍କ ‌ବାୟୋପିକ୍‌ କରିବାକୁ ଚାହାଁନ୍ତି ଆୟୁଷ୍ମାନ୍

ମୁମ୍ବାଇ: ବଲିଉଡ୍‌ର ୟଙ୍ଗ୍ ଟ୍ୟାଲେଣ୍ଟ ଆୟୁଷ୍ମାନ୍‌ ଖୁରାନାଙ୍କ ସଫଳତା ଆକାଶ ଛୁଇଁବାକୁ ଲାଗିଲାଣି। ଏକ ଟେଲିଭିଜନ୍‌ ରିଆଲିଟି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ଯୁବକ ଆଜି ବଲିଉଡ୍‌ ଓ ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଆୟୁଷ୍ମାନ୍‌ ଏବେ ଲଗାତାର୍‌ ଭାବେ ହିଟ୍‌ ଫିଲ୍ମ ଦେଉଛନ୍ତି। ସେ ସବୁବେଳେ ଚ୍ୟାଲେଞ୍ଜିଂ ରୋଲ୍‌ରେ ଅଭିନୟ କରନ୍ତି। ତେବେ ସେ ଏକ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି। ଏକ ଟକ୍‌ ଶୋ’ରେ ସେ ଏ ବିଷୟରେ କହିଥିଲେ। https://www.instagram.com/p/B50exjSgzpU/?utm_source=ig_web_copy_link ଆୟୁଷ୍ମାନ୍‌ […]

author-image
Chinmayee Roy
ପ୍ରିୟ ଗାୟକଙ୍କ ‌ବାୟୋପିକ୍‌ କରିବାକୁ ଚାହାଁନ୍ତି ଆୟୁଷ୍ମାନ୍

ayushman

ମୁମ୍ବାଇ: ବଲିଉଡ୍‌ର ୟଙ୍ଗ୍ ଟ୍ୟାଲେଣ୍ଟ ଆୟୁଷ୍ମାନ୍‌ ଖୁରାନାଙ୍କ ସଫଳତା ଆକାଶ ଛୁଇଁବାକୁ ଲାଗିଲାଣି। ଏକ ଟେଲିଭିଜନ୍‌ ରିଆଲିଟି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ଯୁବକ ଆଜି ବଲିଉଡ୍‌ ଓ ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଆୟୁଷ୍ମାନ୍‌ ଏବେ ଲଗାତାର୍‌ ଭାବେ ହିଟ୍‌ ଫିଲ୍ମ ଦେଉଛନ୍ତି। ସେ ସବୁବେଳେ ଚ୍ୟାଲେଞ୍ଜିଂ ରୋଲ୍‌ରେ ଅଭିନୟ କରନ୍ତି। ତେବେ ସେ ଏକ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି। ଏକ ଟକ୍‌ ଶୋ’ରେ ସେ ଏ ବିଷୟରେ କହିଥିଲେ।

Advertisment

https://www.instagram.com/p/B50exjSgzpU/?utm_source=ig_web_copy_link

ଆୟୁଷ୍ମାନ୍‌ କହିଥିଲେ ଯେ ସୁଯୋଗ ମିଳିଲେ ସେ ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ କରିବାକୁ ଚାହିଁବେ। ସେ କହିଥିଲେ, “ମୁଁ ଜଣେ ଗାୟକ ଓ ମୋର ସବୁଠୁ ପ୍ରିୟ ଗାୟକ ହେଉଛନ୍ତି କିଶୋର କୁମାର। ତାଙ୍କ ଗୀତ ଶୁଣି ଶୁଣି ବଡ଼ ହୋଇଛି। ଯଦି କେବେ ସୁଯୋଗ ମିଳେ ମୁଁ ତାଙ୍କ ବାୟୋପିକ୍‌ କରିବାକୁ ଚାହିଁବି। ଅବଶ୍ୟ ମୋତେ ଏଭଳି ଜଣେ ଗାୟକଙ୍କୁ ଖୋଜିବାକୁ ପଡ଼ିବ, ଯାହାଙ୍କ ସ୍ୱର କିଶୋର ଦା’ଙ୍କ ସ୍ୱର ସହ ମିଶୁଥିବ। ଗୀତ ତ ମୁଁ ବି ଗାଏ। ହେଲେ ମୋ ସ୍ୱର ତାଙ୍କ ଚରିତ୍ର ଉପରେ ଖାପ ଖାଇବ ନାହିଁ।”kishore kumar ନିକଟରେ ଆୟୁଷ୍ମାନଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ୨୦୧୭ରେ ଆସିଥିବା ‘ଶୁଭ ମଙ୍ଗଳ ସାବଧାନ୍’ ସିରିଜ୍‌ର ଦ୍ୱିତୀୟ ଫିଲ୍ମ। ହିତେଶ କେୱଲ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆୟୁଷ୍ମାନଙ୍କ ସହ ଜିତେନ୍ଦ୍ର କୁମାର, ଭୂମି ପେଡନେକର, ନୀନା ଗୁପ୍ତା ଓ ଗଜରାଜ ରାଓ ପ୍ରମୁଖ ଅଭିନୟ କରିଛନ୍ତି। ଆଗକୁ ସେ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଗୁଲାବୋ ସୀତାବୋ‘ରେ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ୍ ୧୭ ତାରିଖରେ ରିଲିଜ୍ ହେବ।