ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ରଜ ଉପଲକ୍ଷେ ରିଲିଜ୍ ହୋଇଯାଇଛି ଓଡ଼ିଆ ଫିଲ୍ମ ‘ଗୋଲ୍ମାଲ୍ ଲଭ୍’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍ କମେଡି ସହ ବାବୁସାନ୍ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ଏସବୁ ତ ଗଲା ଫିଲ୍ମ ସମ୍ପର୍କୀତ କଥା।
ତେବେ ସବୁଠୁ ବଡ କଥା ହେଲେ ଏହି ଫିଲ୍ମରୁ ହିଁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି। ଆଉ ସେଇଟା ହେଉଛି ‘ଭ୍ୟାନିଟି ଭ୍ୟାନ୍’। ଆଉ ଏହି ଭ୍ୟାନିଟି ଭ୍ୟାନ୍ଟି ହେଉଛଇ ଓଲିଉଡର ଚକଲେଟ ବୟ ଅଭିନେତା ବାବୁସାନ୍ଙ୍କର।
ନିକଟରେ ଏକ ସାକ୍ଷାତକାରରେ ଏସବୁର ଖୁଲାସା କରିଥିଲେ ବାବୁସାନ୍। ତାଙ୍କ କହିବା ଅନୁଯାୟୀ ଯଦିଓ ସେଇଟାକୁ ସମ୍ପୂର୍ଣ୍ଣ ଭ୍ୟାନିଟି ଭ୍ୟାନ୍ କୁହାଯିବ ନାହିଁ ତଥାପି ଗରମ ଦାଉରୁ ମୁକ୍ତି ପାଇବା ପାଇଁ ଗୋଟେ ଭ୍ୟାନକୁ ଭ୍ୟାନିଟି ଭ୍ୟାନ୍ର ରୂପ ଦିଆଯାଇଛି। ଯେଉଁଥିରେ ଖାଇବା ଏବଂ ଶୋଇବା ପାଇଁ ସ୍ଥାନ ଅଛି। ଫିଲ୍ମ ସୁଟିଂ ସମୟରେ ଅତ୍ୟଧିକ ଗରମ ହେଉଥିବା ବେଳେ ଏହା ଅସହ୍ୟ ହୋଇପଡିଥିଲା। ସେଥିରୁ ମୁକ୍ତି ପାଇବା ଲାଗି ସେ ଏପରି ଗାଡି ବ୍ୟବହାର କରିବାକୁ ସ୍ଥିର କରିଥିବା କହିଛନ୍ତି। ଆଉ ସେ ସେହି ଗାଡିକୁ ଆଗାମୀ ଦିନରେ ସୁଟିଂ ପାଇଁ ଯୁଆଡେ ଯିବେ ନେଇକି ଯିବେ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।