Advertisment

ଏଥର ରଜରେ ଲଢେଇ ଜୋରଦାର: ମୁହାଁମୁହିଁ ହେବେ ବାବୁସାନ୍‌-ସ୍ୱରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ରଜରେ ସିନେମା ହଲ୍‌ରେ ଡବଲ୍‌ ଲଭ୍‌ର ଲଢେଇ ହେବ। ଦୁଇଟି ପ୍ରେମ କାହାଣୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ। ଗୋଟେ ପଟେ ବାବୁସାନ୍‌- ତମନ୍ନାଙ୍କ ‘ଗୋଲମାଲ୍‌ ଲଭ୍‌’ ଏବଂ  ଅନ୍ୟଟି ହେଉଛି ‘ସ୍ୱରାଜ-ଭୂମିକା’ଙ୍କର ‘ତୁ ମୋ ଲଭ୍‌ ଷ୍ଟୋରୀ-୨’। ପ୍ରତିବର୍ଷ ରଜରେ ଦର୍ଶକମାନଙ୍କୁ ସୁନ୍ଦର ଫିଲ୍ମର ଭେଟି ଦେଉଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସ ଏଥର ମଧ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦେବାକୁ ଚେଷ୍ଟା କରିଛି। ଏହି ଦୁଇଟି ଫିଲ୍ମ ମାଧ୍ୟମରେ ରଜ […]

ଅଦ୍ୟତନ ହୋଇଛି
ଏଥର ରଜରେ ଲଢେଇ ଜୋରଦାର: ମୁହାଁମୁହିଁ ହେବେ ବାବୁସାନ୍‌-ସ୍ୱରାଜ

philipines

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ରଜରେ ସିନେମା ହଲ୍‌ରେ ଡବଲ୍‌ ଲଭ୍‌ର ଲଢେଇ ହେବ। ଦୁଇଟି ପ୍ରେମ କାହାଣୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ। ଗୋଟେ ପଟେ ବାବୁସାନ୍‌- ତମନ୍ନାଙ୍କ ‘ଗୋଲମାଲ୍‌ ଲଭ୍‌’ ଏବଂ  ଅନ୍ୟଟି ହେଉଛି ‘ସ୍ୱରାଜ-ଭୂମିକା’ଙ୍କର ‘ତୁ ମୋ ଲଭ୍‌ ଷ୍ଟୋରୀ-୨’। ପ୍ରତିବର୍ଷ ରଜରେ ଦର୍ଶକମାନଙ୍କୁ ସୁନ୍ଦର ଫିଲ୍ମର ଭେଟି ଦେଉଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସ ଏଥର ମଧ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦେବାକୁ ଚେଷ୍ଟା କରିଛି।

Advertisment

publive-imageଏହି ଦୁଇଟି ଫିଲ୍ମ ମାଧ୍ୟମରେ ରଜ ବଜାର ଏଥର ଗରମ ହେବାକୁ ଯାଉଛି। ତେବେ ଏହି ଦୁଇଟି ଫିଲ୍ମର ବିଶେଷତ୍ୱ ଭିନ୍ନ ରହିଛି। ଗେଟେ ପଟେ ପ୍ରଥମ ଥର ପାଇଁ ବାବୁସାନ୍‌ ଏବଂ ତମନ୍ନାଙ୍କୁ ପରଦା ଉପରେ ଏକାଠି ଦର୍ଶକ ଦେଖିବାକୁ ପାଇବେ। ସେପଟେ ସ୍ୱରାଜ ଏବଂ ଭୂମିକାକୁ ଦର୍ଶକେ ‘ତୁ ମୋ ଲଭ୍‌ ଷ୍ଟୋରୀ’ ଫିଲ୍ମରେ ଭଲ ପାଇବା ଦେଇ ସାରିଥିବା ବେଳେ  ଏବେ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ର ଫିଲ୍ମରେ ତାଙ୍କ ଗ୍ରହଣୀୟତାକୁ ଅପେକ୍ଷା। ‘ତୁ ମୋ ଲଭ୍‌ ଷ୍ଟୋରୀ’ର ସିକ୍ୱେଲ୍‌ ଫିଲ୍ମ ହେଉଛି ‘ତୁ ମୋ ଲଭ୍‌ ଷ୍ଟୋରୀ-୨’। ଏହି ଫିଲ୍ମରେ ଆଉ ଏକ ବିଶେଷତ୍ୱ ହେଉଛି ଏହି ଫିଲ୍ମରେ ଅନେକ ଦିନ ପରେ ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ମୋଷ୍ଟ ଷ୍ଟାଇଲିସ୍‌ ଅନୁ ଚୌଧୁରୀଙ୍କ ଯୋଡି ମଧ୍ୟ ଦେଖିବାକୁ ମିଳିବ।

publive-imageଦୁଇଟି ଫିଲ୍ମରେ କାହାଣୀ ସହ ଗୀତ ମଧ୍ୟ ଜବରଦସ୍ତ ରହିଛି। ତୁ ମୋ ଲଭ୍‌ ଷ୍ଟୋରୀ-୨ର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଥିବା ବେଳେ ‘ଗୋଲ୍‌ମାଲ୍‌ ଲଭ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe