Advertisment

‘ରୋବୋ ସେଫ୍’ ରେସ୍ତୋରାଁରେ ବାବୁସାନ୍‌, ଅର୍ଡର କଲେ ‘ମୁଢ଼ିମାଂସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବି ମିଳିଲାଣି ଜାପାନୀ ରେସ୍ତୋରାଁର ଅନୁଭୂତି। ଏଠାରେ ବି ଗ୍ରାହକଙ୍କୁ ଖାଦ୍ୟ ପରଷିଲେଣି ରୋବଟ୍‌।  ଗତକାଲି ଭୁବନେଶ୍ୱରର ଇନ୍‌ଫୋସିଟି ଡିଏଲ୍‌ଏଫ୍‌ ଟାଓ୍ଵାର ପାଖରେ ‘ରୋବୋ ସେଫ୍’ ନାମକ ଏକ ରେସ୍ତୋରାଁ ଖୋଲିଛି। ଯେଉଁଠି ଲୋକମାନେ ଖାଦ୍ୟ ପରଷୁ ନାହାନ୍ତି। ଏଥିପାଇଁ ରୋବଟ୍‌ମାନେ ପ୍ରସ୍ତୁତ ରହିଛନ୍ତି। ଏହି ରେସ୍ତୋରାଁରେ ଥିବା ଦୁଇଟି ରୋବଟ୍‌ ଚମ୍ପା ଏବଂ ଚମେଲିକୁ ଆଦେଶ ଦେଲେ ସେମାନେ ଗ୍ରାହକଙ୍କ ପାଖରେ ନେଇ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି। ତେବେ ଗତକାଲି […]

ଅଦ୍ୟତନ ହୋଇଛି
‘ରୋବୋ ସେଫ୍’ ରେସ୍ତୋରାଁରେ ବାବୁସାନ୍‌, ଅର୍ଡର କଲେ ‘ମୁଢ଼ିମାଂସ’

babushan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବି ମିଳିଲାଣି ଜାପାନୀ ରେସ୍ତୋରାଁର ଅନୁଭୂତି। ଏଠାରେ ବି ଗ୍ରାହକଙ୍କୁ ଖାଦ୍ୟ ପରଷିଲେଣି ରୋବଟ୍‌।  ଗତକାଲି ଭୁବନେଶ୍ୱରର ଇନ୍‌ଫୋସିଟି ଡିଏଲ୍‌ଏଫ୍‌ ଟାଓ୍ଵାର ପାଖରେ ‘ରୋବୋ ସେଫ୍’ ନାମକ ଏକ ରେସ୍ତୋରାଁ ଖୋଲିଛି। ଯେଉଁଠି ଲୋକମାନେ ଖାଦ୍ୟ ପରଷୁ ନାହାନ୍ତି। ଏଥିପାଇଁ ରୋବଟ୍‌ମାନେ ପ୍ରସ୍ତୁତ ରହିଛନ୍ତି। ଏହି ରେସ୍ତୋରାଁରେ ଥିବା ଦୁଇଟି ରୋବଟ୍‌ ଚମ୍ପା ଏବଂ ଚମେଲିକୁ ଆଦେଶ ଦେଲେ ସେମାନେ ଗ୍ରାହକଙ୍କ ପାଖରେ ନେଇ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି।

Advertisment

ତେବେ ଗତକାଲି ନୂଆ କରି ଖୋଲିଥିବା ଏହି ରେସ୍ତୋରାଁର ଅନୁଭୂତି ସାଉଣ୍ଟିବା ପାଇଁ ବହୁ ଗ୍ରାହକଙ୍କ ଭିଡ଼ ଜମିଥିଲା। ଓଲିଉଡ୍‌ର ସୁପରଷ୍ଟାର ବାବୁସାନ୍‌ ମଧ୍ୟ ଯୋଗଦେଇ ଏହି ରେସ୍ତୋରାଁ ଓପନ୍‌ କରିଥିଲେ ଏବଂ କେକ୍‌ କାଟିଥିଲେ।

ରେସ୍ତୋରାଁ ମାଲିକ ଜିତ୍‌ ବାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ବାବୁସାନ୍‌ଙ୍କ ଘର ମଧ୍ୟ ସେହି ଜିଲ୍ଲାରେ ହୋଇଥିବାରୁ ରୋବୋ କ୍ୟାଫେ ମେନ୍ୟୁରେ ସେ ବାରିପଦା ପ୍ରସିଦ୍ଧ ମୁଢ଼ିମାଂସ ସାମିଲ୍‌ କରିବାକୁ କହିଛନ୍ତି। ଏଥିସହ ଜଣେ ଓଡ଼ିଆ ପୁଅ ଭାବେ ସେ ଏଭଳି ଟେକ୍ନୋଲୋଜିକୁ ଓଡ଼ିଶାରେ ବ୍ୟବହାର କରିଥିବାରୁ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

Advertisment

publive-imageସୂଚନା ଅନୁଯାୟୀ, ‘ସଟ୍‌ ଫର୍‌ ସାଇମଲ୍‌ଟାନିୟସ୍‌ ଲୋକାଲାଇଜେସନ୍‌ ଆଣ୍ଡ୍‌ ମ୍ୟାପିଂ’ କୌଶଳରେ ଏହି ରୋବଟ୍‌କୁ ତିଆରି କରାଯାଇଛି। ଏଥିରେ ୭ ପ୍ରକାରର ସେନ୍‌ସର୍‌ ଅଛି। ପରିବେଶ, ଗରମ, ଧୂଆଁ ଓ ମଣିଷ ଚିହ୍ନିବା ସହ ଲୋକଙ୍କୁ ଅଭିବାଦନ ବି ଦେଇପାରିବ। ସବୁଠାରୁ ମଜାଦାର କଥା ହେଉଛି ‘ଚମ୍ପା’ ଓ ‘ଚମେଲି’ ଖାଦ୍ୟ ପରଷିବା ପରେ ଗ୍ରାହକମାନଙ୍କୁ ପଚାରୁଛନ୍ତି ‘ଆପଣମାନେ ଖୁସି ତ?’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe