ଜାଣିଛନ୍ତି କେମିତି ଆରମ୍ଭ ହୋଇଥିଲା ବାବୁସାନଙ୍କ ରିଅଲ ଲାଇଫ୍ ଲଭ୍ ଷ୍ଟୋରି ?
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ର ଚକୋଲେଟ୍ ହିରୋ ବାବୁସାନ। ବହୁ ଓଡ଼ିଆ ଝିଅଙ୍କ ଛାତିରେ ଏବେ ଲାଗିଛି ତାଙ୍କରି ପୋଷ୍ଟର। କଥାଟା କେତେ ସତ କେତେ ମିଛି ତାହା ତ ଆମକୁ ଜଣାନାହିଁ, କିନ୍ତୁ ନିକଟରେ ରିଲିଜ୍ ହୋଇଥିବା ଦଶହରା ମୁଭି ହିରୋ ନଂ-୧ରେ ଏମିତି ଏକ ମେଲୋଡିଅସ୍ ସଙ୍ଗରେ ଧୁମ୍ ନାଚିଥିଲେ ବାବୁସାନ୍। ବାସ୍ତବରେ ବାବୁସାନଙ୍କର ଏବେ ଫ୍ୟାନ୍ ସଂଖ୍ୟା ବଢ଼ି ଯାଇଛନ୍ତି। ସେମାନଙ୍କ ଭିତରେ ଝିଅଙ୍କ ସଂଖ୍ୟା ଅଧିକ। ଆପଣ ଭାବୁଥିବେ ଯେ ଏ ଝିଅମାନେ ବୋଧେ ଜାଣିନାହାଁନ୍ତି ଯେ, ବାବୁସାନ୍ ଜଣେ ବିବାହିତ ହିରୋ। ନା ନା ସେମିତି ଭାବନ୍ତୁନି। ବାବୁସାନ୍ ଙ୍କ ବିଷୟରେ ତାଙ୍କ ଫ୍ୟାନ୍ ମାନେ ସବୁକିଛି ଜାଣିଛନ୍ତି। ହେଲେ ଏ କଥା ବୋଧେ ଜାଣି ନଥିବେ ଯେ, ତାଙ୍କ ରିଅଲ୍ ଲାଇଫ୍ ଲଭ୍ ଷ୍ଟୋରି କେମିତି ଆରମ୍ଭ ହୋଇଥିଲା। ନିକଟରେ ତରଙ୍ଗ ଚ୍ୟାନେଲ୍ ତରଫରୁ ବାବୁସାନଙ୍କ ଫେସବୁକ୍ ଲାଇଭ୍ ବେଳେ ଏହାର ଗୁମର ଖୋଲିଛନ୍ତି ନିଜେ ଏହି ଚକୋଲେଟ୍ ହିରୋ। ପଢ଼ନ୍ତୁ ଓ ଶୁଣନ୍ତୁ (ଭିଡିଓ) କେମିତି ଷ୍ଟାର୍ଟ ହୋଇଥିଲା ତାଙ୍କ ଲଭ୍।
ବାବୁସାନ୍ ସ୍କୁଲ ପଢ଼ିଲା ବେଳେ ଥିଲେ ଖୁବ୍ ଦୁଷ୍ଟ। ସେ ପଢୁଥିଲେ ଭୁବନେଶ୍ୱରସ୍ଥିତ ୟୁନିଟ୍-୮ ଡିଏଭି ସ୍କୁଲରେ। ତେବେ କଥା କଥାରେ ହୁମୁହୁମୁ ହେବା ତାଙ୍କର ଚରିତ୍ର ଥିଲା। ଏ କଥା ସେ ନିଜେ କହିଛନ୍ତି ତରଙ୍ଗ ଫେସବୁକ୍ ଲାଇଭରେ। ତେବେ ତାଙ୍କର ଏହି ଗଣ୍ଡଗୋଳଟା ଫେୟାରବେଲ୍ ଫଙ୍କସନରେ ଟିକେ ବେଶୀ ହୋଇଗଲା। ସେ ରାଗିକି କାଳେ ପାଞ୍ଚ ଛଅଟି କ୍ୟାମେରା ଭାଙ୍ଗିଦେଲେ। ସ୍ଥିତି ଏତେ ବିଗିଡ଼ି ଗଲାଯେ, ପ୍ରିନ୍ସିପାଲ୍ ମ୍ୟାଡାମ୍ ତାଙ୍କୁ ବାଧ୍ୟ ହୋଇ ଦଣ୍ଡ ଦେଲେ। ଦଣ୍ଡ ତ ଦଣ୍ଡ, ଷ୍ଟେଜ୍ ଉପରେ ସମସ୍ତଙ୍କ ଆଗରେ ଆଣ୍ଠେଇ ଦେଲେ। ଭାବନ୍ତୁ କି ପରିସ୍ଥିତି। ସେତେବେଳେ ବାବୁସାନଙ୍କୁ ବା କିଏ ଅନେଇବ। ଦଣ୍ଡ ପାଉଥିବା ବାଳୁଙ୍ଗ। ଛାତ୍ରଟି ପ୍ରତି ବା କାହିଁକି କାହାର ସମବେଦନା ରହିବ। କିଏ କିଏ ମ୍ୟାଡାମଙ୍କ ଡରରେ ପାଖକୁ ଆସିଲେନି। କିଏ କିଏ ଜାଣି ଜାଣି ଅନେଇଲେ ମଧ୍ୟ ନାହିଁ। କିନ୍ତୁ ସେଇ ସମୟରେ ତାଙ୍କ ଝିଅ ସାଙ୍ଗଟିଏ ଖୁବ୍ ସମବେଦନା ଦେଖାଇଥିଲେ ତାଙ୍କୁ। ପାଖକୁ ଆସିଥିଲେ ଓ ପିଠି ଥାପୁଡେ଼ଇ ବିରକ୍ତ ଓ ବ୍ୟସ୍ତ ନହେବାକୁ କହିଥିଲେ। ସେଦିନର ସେ ଝିଅଟି ଆଉ କେହି ନୁହେଁ। ସେ ହେଲେ ତାଙ୍କ ପ୍ରାଣପ୍ରିୟା ତୃପ୍ତି। ସେହି ଘଟଣା ପରେ ହିଁ ବାବୁସାନଙ୍କର ତୃପ୍ତିଙ୍କ ପ୍ରତି ଦୁର୍ବଳତା ବୃଦ୍ଧି ପାଇଥିଲା। ସେହି ଦୁର୍ବଳତା ପରେ ବନ୍ଧୁତ୍ବ ଓ ପରେ ପ୍ରେମରେ ପରିଣତ ହୋଇଥିଲା।
https://www.youtube.com/watch?v=LXa-wDvnHPU
Ordigital Desk
  • Published: Tuesday, 03 October 2017
  • Updated: 03 October 2017, 02:02 PM IST
Sports
Latest News
https://www.youtube.com/watch?v=LXa-wDvnHPU
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos