Advertisment

ସହଦେବଙ୍କ ସହ ବାଦଶାହାଙ୍କ ଫଟୋ ଭାଇରାଲ , ଆସିବ ‘ବଚପନ୍‌ କା ପ୍ୟାର’

ମୁମ୍ବାଇ: ଏବେ ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ‘ବଚପନ କା ପ୍ୟାର’ ଗୀତ। ଏପରିକି ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି ବି ଏହାକୁ  ଗୁଣ ଗୁଣ କରି ଗାଇବାକୁ ପଛାଉ ନାହାନ୍ତି। ଏହି ଗୀତ ଗାଇ  ରାତାରାତି ସୋଶାଲ ମିଡିଆ ସେନସେସନ ପାଲଟି ଯାଇଛନ୍ତି ୧୦ ବର୍ଷୀୟ ସହଦେବ ଦିରଦୋ  । ସହଦେବଙ୍କ ପପୁଲାରିଟି ଏବେ କୌଣସି ଷ୍ଟାରଠୁ କମ୍‌ ନ ଥିବା ବେଳେ ତାଙ୍କୁ ଭେଟିଛନ୍ତି ପପୁଲାର ରାପର ବାଦଶାହା । ବାଦଶାହ ନିଜ ସହ ସହଦବଙ୍କ […]

author-image
Niharika Rout
ଅଦ୍ୟତନ ହୋଇଛି
ସହଦେବଙ୍କ ସହ ବାଦଶାହାଙ୍କ ଫଟୋ ଭାଇରାଲ , ଆସିବ ‘ବଚପନ୍‌ କା ପ୍ୟାର’

Sahdev & badsah

ମୁମ୍ବାଇ: ଏବେ ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ‘ବଚପନ କା ପ୍ୟାର’ ଗୀତ। ଏପରିକି ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି ବି ଏହାକୁ  ଗୁଣ ଗୁଣ କରି ଗାଇବାକୁ ପଛାଉ ନାହାନ୍ତି। ଏହି ଗୀତ ଗାଇ  ରାତାରାତି ସୋଶାଲ ମିଡିଆ ସେନସେସନ ପାଲଟି ଯାଇଛନ୍ତି ୧୦ ବର୍ଷୀୟ ସହଦେବ ଦିରଦୋ  ।

Advertisment

ସହଦେବଙ୍କ ପପୁଲାରିଟି ଏବେ କୌଣସି ଷ୍ଟାରଠୁ କମ୍‌ ନ ଥିବା ବେଳେ ତାଙ୍କୁ ଭେଟିଛନ୍ତି ପପୁଲାର ରାପର ବାଦଶାହା । ବାଦଶାହ ନିଜ ସହ ସହଦବଙ୍କ ଫଟୋ ଶେଆର କରି ‘ବଚପନ କା ପ୍ୟାର’ ଗୀତ କରିବା ନିମନ୍ତେ ସଙ୍କେତ ଦେଇଛନ୍ତି। ଏହି ଫଟୋରେ ଉଭୟ ବେଶ୍‌ ଖୁସି ଜଣାପଡ଼ୁଥିବା ବେଳେ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଛତିଶଗଡ଼ର ମୂଳ ବାସିନ୍ଦା  ସହଦେବ ତ୍ରିବେଦୀ ୨୦୧୯ ମସିହାରେ ନିଜ  ସ୍କୁଲରେ ‘ବଚପନ୍‌ କା ପ୍ୟାର’ ଗୀତ ଗାଇଥିଲେ।  ଏହି ଗୀତଙ୍କୁ ତାଙ୍କ ଶିକ୍ଷକ ରେକଡିଂ କରି ସୋଶାଲ ମିଡିଆରେ ଭାଇରାଲ କରିଥିଲେ।  ଏହା ଏପରି ଭାଇରାଲ ହୋଇଗଲା ଯେ, ଏହାକୁ ବଡ଼ଠୁ ସାନ ସମସ୍ତେ ଗାଇବାକୁ ଆରମ୍ଭ କଲେ।

Advertisment

ବାଦଶାହାଙ୍କ ପରି ସୁପରଷ୍ଟାର ରାପରଙ୍କ ସହ ସାକ୍ଷାତ କରି ବେଶ୍‌ ଖୁସି ଥିବା ସହଦେବ ତାଙ୍କ ପରି ସିଙ୍ଗର ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। କେବଳ ସେତିକି ନୁହେଁ, କ୍ରିକେଟ ଖେଳକୁ ବେଶ୍‌ ପସନ୍ଦ କରୁଥିବା ସହଦେବ ବିରାଟ କୋହଲିଙ୍କ ପରି କ୍ରିକେଟର ହେବେ ବୋଲି ମଧ୍ୟ ଆଶା ରଖିଛନ୍ତି।

‘ବଚପନ କା ପ୍ୟାର’ ଗୀତ ପ୍ରଥମେ ୨୦୧୮ ମସିହାରେ ରିଲିଜ ହୋଇଥିବା ବେଳେ ୟୁ-ଟ୍ୟୁବ୍‌ରେ ତାହାକୁ ୨.୬ ମିଲିଅନ ଲୋକ ଦେଖିଥିଲେ। ହେଲେ ସହଦେବ ଏହି ଗୀତ ବୋଲିବା ପରେ ଏହା ରାତାରାତି ପପୁଲାର ହୋଇଗଲା ଓ ଷ୍ଟାର ପାଲଟିଗଲେ ସହଦେବ।

Bachpan Ka Pyar