Advertisment

ରିଲିଜ୍ ହେଲା ‘ବାଗି ୩’ର ଟ୍ରେଲର୍‌

ମୁମ୍ବାଇ: ଟାଇଗର୍‌ ଶ୍ରଫ୍‌ଙ୍କ ଫିଲ୍ମ ‘ବାଗି ୩’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ପୁଣି ଥରେ ସେ ଧମାକା କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ଟ୍ରେଲର୍‌ରେ ପୁଣିଥରେ ଟାଇଗର୍‌ଙ୍କୁ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ହେଲେ ଏଥର ପୂର୍ବ ଅପେକ୍ଷା ୩ ଗୁଣା ଅଧିକ ଆକ୍ସନ ରହିଛି।  ଟ୍ରେଲର୍‌ରେ ଟାଇଗରଙ୍କର ଦମ୍‌ଦାର୍‌ ଅନ୍ଦାଜ ଦେଖିବାକୁ ମିଳିଛି। ଟ୍ରେଲରଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ବର୍ତ୍ତମାନ ସୁଦ୍ଧା ଏହାକୁ ପାଖାପାଖି ୪୦ ଲକ୍ଷ ଲୋକ ଦେଖିସାରିଲେଣି। https://www.instagram.com/p/B7FY25vHUuc/?utm_source=ig_web_copy_link ପୂର୍ବରୁ କୁହାଯାଉଥିଲା […]

author-image
Chinmayee Roy
ରିଲିଜ୍ ହେଲା ‘ବାଗି ୩’ର ଟ୍ରେଲର୍‌

baaghi-3

ମୁମ୍ବାଇ: ଟାଇଗର୍‌ ଶ୍ରଫ୍‌ଙ୍କ ଫିଲ୍ମ ‘ବାଗି ୩’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ପୁଣି ଥରେ ସେ ଧମାକା କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ଟ୍ରେଲର୍‌ରେ ପୁଣିଥରେ ଟାଇଗର୍‌ଙ୍କୁ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ହେଲେ ଏଥର ପୂର୍ବ ଅପେକ୍ଷା ୩ ଗୁଣା ଅଧିକ ଆକ୍ସନ ରହିଛି।  ଟ୍ରେଲର୍‌ରେ ଟାଇଗରଙ୍କର ଦମ୍‌ଦାର୍‌ ଅନ୍ଦାଜ ଦେଖିବାକୁ ମିଳିଛି। ଟ୍ରେଲରଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ବର୍ତ୍ତମାନ ସୁଦ୍ଧା ଏହାକୁ ପାଖାପାଖି ୪୦ ଲକ୍ଷ ଲୋକ ଦେଖିସାରିଲେଣି।

Advertisment

https://www.instagram.com/p/B7FY25vHUuc/?utm_source=ig_web_copy_link

ପୂର୍ବରୁ କୁହାଯାଉଥିଲା ଯେ ‘ବାଗି’ ଓ ‘ବାଗି ୨’ର ସଫଳତା ପରେ ‘ବାଗି ୩’ରେ ତିନି ଗୁଣା ଅଧିକ ସସ୍‌ପେନ୍ସ, ଥ୍ରୀଲର ଓ ଆକ୍ସନ୍‌ ରହିବ। ଟ୍ରେଲର୍‌ ଦେଖିବା ପରେ ଏହା ସତ ପ୍ରମାଣିତ ହୋଇଯାଇଛି। ଏଥର ଫିଲ୍ମର ହିରୋ ରୋନି ସବୁଠୁ ଖତରନାକ୍‌ ମିଶନ୍‌ରେ ବାହାରିଛନ୍ତି। କାରଣ ତାଙ୍କ ମୁକାବିଲା କୌଣସି ଛୋଟମୋଟ ଭିଲେନ୍‌ ସହ ନୁହେଁ ପୂରା ଦେଶ ଓ ଆତଙ୍କବାଦ ସହ ରହିଛି।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ର ତୃତୀୟ ପାର୍ଟ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍‌ ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଚଙ୍କି ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅହମଦ ଖାନ୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସାଜିଦ୍‌ ନାଡିଆଦବାଲା ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୬ରେ ରିଲିଜ୍‌ ହେବ। ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ‘ବାଗୀ ୨’ରେ ଟାଇଗର୍‌ଙ୍କ ସହ ଦିଶା ପଟାନୀ ଥିଲେ।

Advertisment