Advertisment

ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ବାବୁଶାନ୍‌, ସାଙ୍ଗରେ ଥିଲେ ପତ୍ନୀ ତ୍ରୁପ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଆଜି ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ ମହାନ୍ତି। ସାଙ୍ଗରେ ଥିଲେ ପତ୍ନୀ ତ୍ରୁପ୍ତି ଶତପଥୀ। ଡିସ୍‌ଜାର୍ଚ ସମୟରେ ଡାକ୍ତରଙ୍କଠାରୁ ସବୁ କଥା ବୁଝିଥିଲେ ତ୍ରୁପ୍ତି। ଏହା ପରେ ଉଭୟ ଏକ ସଙ୍ଗେ ମେଡିକାଲ୍‌ରୁ ବାହାରି ଥିଲେ। ଆଗକୁ ଆସୁଛି ବାବୁଶାନ୍‌ଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଫିଲ୍ମ ‘ଦମନ’। ଏହି ଫିଲ୍ମ ରିଲିଜ୍‌ ପୂର୍ବରୁ ପ୍ରମୋଶନ୍‌ ଚାଲିଛି। ତେଣୁ ବାବୁଶାନ୍‌ […]

ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ବାବୁଶାନ୍‌, ସାଙ୍ଗରେ ଥିଲେ ପତ୍ନୀ ତ୍ରୁପ୍ତି

Babusan-Mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଆଜି ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ ମହାନ୍ତି। ସାଙ୍ଗରେ ଥିଲେ ପତ୍ନୀ ତ୍ରୁପ୍ତି ଶତପଥୀ। ଡିସ୍‌ଜାର୍ଚ ସମୟରେ ଡାକ୍ତରଙ୍କଠାରୁ ସବୁ କଥା ବୁଝିଥିଲେ ତ୍ରୁପ୍ତି। ଏହା ପରେ ଉଭୟ ଏକ ସଙ୍ଗେ ମେଡିକାଲ୍‌ରୁ ବାହାରି ଥିଲେ।

Advertisment

ଆଗକୁ ଆସୁଛି ବାବୁଶାନ୍‌ଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଫିଲ୍ମ ‘ଦମନ’। ଏହି ଫିଲ୍ମ ରିଲିଜ୍‌ ପୂର୍ବରୁ ପ୍ରମୋଶନ୍‌ ଚାଲିଛି। ତେଣୁ ବାବୁଶାନ୍‌ ଓ ତାଙ୍କ ସାଥୀ କଳାକାରମାନେ ଫିଲ୍ମ ପ୍ରମୋଶନ୍‌ କରିବା ପାଇଁ ଲଦାଖ ଯାଇଥିଲେ। ସେଠାରୁ ସେମାନେ ବାଇକ୍‌ରେ ପେଙ୍ଗନ୍‌ ଯାଇଥିଲେ। ସେଠାରେ ବାବୁଶାନ ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଏହା ପରେ ତାଙ୍କୁ ଅକ୍ସିଜେନ ସପୋଟ୍‌ରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ୮ ଦିନ ଧରି ଚିକିତ୍ସା ଚାଲିଥିଲା। ମେଡ଼ିକାଲ୍‌ରେ ପତ୍ନୀ ତ୍ରୁପ୍ତି ତାଙ୍କ ପାଖେପାଖେ ରହିଥିଲେ। ବାବୁଶାନ୍‌ଙ୍କ ଚିକିତ୍ସା କଥା ବୁଝୁଥିଲେ।

ବାବୁଶାନଙ୍କ ସମ୍ପର୍କୀୟ ରବି ଶତପଥୀଙ୍କ କହିବା ଅନୁସାରେ ତାଙ୍କୁ(ବାବୁଶାନ୍‌) ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ତ୍ରୁପ୍ତି। ମେଡ଼ିକାଲ୍‌ରେ ରହୁଥିଲେ। ପରୀକ୍ଷା ଚାଲିଥିବାରୁ ଛୁଟି ମିଳୁନାହିଁ ବୋଲି ସେ ସ୍କୁଲ ଯାଇ ପୁଣି ମେଡ଼ିକାଲ୍‌ ଆସୁଥିଲେ। ଆଜି ଡିସ୍‌ଚାର୍ଜ ହେବା ପରେ ଉଭୟ ବାବୁଶାନ ଓ ତ୍ରୁପ୍ତି ଉତ୍ତମ ମହାନ୍ତିଙ୍କୁ ଦେଖା କରିବା ପାଇଁ ଯାଇଛନ୍ତି। ତା’ପରେ ସେମାନେ କେଉଁଠି ରହିବେ ନିଷ୍ପତ୍ତି ନେବେ ବୋଲି ରବି ଶତପଥୀ କହିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe