Advertisment

ଡକ୍ଟର ଆୟୁଷ୍ମାନ ଖୁରାନା!

ମୁମ୍ବାଇ: ଖୁବଶୀଘ୍ର ଡାକ୍ତର ବନିବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ହାତରେ ଧରିବେ ଷ୍ଟେଥସ୍କୋପ ଏବଂ ପିନ୍ଧିବେ ଡାକ୍ତରଙ୍କ କୋଟ।ଆୟୁଷ୍ମାନଙ୍କୁ ତାଙ୍କ ଅପକମିଂ ଫିଲ୍ମରେ ପ୍ରଥମକରି ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଆଗାମୀ ଫିଲ୍ମ ‘ଡକ୍ଟର-ଜୀ’ରେ ସେ ଡାକ୍ତର ଚରିତ୍ରରେ ନଜର ଆସିବେ। ଅଭିନେତା ଆୟୁଷ୍ମାନ ଖୁରାନା ସର୍ବଦା ନୂଆ ନୂଆ ଇନୋଭେଟିଭ ପ୍ରୋଜେକ୍ଟରେ କାମ କରିବା ପାଇଁ ପସନ୍ଦ କରନ୍ତି।  ବିକ୍କି ଡୋନର, ବରେଲି କି ବର୍ଫି, ବଧାଇ ହୋ ଏବଂ ଶୁଭ ମଙ୍ଗଲ ଜ୍ୟାଦା […]

ଡକ୍ଟର ଆୟୁଷ୍ମାନ ଖୁରାନା!

aushman

Advertisment

ମୁମ୍ବାଇ: ଖୁବଶୀଘ୍ର ଡାକ୍ତର ବନିବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ହାତରେ ଧରିବେ ଷ୍ଟେଥସ୍କୋପ ଏବଂ ପିନ୍ଧିବେ ଡାକ୍ତରଙ୍କ କୋଟ।ଆୟୁଷ୍ମାନଙ୍କୁ ତାଙ୍କ ଅପକମିଂ ଫିଲ୍ମରେ ପ୍ରଥମକରି ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଆଗାମୀ ଫିଲ୍ମ 'ଡକ୍ଟର-ଜୀ'ରେ ସେ ଡାକ୍ତର ଚରିତ୍ରରେ ନଜର ଆସିବେ।

Advertisment

ଅଭିନେତା ଆୟୁଷ୍ମାନ ଖୁରାନା ସର୍ବଦା ନୂଆ ନୂଆ ଇନୋଭେଟିଭ ପ୍ରୋଜେକ୍ଟରେ କାମ କରିବା ପାଇଁ ପସନ୍ଦ କରନ୍ତି।  ବିକ୍କି ଡୋନର, ବରେଲି କି ବର୍ଫି, ବଧାଇ ହୋ ଏବଂ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ଭଳି ଫିଲ୍ମରେ କାମ କରିବା ପରେ ଏବେ ଆୟୁଷ୍ମାନ ଜଙ୍ଗଲି ପିକଚର୍ସ ସହ ହାତ ମିଳାଇଛନ୍ତି।publive-image

ଏକ ସାକ୍ଷାତକାରରେ ଆୟୁଷ୍ମାନ କହିଛନ୍ତି, ''ଫିଲ୍ମର ସ୍କ୍ରିପ୍ଟ ପଢ଼ିବା ପରେ ମୁଁ ତୁରନ୍ତୁ ଏହି ଫିଲ୍ମ ପାଇଁ ହଁ କରିଦେଇଥିଲି। ମୋତେ ଫିଲ୍ମର ସ୍କ୍ରିପ୍ଟ ବେଶ ଭଲ ଲାଗିଲା। ଫିଲ୍ମର କାହାଣୀ ବେଶ ଇନୋଭେଟିଭ ଏବଂ ନିଆରା। ଏହା କେବଳ ଦର୍ଶକଙ୍କୁ ହସାଇବ ତାହା ନୁହେଁ, ଲୋକଙ୍କୁ ଏକ ଭଲ ବାର୍ତ୍ତା ମଧ୍ୟ ଦେବ।''

Advertisment

ଆୟୁଷ୍ମାନଙ୍କୁ ଶେଷଥର ପାଇଁ ଫିଲ୍ମ 'ଗୁଲାବୋ ସିତାବୋ'ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଅମିତାଭ ବଚ୍ଚନଙ୍କ ଅପୋଜିଟରେ କାମ କରିଥିଲେ। ଫିଲ୍ମରେ ସେ ଜଣେ ଭଡାଟିଆ ଭୂମିକାରେ ନଜର ଆସିଥିଲେ । ଓଟିଟି ପ୍ଲାଟଫର୍ମରେ ଫିଲ୍ମଟିକୁ ରିଲିଜ କରାଯାଇଥିଲା।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe