‘ତାନାଜୀ’ ରେକର୍ଡ ଭାଙ୍ଗିଲା ‘ବାଗୀ ୩’
ମୁମ୍ବାଇ: ଗତ ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଥିବା ‘ବାଗୀ ୩’ ବକ୍ସ ଅଫିସ୍ରେ ବେଶ୍ ଭଲ ପ୍ରଦର୍ଶନ କରୁଛି। ଏଥିରେ ପୁଣିଥରେ ଟାଇଗର୍ ଶ୍ରଫ୍ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଟାଇଗରଙ୍କ ଦମ୍ଦାର୍ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍ ଅନ୍ଦାଜ ଦର୍ଶକଙ୍କ ମନ ଜିତୁଛି। ଫିଲ୍ମଟି ଓପନିଂ ଡେ’ରେ ୧୭.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ବି ଏହି ଧାରା ଜାରି ରହିଥିଲା। ସୂଚନା ଅନୁଯାୟୀ, ଶନିବାର ଫିଲ୍ମଟି ୧୭ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସ୍ ଇଣ୍ଡିଆ ଏହି ସୂଚନା ଶେଆର୍ କରିଛି।
Saturday Early estimate of #Baaghi3 is 17 cr.. pic.twitter.com/roGwldfiYr
— BOX OFFICE INDIA (@Box_officeIndia) March 7, 2020
ଦୁଇ ଦିନରେ ଫିଲ୍ମଟି ୩୪.୫୦ କୋଟି ଟଙ୍କା ଆୟ କରିଛି। ଫିଲ୍ମର ଦୁଇ ଦିନର ଆୟ ଦେଖି ଅନୁମାନ କରାଯାଉଛି ଯେ ରବିବାର ଏହା ୫୦ କୋଟି ଛୁଇଁ ଯିବ। ତେବେ ତା’ ପୂର୍ବରୁ ‘ବାଗୀ ୩’ ଅଜୟ ଦେବଗନ୍ଙ୍କ ଫିଲ୍ମ ‘ତାନାଜୀ’ର ରେକର୍ଡ଼ ଭାଙ୍ଗିଦେଇଛି। ‘ତାନାଜୀ’ ପ୍ରଥମ ଦିନରେ ୧୫.୧୦ କୋଟି ଟଙ୍କା ଆୟ କରିଥିଲା। ହେଲେ ‘ବାଗି ୩’ ୧୭.୫୦ କୋଟି ଟଙ୍କା ଆୟ ସହ ୨୦୨୦ର ହାଇଏଷ୍ଟ ଓପନିଂ କଲେକ୍ସନ୍ ତାଲିକାର ଶୀର୍ଷରେ ରହିଛି।
Top 5 *Day 1* biz – 2020 releases…
1. #Baaghi3 ₹ 17.50 cr
2. #Tanhaji ₹ 15.10 cr
3. #LoveAajKal ₹ 12.40 cr
4. #StreetDancer3D ₹ 10.26 cr
5. #ShubhMangalZyadaSaavdhan ₹ 9.55 cr#India biz. #Hindi films.— taran adarsh (@taran_adarsh) March 7, 2020
ଫିଲ୍ମରେ ଟାଇଗର ସବୁଠୁ ଖତରନାକ୍ ମିଶନ୍ରେ ବାହାରିଛନ୍ତି। କାରଣ ତାଙ୍କ ମୁକାବିଲା କୌଣସି ଛୋଟମୋଟ ଭିଲେନ୍ ସହ ନୁହେଁ, ପୂରା ଦେଶ ଓ ଆତଙ୍କବାଦ ସହ ରହିଛି। ଏଥିରେ ସେ ନିଜ ଭାଇ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଛି। ଦୁଇ ଭାଇଙ୍କର ନିବିଡ଼ ସମ୍ପର୍କ ଦର୍ଶକଙ୍କୁ ବେଶ୍ ଭଲଲାଗୁଛି।
ସୂଚନାଯୋଗ୍ୟ, ଏହା ହେଉଛି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ ସିରିଜ୍ର ତୃତୀୟ ଫିଲ୍ମ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍ ଓ ଶ୍ରଦ୍ଧା କପୁର ଲିଡ୍ ରୋଲ୍ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଜ୍ୟାକି ଶ୍ରଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ‘ବାଗୀ ୨’ରେ ଲିଡ୍ ରୋଲ୍ରେ ଅଭିନୟ କରିଥିବା ଦିଶା ପଟାନୀ ଏଥିରେ ଏକ ଆଇଟମ୍ ସଙ୍ଗରେ ଅଛନ୍ତି। ଅହମଦ ଖାନ୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସାଜିଦ୍ ନାଡିଆଡ଼ବାଲା ଏହାର ପ୍ରଯୋଜନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।