Advertisment

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପବିତ୍ର ରଥଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଗତକାଲି ମହାପ୍ରଭୁ ସୁନାରେ ସଜେଇ ହୋଇଥିଲେ। ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ତିନି ଠାକୁର। କିନ୍ତୁ ଭକ୍ତଶୂନ୍ୟ ଥିଲା ବଡ଼ଦାଣ୍ଡ ଆଉ ସିଂହଦ୍ୱାର। କୋଭିଡ୍ କଟକଣା ମହାପ୍ରଭୁଙ୍କର ଏହି ବେଶକୁ ଦେଖିବା ପାଇଁ କୋଟି କୋଟି ଭକ୍ତ ଟେଲିଭିଜନ୍‌ର ସାହାରା ନେଇଥିଲେ। କିନ୍ତୁ ଅଭିନେତା ବାବୁସାନ୍‌ ମହାନ୍ତି ଟିକେ ନିଆରା ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭିଡିଓ କଲ୍‌ ମାଧ୍ୟମରେ ବାବୁସାନ୍‌ ଗତକାଲି ଶ୍ରୀଜଗନ୍ନାଥଙ୍କର […]

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

babushan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପବିତ୍ର ରଥଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଗତକାଲି ମହାପ୍ରଭୁ ସୁନାରେ ସଜେଇ ହୋଇଥିଲେ। ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ତିନି ଠାକୁର। କିନ୍ତୁ ଭକ୍ତଶୂନ୍ୟ ଥିଲା ବଡ଼ଦାଣ୍ଡ ଆଉ ସିଂହଦ୍ୱାର। କୋଭିଡ୍ କଟକଣା ମହାପ୍ରଭୁଙ୍କର ଏହି ବେଶକୁ ଦେଖିବା ପାଇଁ କୋଟି କୋଟି ଭକ୍ତ ଟେଲିଭିଜନ୍‌ର ସାହାରା ନେଇଥିଲେ। କିନ୍ତୁ ଅଭିନେତା ବାବୁସାନ୍‌ ମହାନ୍ତି ଟିକେ ନିଆରା ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Advertisment

ଭିଡିଓ କଲ୍‌ ମାଧ୍ୟମରେ ବାବୁସାନ୍‌ ଗତକାଲି ଶ୍ରୀଜଗନ୍ନାଥଙ୍କର ସୁନାବେଶ ଦର୍ଶନ କରିଥିଲେ। ଭିଡିଓ କଲ୍‌ ସମୟର ଏକ ସ୍କ୍ରିନ୍‌ଶଟ୍‌ ନେଇ ସେ‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଫଟୋ ଶେଆର କରି ବାବୁ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଏହଂ ସମୃଦ୍ଧିରେ ଭରି ଦିଅନ୍ତୁ।

https://www.instagram.com/p/CCJVplNJ57t/?utm_source=ig_web_copy_link

ତେବେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଗତକାଲି ବାବୁସାନ୍‌ ପ୍ରଥମ ଥର ଫୋନ୍‌ର ସାହାଯ୍ୟ ନେଇ ନଥିଲେ। ରଥଯାତ୍ରା ଦିନ ମଧ୍ୟ ସେ ଭିଡିଓ କଲ୍‌ ମାଧ୍ୟମରେ ଠାକୁରଙ୍କ ଦର୍ଶନ କରିଥିଲେ। ସେଦିନ ମଧ୍ୟ ସେ ଭିଡିଓ କଲ୍ ସମୟର ଏକ ସ୍କ୍ରିନ୍‌ସଟ୍‌ ଶେଆର କରି ଲେଖିଥିଲେ- ଏହି ମହାମାରୀ ସମୟରେ ଠାକୁରଙ୍କର ଡିଜିଟାଲ୍‌ ଦର୍ଶନ କରିବାର ସୁଯୋଗ ମିଳିଲା। ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ଏହି ଭିଡିଓ କଲ୍‌ କରିଥିବା ସେବାୟତଙ୍କୁ ମଧ୍ୟ ବାବୁ ଧନ୍ୟବାଦ ଜଣାଇଛନ୍ତି।

Advertisment

https://www.instagram.com/p/CByHIG5p01T/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe