Advertisment

ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁଶାନ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁତାପ କଲେ ଓଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତି। କହିଲେ, ଏମିତି ଭୁଲ୍‌ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ଆଜି ଭିଡିଓ ଜାରି କରି ଏପରି କହିଛନ୍ତି ବାବୁଶାନ। ବାବୁଶାନ କହିଛନ୍ତି, ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଗୋଟିଏ କେସ୍‌ ହୋଇଛି। ତାଙ୍କ ପରିବାର ବହୁତ କଷ୍ଟ ପାଇଛି। ସ୍ତ୍ରୀ ଓ ଶ୍ୱଶୁର କଷ୍ଟ ପାଇଲେଣି। ମୁଁ ପ୍ରମିସ୍‌ କରୁଛି, ତାଙ୍କର କୌଣସି […]

ଅଦ୍ୟତନ ହୋଇଛି
ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁଶାନ ମହାନ୍ତି

Babushan Mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁତାପ କଲେ ଓଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତି। କହିଲେ, ଏମିତି ଭୁଲ୍‌ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ଆଜି ଭିଡିଓ ଜାରି କରି ଏପରି କହିଛନ୍ତି ବାବୁଶାନ।

Advertisment

ବାବୁଶାନ କହିଛନ୍ତି, ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଗୋଟିଏ କେସ୍‌ ହୋଇଛି। ତାଙ୍କ ପରିବାର ବହୁତ କଷ୍ଟ ପାଇଛି। ସ୍ତ୍ରୀ ଓ ଶ୍ୱଶୁର କଷ୍ଟ ପାଇଲେଣି। ମୁଁ ପ୍ରମିସ୍‌ କରୁଛି, ତାଙ୍କର କୌଣସି କ୍ଷତି ହେବାକୁ ଦେବିନି। ଏଭଳି ଭୁଲ୍‌ ଆଉ କେବେ ହେବନି ବୋଲି ବାବୁଶାନ କହିଛନ୍ତି।

ଅଭିନେତା ବାବୁଶାନ୍‌ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଦେଖାଦେଇଥିଲା ପାରିବାରିକ ବିବାଦ। ଚାରି କାନ୍ଥ ଭିତରୁ କଥା ବାହାରି ରାଜ ରାସ୍ତାରେ ପଡ଼ିଥିଲା। ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର କାର୍‌ରେ ଯାଉଥିବା ବେଳେ ଅଧା ରାସ୍ତାରେ ଅଟକାଇଥିଲେ ତୃପ୍ତି। ଉଭୟଙ୍କୁ ଟଣାଓଟରା କରିଥିଲେ। ଏପରିକି ପ୍ରକୃତିଙ୍କୁ ତୃପ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତିଙ୍କ ବାପା ମାଆ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ତୃପ୍ତି ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। କମିଶନରେଟ ପୁଲିସ ଉଭୟ ପକ୍ଷରୁ ଦାୟର ହୋଇଥିବା ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe