Advertisment

‘ଦମନ’ର ହିନ୍ଦୀ ଡବିଂ ପାଇଁ ମୁମ୍ବାଇ ଗଲେ ବାବୁସାନ, ସାଙ୍ଗରେ ଅଛନ୍ତି ତୃପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦମନ ଫିଲ୍ମର ହିନ୍ଦୀ ଡବିଂ ପାଇଁ ମୁମ୍ବାଇ ଯାଇଛନ୍ତି ଅଭିନେତା ବାବୁସାନ। ତେବେ ଏଥର ତାଙ୍କ ସାଙ୍ଗରେ ଯାଇଛନ୍ତି ପତ୍ନୀ ତୃପ୍ତି ଶତପଥୀ। ଭୁବନେଶ୍ୱର ବିମାନବନ୍ଦରରେ ବାବୁସାନଙ୍କ ସହ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବରୁ ଗତ ଜୁଲାଇ ମାସରେ ସେହି ଦମନ ଫିଲ୍ମର ପ୍ରମୋସନ ପାଇଁ ଚେନ୍ନାଇ ଯିବାବେଳେ ବାବୁସାନଙ୍କ ସହ ଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ଦେଖି ଉତ୍‌କ୍ଷିପ୍ତ ହୋଇଥିଲେ ତୃପ୍ତି। ପରେ ବାବୁସାନ- ପ୍ରକୃତିଙ୍କୁ […]

‘ଦମନ’ର ହିନ୍ଦୀ ଡବିଂ ପାଇଁ ମୁମ୍ବାଇ ଗଲେ ବାବୁସାନ, ସାଙ୍ଗରେ ଅଛନ୍ତି ତୃପ୍ତି

film

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦମନ ଫିଲ୍ମର ହିନ୍ଦୀ ଡବିଂ ପାଇଁ ମୁମ୍ବାଇ ଯାଇଛନ୍ତି ଅଭିନେତା ବାବୁସାନ। ତେବେ ଏଥର ତାଙ୍କ ସାଙ୍ଗରେ ଯାଇଛନ୍ତି ପତ୍ନୀ ତୃପ୍ତି ଶତପଥୀ। ଭୁବନେଶ୍ୱର ବିମାନବନ୍ଦରରେ ବାବୁସାନଙ୍କ ସହ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିଥିଲା।

Advertisment

ପୂର୍ବରୁ ଗତ ଜୁଲାଇ ମାସରେ ସେହି ଦମନ ଫିଲ୍ମର ପ୍ରମୋସନ ପାଇଁ ଚେନ୍ନାଇ ଯିବାବେଳେ ବାବୁସାନଙ୍କ ସହ ଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ଦେଖି ଉତ୍‌କ୍ଷିପ୍ତ ହୋଇଥିଲେ ତୃପ୍ତି। ପରେ ବାବୁସାନ- ପ୍ରକୃତିଙ୍କୁ ଚେନ୍ନାଇରେ ବି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବାବୁସାନ ଓ ତୃପ୍ତିଙ୍କ ଦାଂପତ୍ୟ ବିବାଦ ଘନେଇଥିଲା।

ତେବେ ପରେ ତାହା ଶାନ୍ତ ପଡ଼ିଥିଲା। ହେଲେ ଏବେ ବାବୁସାନ ବମ୍ବେ ଯାଇଛନ୍ତି ଓ ତାଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ସାଙ୍ଗରେ ଅଛନ୍ତି। ତେଣେ ସେହି ମୁମ୍ବାଇରେ ବି ରୁହନ୍ତି ପ୍ରକୃତି ମିଶ୍ର। ତେବେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ପୂର୍ବଭଳି ବନ୍ଧୁତା ଅଛି କି ନାହିଁ ତାହା ଜଣାନାହିଁ। ମାତ୍ର ଉକ୍ତ ବିବାଦ ପରଠୁ ବାବୁସାନଙ୍କ ସହ ପତ୍ନୀ ତୃପ୍ତିଙ୍କୁ ସର୍ବସାଧାରଣରେ ଏକାଠି ଦେଖିବାକୁ ମିଳୁଛି।

Advertisment

ଏନେଇ ବାବୁ ସାନ୍‌ଙ୍କ ସମ୍ପର୍କିୟ ରବି ମିଶ୍ର କହିଛନ୍ତି, ସେ ମଧ୍ୟ ମୁମ୍ବାଇ ଏହି ଫିଲ୍ମ ପ୍ରମୋସନ କାର୍ଯ୍ୟକ୍ରମରେ ଆସିଛନ୍ତି। ଏବେ ବାବୁ ଓ ତୃପ୍ତି ସମ୍ପର୍କରେ ମିଠାସ୍ ଆସି ଯାଇଛି। ତୃପ୍ତି ଓଡ଼ିଆ ଫିଲ୍ମ ଦେଖନ୍ତିନି। ହେଲେ ଏହି ଫିଲ୍ମ ସେ ଦେଖିଛନ୍ତି ଓ ଇନ୍‌ସ୍ପାୟାର ହୋଇ ପ୍ରମୋସନ କରିବାକୁ ନିଜେ ବାହାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe