Advertisment

ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲଭର୍ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଅଛନ୍ତି ଅରିନ୍ଦମ ଏବଂ ଶିବାନୀ। ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ। ଅବଦୁଲ ଅମିନ୍ ଖାନ ଓରଫ୍ ବାବୁ ଭାଇଜାନ୍‌ ନାମକ ଜଣେ ଯୁବକଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଜଣେ ସାଧାରଣ ଦର୍ଜିରୁ କିଭଳି ଅନ୍ତର୍ଜାତୀୟ ସ୍ତରରେ ନିଜର ବ୍ୟବସାୟ ବିସ୍ତାର କରିଛନ୍ତି ତାକୁ ନେଇ କାହାଣୀଟି ନିର୍ମାଣ କରାଯାଇଛି। ସିନେମାରେ […]

ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’

bb

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲଭର୍ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଅଛନ୍ତି ଅରିନ୍ଦମ ଏବଂ ଶିବାନୀ।
ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ। ଅବଦୁଲ ଅମିନ୍ ଖାନ ଓରଫ୍ ବାବୁ ଭାଇଜାନ୍‌ ନାମକ ଜଣେ ଯୁବକଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଜଣେ ସାଧାରଣ ଦର୍ଜିରୁ କିଭଳି ଅନ୍ତର୍ଜାତୀୟ ସ୍ତରରେ ନିଜର ବ୍ୟବସାୟ ବିସ୍ତାର କରିଛନ୍ତି ତାକୁ ନେଇ କାହାଣୀଟି ନିର୍ମାଣ କରାଯାଇଛି।

Advertisment

ସିନେମାରେ ବାବୁ ଭାଇଜନ୍‌ଙ୍କ ଚରିତ୍ରରେ ଅରିନ୍ଦମ୍ ଓ ତାଙ୍କ ବନ୍ଧୁ ଚରିତ୍ରରେ ଅଭିନୟ କରିଛନ୍ତି ବବି ମିଶ୍ର। ଯିଏକି ସିନେମାରେ ବାବୁ ଭାଇଜାନ୍‌ଙ୍କ ସୁଖ ଦୁଃଖରେ ସାଥ୍ ଦେଉଥିବା ଦେଖିବାକୁ ମିଳିଛି।  ମିହିର ଦାସ, ଶ୍ରୀତମ, ବିଦୁସ୍ମିତା, ପ୍ରଦ୍ୟୁମ୍ନ ଲେଙ୍କା, ସମରେଶଙ୍କ ଭଳି ଷ୍ଟାର୍ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଥିବା ନଜର ଆସିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତାପସ ସରଘରିଆ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe