Advertisment

ଖୁବଶୀଘ୍ର ଆସିବ ‘ବେବି’ର ସିକ୍ୟୁଏଲ

ମୁମ୍ବାଇ: ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେବି’ର ସିକ୍ୟୁଏଲ ଖୁବଶୀଘ୍ର ବଡ଼ ପରଦାକୁ ଆସୁଛି। ସିକ୍ୟୁଏଲର ନାମ ‘ନାମ୍ ସୱାନା’ ରଖାଯାଇଛି। ଫିଲ୍ମର ସୁଟିଂ ମଧ୍ୟ ମାଲେସିଆରେ ଆରମ୍ଭ ହୋଇଯାଇଛି। ୨୦୧୭ରେ ଫିଲ୍ମକୁ ରିଲିଜ କରାଯିବାକୁ ଆଶା ରଖାଯାଇଛି। ହେଲେ ଏହି ଫିଲ୍ମରେ ଅକ୍ଷୟଙ୍କୁ ଆକ୍ସନ କିମ୍ବା ଲିଡ ରୋଲରେ ଦେଖିବାକୁ ମିଳିବ ନାହିଁ। ଏ କଥା ନିଜେ ଅକ୍ଷୟ କହିଛନ୍ତି। ନିକଟରେ ଅକ୍ଷୟ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ […]

ଅଦ୍ୟତନ ହୋଇଛି
ଖୁବଶୀଘ୍ର ଆସିବ ‘ବେବି’ର ସିକ୍ୟୁଏଲ

akshay-sm

Advertisment

ମୁମ୍ବାଇ: ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେବି’ର ସିକ୍ୟୁଏଲ ଖୁବଶୀଘ୍ର ବଡ଼ ପରଦାକୁ ଆସୁଛି। ସିକ୍ୟୁଏଲର ନାମ ‘ନାମ୍ ସୱାନା’ ରଖାଯାଇଛି। ଫିଲ୍ମର ସୁଟିଂ ମଧ୍ୟ ମାଲେସିଆରେ ଆରମ୍ଭ ହୋଇଯାଇଛି। ୨୦୧୭ରେ ଫିଲ୍ମକୁ ରିଲିଜ କରାଯିବାକୁ ଆଶା ରଖାଯାଇଛି। ହେଲେ ଏହି ଫିଲ୍ମରେ ଅକ୍ଷୟଙ୍କୁ ଆକ୍ସନ କିମ୍ବା ଲିଡ ରୋଲରେ ଦେଖିବାକୁ ମିଳିବ ନାହିଁ। ଏ କଥା ନିଜେ ଅକ୍ଷୟ କହିଛନ୍ତି।

Advertisment

ନିକଟରେ ଅକ୍ଷୟ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅକ୍ଷୟଙ୍କ ସହ ସାଉଥ କଳାକାର ପୃଥ୍ୱୀରାଜ, ତାପସୀ ପନ୍ନୁ ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ ସହ ଅକ୍ଷୟ ପୃଥ୍ୱୀରାଜଙ୍କୁ ମାଷ୍ଟରମାଇଣ୍ଡ ଓ ତାପସୀଙ୍କୁ ଫିଲ୍ମର ହିରୋ ବୋଲି କହିଛନ୍ତି।

ସୂଚନା ମୁତାବକ ଫିଲ୍ମରେ ମନୋଜ ବାଜପେୟୀ ମଧ୍ୟ ନଜର ଆସିବେ। ଫିଲ୍ମରେ ଅକ୍ଷୟ ଲିଡ୍ ରୋଲରେ ନ ଥିଲେ ମଧ୍ୟ ‘ବେବି’ ପରି ଏହାର ସିକ୍ୟୁଏଲ ‘ନାମ୍ ସୱାନା’ ମଧ୍ୟ ଅକ୍ଷୟ ଫ୍ୟାନଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe