bahubali
ମୁମ୍ବାଇ: ବାହୁବଲୀ ଫିଲ୍ମ ଦେଖିସାରିବା ପରେ ଏବେ ବାହୁବଲୀ-୨କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। କଟ୍ଟପ୍ପା ବାହୁବଲୀକୁ ମାରିବା ପଛରେ କାରଣ ଜାଣିବା ପାଇଁ ଦର୍ଶକ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି। ଏହି ଭିତରେ ସୁଟିଂ ସେଟ୍ରୁ କିଛି ଫଟୋ ଲିକ୍ ହେବାର ଖବର ଏବେ ଚର୍ଚ୍ଚାରେ ରହିଛି।
ବର୍ତ୍ତମାନ ଫିଲ୍ମ ସୁଟିଂ ଚାଲିଥିବା ବେଳେ କିଛି ଫଟୋ ଲିକ୍ ହୋଇଛି। ଲିକ୍ ହୋଇଥିବା ଫଟୋ ମଧ୍ୟରେ ଅଭିନେତ୍ରୀ ଅନୁଷ୍କା ସେଟ୍ଟି, ପ୍ରଭାସ ଏବଂ ନିର୍ଦ୍ଦେଶକ ରାଜା ମୋଲି ନଜର ଆସିଛନ୍ତି। କିଛିଦିନ ପୂର୍ବରୁ ସୁଟିଂ ସେଟରୁ ରାଣା ଡଗ୍ଗୁବତୀଙ୍କ ଫଟୋ ସାମ୍ନାକୁ ଆସିଥିଲା। ବାହୁବଲୀ-୨ ପାଇଁ ରାଣା ପାଞ୍ଚ ମାସ ଧରି ତାଲିମ ନେଇଥିବାର ଖବର ଜଣାପଡିଛି।
ଫିଲ୍ମର ପ୍ରଥମ ଲୁକ୍ ପ୍ରଭାସଙ୍କ ଜନ୍ମ ଦିନ ଅକ୍ଟୋବର୨୨ରେ ରିଲିଜ ହେବ ଏବଂ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲରେ ବଡ଼ପରଦାରେ ମୁକ୍ତି ଲାଭ କରିବ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/bahubali.jpg)