Advertisment

ଓଲିଉଡ୍‌ରେ ପ୍ରଥମ କରି ଭ୍ୟାନିଟି ଭ୍ୟାନ୍‌ର ବ୍ୟବହାର କଲେ ବାବୁସାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ରଜ ଉପଲକ୍ଷେ ରିଲିଜ୍‌ ହୋଇଯାଇଛି ଓଡ଼ିଆ  ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା  ନିର୍ମିତ    ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍‌ କମେଡି ସହ ବାବୁସାନ୍‌ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ଏସବୁ ତ ଗଲା ଫିଲ୍ମ ସମ୍ପର୍କୀତ କଥା। ତେବେ ସବୁଠୁ ବଡ କଥା ହେଲେ ଏହି ଫିଲ୍ମରୁ […]

ଅଦ୍ୟତନ ହୋଇଛି
ଓଲିଉଡ୍‌ରେ ପ୍ରଥମ କରି ଭ୍ୟାନିଟି ଭ୍ୟାନ୍‌ର ବ୍ୟବହାର କଲେ ବାବୁସାନ୍‌

babu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ରଜ ଉପଲକ୍ଷେ ରିଲିଜ୍‌ ହୋଇଯାଇଛି ଓଡ଼ିଆ  ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା  ନିର୍ମିତ    ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍‌ କମେଡି ସହ ବାବୁସାନ୍‌ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ଏସବୁ ତ ଗଲା ଫିଲ୍ମ ସମ୍ପର୍କୀତ କଥା।

Advertisment

ତେବେ ସବୁଠୁ ବଡ କଥା ହେଲେ ଏହି ଫିଲ୍ମରୁ ହିଁ  ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ନୂଆ  ଜିନିଷ ଦେଖିବାକୁ ମିଳିଛି। ଆଉ ସେଇଟା ହେଉଛି ‘ଭ୍ୟାନିଟି ଭ୍ୟାନ୍‌’। ଆଉ ଏହି ଭ୍ୟାନିଟି ଭ୍ୟାନ୍‌ଟି ହେଉଛଇ ଓଲିଉଡର ଚକଲେଟ ବୟ  ଅଭିନେତା ବାବୁସାନ୍‌ଙ୍କର।

babushanନିକଟରେ ଏକ ସାକ୍ଷାତକାରରେ ଏସବୁର ଖୁଲାସା କରିଥିଲେ ବାବୁସାନ୍‌। ତାଙ୍କ କହିବା ଅନୁଯାୟୀ ଯଦିଓ ସେଇଟାକୁ ସମ୍ପୂର୍ଣ୍ଣ ଭ୍ୟାନିଟି ଭ୍ୟାନ୍‌ କୁହାଯିବ ନାହିଁ ତଥାପି ଗରମ ଦାଉରୁ ମୁକ୍ତି ପାଇବା ପାଇଁ ଗୋଟେ ଭ୍ୟାନକୁ ଭ୍ୟାନିଟି ଭ୍ୟାନ୍‌ର ରୂପ ଦିଆଯାଇଛି। ଯେଉଁଥିରେ ଖାଇବା ଏବଂ ଶୋଇବା ପାଇଁ ସ୍ଥାନ ଅଛି। ଫିଲ୍ମ ସୁଟିଂ ସମୟରେ ଅତ୍ୟଧିକ ଗରମ ହେଉଥିବା ବେଳେ ଏହା ଅସହ୍ୟ ହୋଇପଡିଥିଲା। ସେଥିରୁ ମୁକ୍ତି ପାଇବା ଲାଗି ସେ ଏପରି ଗାଡି ବ୍ୟବହାର କରିବାକୁ ସ୍ଥିର କରିଥିବା କହିଛନ୍ତି।  ଆଉ ସେ ସେହି ଗାଡିକୁ ଆଗାମୀ ଦିନରେ ସୁଟିଂ ପାଇଁ ଯୁଆଡେ ଯିବେ ନେଇକି ଯିବେ ବୋଲି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe