‘ବାଗୀ: ରେବେଲ ଇନ ଲଭ୍‌’ରେ ଶ୍ରଦ୍ଧା ଓ ଟାଇଗରଙ୍କ ରୋମାନ୍ସ

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ବଲିଉଡର ଅପକମିଂ ସିନେମା ‘ବାଗୀ: ରେବେଲ ଇନ୍ ଲଭ୍’। ଯେଉଁଥିରେ ଦେଖିବାକୁ ମିଳିବ ଆସିକ-୨ ଗାର୍ଲ ଶ୍ରଦ୍ଧା କାପୁର ଏବଂ ହିରୋପନ୍ଥି ଷ୍ଟାର ଟାଇଗର୍ ଶ୍ରଫଙ୍କ ରୋମାନ୍ସ। ଏହି ଫିଲ୍ମକୁ ଶବରୀ ଖାନ୍ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ସାଜିଦ୍ ନଡିଆୱାଲା। ଏହା ଆସନ୍ତା ଏପ୍ରିଲ ୨୯ ତାରିଖରେ ବି-ଟାଉନକୁ ଆସିବ। ଟାଇଗର ଶ୍ରଫ୍ ତାଙ୍କ ଲେଡି ଲଭ୍ ଶ୍ରାଦ୍ଧା କାପୁରଙ୍କ ପାଇଁ କିପରି ବିଭିନ୍ନ ସମସ୍ୟାର ମୁକାବିଲା କରୁଛନ୍ତି, ଆଉ ପ୍ରେମ ପାଇଁ କିପରି ନିଜ ଜୀବନକୁ ବାଜି ଲଗାଉଛନ୍ତି ତାହାକୁ ନେଇ ଗତିଶୀଳ ହୋଇଛି ଏହି ଫିଲ୍ମ।