Advertisment

୮ ବର୍ଷ ପୂର୍ବେ ହୋଇଥିଲେ ବିଜେତା: କୁସଙ୍ଗ ଓ ନିଶା ବରବାଦ କରିଦେଲା କ୍ୟାରିୟର୍

ମୁମ୍ବାଇ: ଅଜ୍‌ମତ୍‌ ହୁସୈନ। ବୟସ ୧୮ ବର୍ଷ। ଆଠ ବର୍ଷ ପୂର୍ବେ ୧୦ ବର୍ଷ ବୟସରେ ସେ ସାରେଗାମା ଲିଟିଲ୍ ଚ୍ୟାମ୍ପ୍‌ରେ ବିଜୟୀ ହୋଇଥିଲେ। ଆଉ ଏବେ ତାଙ୍କର ଏକ ଭିଡିଓ ବହୁତ ଭାଇରାଲ୍ ହେଉଛି। ଏହି ଭିଡିଓଟି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓଟି ‘ଇଣ୍ଡିଆନ୍ ଆଇଡଲ୍‌’ ମଞ୍ଚର। ଏଥିରେ ଅଡିସନ୍ ଦେବାକୁ ଆସିଥିଲେ ଅଜ୍‌ମତ୍‌। ଆଉ ସେଠାରେ ସେ ଏମିତି ସବୁ କଥା କହିଥିଲେ ଯାହା ଉପସ୍ଥିତ ଜଜ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। […]

ଅଦ୍ୟତନ ହୋଇଛି
୮ ବର୍ଷ ପୂର୍ବେ ହୋଇଥିଲେ ବିଜେତା: କୁସଙ୍ଗ ଓ ନିଶା ବରବାଦ କରିଦେଲା କ୍ୟାରିୟର୍

azmat-hussain

Advertisment

ମୁମ୍ବାଇ: ଅଜ୍‌ମତ୍‌ ହୁସୈନ। ବୟସ ୧୮ ବର୍ଷ। ଆଠ ବର୍ଷ ପୂର୍ବେ ୧୦ ବର୍ଷ ବୟସରେ ସେ ସାରେଗାମା ଲିଟିଲ୍ ଚ୍ୟାମ୍ପ୍‌ରେ ବିଜୟୀ ହୋଇଥିଲେ। ଆଉ ଏବେ ତାଙ୍କର ଏକ ଭିଡିଓ ବହୁତ ଭାଇରାଲ୍ ହେଉଛି। ଏହି ଭିଡିଓଟି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓଟି ‘ଇଣ୍ଡିଆନ୍ ଆଇଡଲ୍‌’ ମଞ୍ଚର। ଏଥିରେ ଅଡିସନ୍ ଦେବାକୁ ଆସିଥିଲେ ଅଜ୍‌ମତ୍‌। ଆଉ ସେଠାରେ ସେ ଏମିତି ସବୁ କଥା କହିଥିଲେ ଯାହା ଉପସ୍ଥିତ ଜଜ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

Advertisment

ଆଠ ବର୍ଷ ତଳର ଏହି ଚାମ୍ପିଅନ୍ କହିଥିଲେ, ‘ମୁଁ ବହୁତ ଶୋ’ କରିଥିଲି। ଅର୍ଥ ବି ରୋଜଗାର କରିଥିଲି। କିନ୍ତୁ ଏଥିରେ ଘରର ଆବଶ୍ୟକତା ପୂରଣ ହୋଇ ନଥିଲା। ଏହା ଭିତରେ ମୋ ସ୍ୱର ବି ବଦଳି ଯାଇଥିଲା। ମୋ ସ୍ୱର ଶୁଣି ଲୋକେ ବହୁତ ବେକାର ଗାଉଛି ବୋଲି କହିଥିଲେ। ଲୋକଙ୍କ କଥା ଶୁଣି ମୁଁ ଡିପ୍ରେସନ୍‌କୁ ଚାଲିଗଲି ଓ ଗୀତ ଗାଇବା ଛାଡ଼ି ଦେଲି।’

ସେ ଆହୁରି କହିଥିଲେ, ‘ମୁଁ ତିନି ବର୍ଷ ଗୀତ ଗାଇବା ଛାଡ଼ି ଦେଇଥିଲି। ଏମିତିକି ଗୀତ ଶୁଣିବାକୁ ବି ଚାହୁଁ ନଥିଲି। ମୋତେ କିଛି ବୁଝା ପଡ଼ୁ ନଥିଲା ମୁଁ କ’ଣ କରିବି। ଏହା ଭିତରେ ମୁଁ କୁସଙ୍ଗରେ ବି ପଡ଼ି ଯାଇଥିଲି। ନିଶା ଅଭ୍ୟାସରେ ବି ପଡ଼ି ଯାଇଥିଲି। ଯେଉଁମାନେ ମୋତେ କୁସାଙ୍ଗ ମେଳକୁ ନେଇ ଯାଇଥିଲେ ସେମାନେ ମୋ ପଇସା ବି ବରବାଦ କର ଦେଇଥିଲେ। ଗତ ସିଜିନ୍‌ରେ ମୁଁ ସଲ୍‌ମାନ୍ ଅଲୀଙ୍କୁ ଦେଖିଲି। ତାଙ୍କଠାରୁ ମୋତେ ପ୍ରେରଣା ମିଳିଲା। ମୁଁ ପୁଣି ଗୀତ ଗାଇବାକୁ ଚାହିଁଲି। ମୁଁ ପୁଣି ମୋର ପରିଚୟ ସୃଷ୍ଟି କରିବାକୁ ଚାହୁଁଛି।’

Advertisment

ସୂଚନାଯୋଗ୍ୟ, ଅଜ୍‌ମତ୍‌ଙ୍କୁ ଇଣ୍ଡିଆନ୍ ଆଇଡଲ୍ ମଞ୍ଚଳରେ ଦେଖି ଜଜ୍ ନେହା କକ୍କର ଚିହ୍ନି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe